Lokaseva Bhawan
ରାଜ୍ୟ ସରକାର ଆଜି ପୁଣିଥରେ ଆଇଏଏସ୍ ଅଫିସରସ୍ତରରେ ଅଦଳବଦଳ କରିବା ସହ ୧୩ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି । ଗତ ଦୁଇଦିନ ତଳେ ଜାରି ହୋଇ ୪୭ଜଣିଆ ଆଇଏଏସ୍ ଅଫିସରଙ୍କ ବଦଳି ତାଲିକାର ଏହା ସଂଶୋଧିତ ସଂସ୍କରଣ ବୋଲି କୁହାଯାଉଛି । ପୂର୍ବ ବଦଳି ସମୟରେ ଯେଉଁ କିଛି ପ୍ରଶାସନିକ ତ୍ରୁଟି ରହିଥିଲା ତାକୁ ସୁଧାରି ରାଜ୍ୟ ସରକାର ଆଜି ଏହି ବଦଳି ତାଲିକା ଜାରି କରିଥିବା ଜଣାପଡ଼ିଛି । ୨୦୨୩ ବ୍ୟାଚର ୮ଜଣ ଆଇଏଏସଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।
କାହାକୁ ମିଳିଲା କେଉଁ ପଦବୀ
ରାଜେଶ ପ୍ରଭାକର ପାଟିଲ- ସଚିବ ସମବାୟ ବିଭାଗ, ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଓ ଗୃହ-ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ(ଅତିରିକ୍ତ ଦାୟିତ୍ୱ)
ବିଜୟ କେତନ ଉପାଧ୍ୟାୟ -ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ୱରେ ରହିବେ । ସେ ଏବେ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି
ସମର୍ଥ ବର୍ମା- ରାଜ୍ୟ କ୍ଷୁଦ୍ର ଖଣିଜ ନିର୍ଦ୍ଦେଶକ ସହ ଓଡ଼ିଶା ଫିଲ୍ମ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ(ଅତିରିକ୍ତ ଦାୟିତ୍ୱ), ନିର୍ଦ୍ଦେଶକ, କ୍ଷୁଦ୍ର ଖଣିଜ, ଭୁବନେଶ୍ୱର
ଦୀପଙ୍କର ମହାପାତ୍ର- ଓଡ଼ିଶା ହକି ପ୍ରମୋସନ କାଉନସିଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ
ଟ୍ରେନିଂରୁ ଫେରିଥିବା ୨୦୨୩ ବ୍ୟାଚର ୮ଜଣ ଆଇଏଏସ୍ ଅଫିସରଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ଆଇଏଏସ୍ ପ୍ରେକ୍ଷା ଅଗ୍ରୱାଲଙ୍କୁ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଆଇଏଏସ୍ ପ୍ରଣୀତା ଦାଶଙ୍କୁ ବାଲିଗୁଡ଼ା ଉପଜିଲ୍ଲାପାଳ, କସ୍ତୁରୀ ପଣ୍ଡାଙ୍କୁ ପଂଚପୀର-କରଞ୍ଜିଆ ଉପଜିଳ୍ଲାପାଳ, ଅଭିଷେକ ଦିଲୀପ ଦୁଧାଲଙ୍କୁ ଗୁଣୁପୁର ଉପଜିଲ୍ଲାପାଳ, ଆସ୍ନି ଏ ଏଲଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ, ସି. ସରଭାନନଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ, ତେଜସ୍ୱିନୀ ବେହେରାଙ୍କୁ ସୁନ୍ଦରଗଡ଼ ଉପଜିଲ୍ଲାପାଳ, ଶିବ ମାଲବୀୟଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ, ଅବିନାଶ କୁମାରଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1692496628.jpg)