Advertisment

କୋଟିଆ ବିବାଦ ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ମାସେ ସମୟ ଦେଲା ବିଜେପି

‘କୋଟିଆ ସୀମା ବିବାଦ ଏବେ ଓଡ଼ିଶା ସରକାରଙ୍କ ତଣ୍ଟିରେ କଣ୍ଟା ହୋଇ ଲାଗିବା ଆରମ୍ଭ କରିଛି। କେବଳ କୋଟିଆ ନୁହେଁ, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା।’

Prithiviraj Harichandan

Prithiviraj Harichandan

Advertisment

କୋଟିଆ ସୀମା ବିବାଦ ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ମାସେ ସମୟ ଦେଲା ବିଜେପି। ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା କରି ମାମଲାର ସମାଧାନ କରିବାକୁ କହିଲା। ତାହା ନହେଲେ ରାଜ୍ୟବ୍ୟାପୀ 'ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଗାଦି ଛାଡ଼' ଆନ୍ଦୋଳନ କରିବ ବିଜେପି। ଆଜି ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, କୋଟିଆ ସୀମା ବିବାଦ ଏବେ ଓଡ଼ିଶା ସରକାରଙ୍କ ତଣ୍ଟିରେ କଣ୍ଟା ହୋଇ ଲାଗିବା ଆରମ୍ଭ କରିଛି। କେବଳ କୋଟିଆ ନୁହେଁ, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା। ସେଠାରେ ମଧ୍ୟ କିଛି ପଞ୍ଚାୟତରେ ଆନ୍ଧ୍ର ପୋଷ୍ଟର ଲାଗୁଛି। ବାସହୀନ ଲୋକଙ୍କୁ ଆନ୍ଧ୍ରପ୍ରଦେଶ ପଟା ବାଣ୍ଟୁଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ସେ ଆହୁରି କହିଛନ୍ତି, କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର କିନ୍ତୁ ଚୁପ୍ ବସିଛନ୍ତି। ସମସ୍ତେ ଏ ପ୍ରସଙ୍ଗକୁ ଏଡ଼ାଇ ଚାଲିଛନ୍ତି। ଏବେ ପ୍ରହେଳିକା ପୂର୍ଣ୍ଣ ସ୍ଥିତିରେ ଅଛି କୋଟିଆ ସ୍ଥିତି। ଏହି ଢିଲା ପଣିଆ ଯୋଗୁ ଆଜି ଓଡ଼ିଶା ପୋଲାଭରମ୍‌, ମହେନ୍ଦ୍ରତନୟା, ମହାନଦୀ ଟ୍ରିବ୍ୟୁନାଲ ମାମଲାରେ ପଛରେ ରହିଛି। ଓଡ଼ିଶାର ଅସ୍ମିତା ସହ କାହାକୁ ଖେଳିବାକୁ ଦିଆଯିବ ନାହିଁ। ଆନ୍ଧ୍ର ସହ ସୀମା ବିବାଦକୁ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନିଅନ୍ତୁ। ମାସକ ଭିତରେ ଏନେଇ ପଦକ୍ଷେପ ନ ନେଲେ ରାଜ୍ୟ ସାରା ଅଯୋଗ୍ୟ ମୁଖ୍ୟମନ୍ତ୍ରୀ, ଗାଦି ଛାଡ଼ ଆନ୍ଦୋଳନ କରିବ ବିଜେପି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

Advertisment

ବିଜେପିର ଏପରି ମନ୍ତବ୍ୟ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।

Bjp BjD Kotia Kotia Issue Bjd Leader State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe