Advertisment

‘ବଢ଼ିବ ପୁଲିସର ମନୋବଳ; ସମସ୍ତଙ୍କୁ ମିଳିବ ବାଇକ’

ରାଜ୍ୟର ସବୁ ମେଡିକାଲ କଲେଜରେ ସୁରକ୍ଷାକୁ କଡ଼ାକଡ଼ି କରାଯିବ। ୧୦ଟି ଯାକ ମେଡିକାଲ କଲେଜରେ ମେଡିକାଲ ଫାଣ୍ଡି କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

CMO

CMO

Advertisment

ବଢ଼ିବ ପୁଲିସର ମନୋବଳ। ପ୍ରତି ଥାନାରେ ସମସ୍ତଙ୍କ ପାଖରେ ରହିବ ବାଇକ୍। କାର୍ଯ୍ୟକୁ ସରଳ ଓ ସହଜ କରିବାକୁ ସରକାରଙ୍କ ପକ୍ଷରୁ ବାଇକ୍ ଦିଆଯିବ। ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ସମ୍ମିଳନୀର ଦ୍ୱିତୀୟ ଦିନରେ ପୁଲିସ ବିଭାଗ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତି ଥାନାରେ ସମସ୍ତଙ୍କ ପାଇଁ ଗୋଟିଏ ଲେଖାଏ ନୂଆ ବାଇକ୍ ଦିଆଯିବ। ପ୍ରତ୍ୟେକ ପୁଲିସ ଅଧିକାରୀ ନିଜ ନାଁରେ ବାଇକ ନେବେ। ଖୁବଶୀଘ୍ର ୯ ହଜାର ବାଇକ୍ ଦିଆଯିବ। ପ୍ରତି ଥାନାକୁ ଆଉ ଗୋଟିଏ ଲେଖାଏ ଚାରି ଚକିଆ ଗାଡ଼ି ଦିଆଯିବ। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁଲିସରେ ଖାଲି ପଦବୀ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କହିଛନ୍ତି, ୨୨୯୮ ହୋମଗାର୍ଡଙ୍କୁ ପୁନଃ ନିଯୁକ୍ତି ନେଇ ନିଷ୍ପତ୍ତି ହୋଇଛି। ହୋମଗାର୍ଡଙ୍କ ମୃତ୍ୟୁ ହେଲେ ପ୍ରୋତ୍ସାହନ ସହ ପରିବାରରୁ ଜଣଙ୍କୁ ଚାକିରି ଦେବାକୁ ଯୋଜନା ରହିଛି।

Advertisment

ସେହିପରି ପ୍ରତି ଜିଲ୍ଲାରେ ଓଡ୍ରାଫ ଟିମ୍ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶା ଷ୍ଟେଟ୍ ଷ୍ଟ୍ରାଇକିଂ ଫୋର୍ସ ୩ଟି ନୂଆ ବାଟାଲିୟନ୍ ହେବ। ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ବାଟାଲିୟନ୍ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ସମ୍ମିଳନୀର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସବୁ ମେଡିକାଲ କଲେଜରେ ସୁରକ୍ଷାକୁ କଡ଼ାକଡ଼ି କରାଯିବ। ୧୦ଟି ଯାକ ମେଡିକାଲ କଲେଜରେ ମେଡିକାଲ ଫାଣ୍ଡି କରାଯିବ। ଏଥିସହ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ମଧ୍ୟ ଆଉଟପୋଷ୍ଟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ପୁଲିସକୁ ସେବା ମନୋଭାବ ନେଇ କାର୍ଯ୍ୟ କରିବାକୁ ତାଗିଦ  କରିଛନ୍ତି ମୁଖ୍ୟମନ୍ତ୍ରୀ। ନିଜ ପଦ ପଦବୀ ପ୍ରତି ଉତ୍ତର ଦାୟିତ୍ୱ ନିର୍ବାହ କରିବାକୁ କହିଛନ୍ତି। ଦୁର୍ନୀତି, କ୍ଷମତା ଅପବ୍ୟବହାର ବରଦାସ୍ତ କରାଯିବନି କି କାହାରିକୁ ଛଡା ଯିବ ନାହିଁ। ସବୁଠୁ ଦୁର୍ବଳ ଶ୍ରେଣୀକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେବା ସହ କାମରେ ଯାହାର ତ୍ରୁଟି ରହୁଛି, ସୁଧୁରି ଯାଆନ୍ତୁ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Bhubaneswar Cmo Of Odisha Mohan Majhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe