Advertisment

ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଚଢାଉ ଖବର ଗୁଜବ: ED

ଆଜି ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଇଡି ଚଢାଉ କରିବା ଚର୍ଚ୍ଚାକୁ ଖଣ୍ଡନ କରିଛି ଇଡି।

ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଚଢାଉ ଖବର ଗୁଜବ। ଆଜି ଚଢାଉ ହେବାର ଯୋଜନା ନାହିଁ ବୋଲି ଇଡି ସୂତ୍ରରୁ ପ୍ରକାଶ ପାଇଛି।

Advertisment

ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଦିଲ୍ଲୀ ମଦ ନୀତି ଘୋଟାଲା ମାମଲାରେ ଜଡିତ ଅର୍ଥ ହେରଫେରକୁ ନେଇ ଆଜି ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଇଡି ଚଢାଉ କରିବା ଚର୍ଚ୍ଚାକୁ ଖଣ୍ଡନ କରିଛି ଇଡି। ଏହି ଚର୍ଚ୍ଚା ଗୁଜବ ଛଡା ଅନ୍ୟ କିଛି ନୁହେଁ, ଆଜି କେଜ୍ରିୱାଲଙ୍କ ଘରେ ଚଢାଉ କରିବା ନେଇ ସେପରି କିଛି ଯୋଜନା ହୋଇ ନାହିଁ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି।

ଏଥିସହ ଇଡି ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କାହିଁ ଇଡିରେ ହାଜର ହେବା ନାହିଁ ବୋଲି ଦର୍ଶାଇଥିବା କାରଣର ଯାଞ୍ଚ କରୁଛି ଫେଡେରାଲ ଏଜେନ୍ସି। ତାଙ୍କୁ ଚତୁର୍ଥ ଥର ପାଇଁ ସମନ ପଠାଯିବା ନେଇ ଯୋଜନା କରାଯାଉଥିବା ଇଡି ସୂତ୍ରରୁ ପ୍ରକାଶ ପାଇଛି।

Advertisment

ସୂଚନା ଅନୁସାରେ, ଆଜି କେଜ୍ରିୱାଲଙ୍କ ଘରେ ଚଢାଉ ହେବା ନେଇଁ ଚର୍ଚ୍ଚା ହେଉଥିଲା। ଏଥିସହ ସକାଳେ ତାଙ୍କ ବାସଭବନ ରାସ୍ତାକୁ ପୁଲିସ ଅବରୋଧ କରିଥିବା ନେଇ ମଧ୍ୟ କୁହାଯାଇଥିଲା। ଆଜି କେଜ୍ରିୱାଲଙ୍କୁ ପୁଲିସ ଗିରଫ କରିପାରେ ବୋଲି ଆପ୍ ନେତାମାନେ ଆଶଙ୍କା କରୁଥିଲେ। 

ଗତକାଲି ଦଳର ବରିଷ୍ଠ ନେତା ତଥା ଦିଲ୍ଲୀ ମନ୍ତ୍ରୀ ଅତୀଶ ଏକ୍ସ ପୋଷ୍ଟରେ କହିଥିଲେ, "ଦିଲ୍ଲୀ ପୁଲିସ ଗୁରୁବାର ସକାଳେ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଚଢାଉ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗିରଫ ହୋଇପାରନ୍ତି।"

Arvind Kejriwal Ed AAP Enforcement Directorate Delhi Liquor Policy Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe