Advertisment

ବିଜେପି ସରକାରରେ ପ୍ରଥମ ଆଇଏଏସ୍ ଅଦଳବଦଳ: ମାଥିଭାଥାନନ୍ , ବିଶାଳ ଓ ଭିନିଲଙ୍କୁ ଝଟକା, ଶାଶ୍ୱତଙ୍କୁ ଅର୍ଥ ଓ ଶକ୍ତି

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୯୯୩ ବ୍ୟାଚ୍ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ଇଡକୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି।

undefined

Loka Seva Bhavan

Advertisment

ରାଜ୍ୟର ପ୍ରଥମ ବିଜେପି ସରକାର ଆଜି ଆଇଏଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ନବୀନ ପଟ୍ଟନାୟକ ସରକାରରେ ଗ୍ଲେହାପୁଅ ସାଜିଥିବା ଆଇଏଏସ୍ ଜି.ମାଥିଭାଥାନନ୍‌, ବିଶାଳ ଦେବ ଓ ଆର.ଭିନିଲକ୍ରିଷ୍ଣାଙ୍କୁ ଝଟକା ଲାଗିିଛି । ତେବେ ସୁରେନ୍ଦ୍ର କୁମାର, ହେମନ୍ତ ଶର୍ମା ଓ ଉଷା ପାଢ଼ୀ ନିଜର ସ୍ଥିତି ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି ।

Advertisment

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୯୯୩ ବ୍ୟାଚ୍ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ଇଡକୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଶ୍ରୀ ଧଳ ଏବେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଆଇଏଏସ୍ ହେମନ୍ତ ଶର୍ମା ଏବେ ଇଡକୋ ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି ।

ସେହିପରି ୧୯୯୩ ବ୍ୟାଚ୍ ଆଇଏଏସ୍ ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ସୁରେନ୍ଦ୍ର କୁମାର ଏବେ ସାଧାରଣ ପ୍ରଶାସନ ବିଭାଗ ଓ ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ସେ ଗତ ୨୦୨୧ ଜୁଲାଇ ମାସରୁ ଏହି ଦୁଇଟି ବିଭାଗ ଦାୟିତ୍ୱରେ ଅଛନ୍ତି ।

Advertisment

ସେହିପରି ୧୯୯୪ ବ୍ୟାଚ୍ ଆଇଏଏସ୍ ଜି.ମାଥିଭାଥାନନଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ ବଦଳି କରାଯାଇଛି । ଶ୍ରୀ ମାଥିଭାଥାନନ୍ ପ୍ରାୟ ୧୦ବର୍ଷରୁ ଅଧିକ ସମୟ ଧରି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ସେ ସଂସଦୀୟ ବ୍ୟାପାର ବିଭାଗର ସଚିବ ମଧ୍ୟ ମଧ୍ୟ ଥିଲେ । ଏବେ ଉନ୍ନୟନ କମିଶନର ଅନୁ ଗର୍ଗ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ କାର୍ଯ୍ୟ କରୁଛନ୍ତି ।

ସେହିପରି ୧୯୯୫ ବ୍ୟାଚ୍ ଆଇଏଏସ୍ ତଥା ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀ ଶର୍ମା ଇପିକଲ ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ଜାରି ରଖିବେ ।

୧୯୯୬ ବ୍ୟାଚ୍ ଆଇଏଏସ୍ ତଥା ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଅତିରିକ୍ତ ଭାବେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା ଅର୍ଥ ଓ ଶକ୍ତି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀ ମିଶ୍ର ମଧ୍ୟ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
୧୯୯୬ ବ୍ୟାଚ୍ ଆଇଏଏସ୍ ଉଷା ପାଢ଼ୀଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀମତୀ ପାଢ଼ୀ ପୂର୍ବଭଳି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ତୁଲାଇବେ ।
ସେହିପରି ୧୯୯୬ ବ୍ୟାଚ୍ ଆଇଏଏସ୍ ବିଶାଳ କୁମାର ଦେବଙ୍କୁ ଅର୍ଥ ବିଭାଗରୁ ହଟାଇ ଦିଆଯାଇଛି । ତାଙ୍କୁ ଇଲୋକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ସେ ଅତିରିକ୍ତ ଭାବେ ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିବେ ।
ସେହିପରି ୧୯୯୯ ବ୍ୟାଚ୍ ଆଇଏଏସ୍ ଭାସ୍କରଜ୍ୟୋତି ଶର୍ମାଙ୍କୁ ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀ ଶର୍ମା ଏବେ ଜମି ରେକର୍ଡ ଓ ବନ୍ଦୋବସ୍ତ କମିଶନର ଭାବେ କାର୍ଯ୍ୟ କରୁଛନ୍ତି ।

୨୦୦୫ ବ୍ୟାଚ୍ ଆଇଏଏସ୍ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନିଲକ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗରୁ ହଟାଇ ଦେଇ ଓଡ଼ିଶା ଜମି ରେକର୍ଡ ଓ ବନ୍ଦୋବସ୍ତ କମିଶନର ଭାବେ ବଦଳି ହୋଇଛି । ଉକ୍ତ ପଦବୀକୁ ରାଜ୍ୟ ସରକାର ଓଡ଼ିଶା ଆଇଏଏସ୍ କ୍ୟାଡ଼ରରେ ସଚିବ ପାହ୍ୟାର ସୁବିଧାସୁଯୋଗ ଦେବାକୁ ଘୋଷଣା କରିଛନ୍ତି । ଭିନିଲ୍ ଏବେ କେବଳ ଏହି ଓଡ଼ିଶା ଜମିରେକର୍ଡ ଓ ବନ୍ଦୋବସ୍ତ କମିଶନର ଭାବେ କାର୍ଯ୍ୟ କରିବେ । ନବୀନ ପଟ୍ଟନାୟକ ସରକାରରେ ପାୱାରଫୁଲ ଆଇଏଏସ୍ ତାଲିକାରେ ଭିନିଲକ୍ରିଷ୍ଣା ରହିଥିଲେ । ଖୁବଶୀଘ୍ର ଆଉଏକ ବଡ଼ଧରଣର ଅଦଳବଦଳ ଆଇଏଏସ୍ ସ୍ତରରେ ହେବ ବୋଲି ଜଣାପଡ଼ିଛି ।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe