Advertisment

ନବୀନଙ୍କ ଉତ୍ତରାଧିକାରୀ ହେବେ ପାଣ୍ଡିଆନ!

ନବୀନ ପାଣ୍ଡିଆନଙ୍କୁ ହିଁ ନିଜର ଉତ୍ତରାଧିକାରୀ କରିବେ ବୋଲି ଏବେଠୁ ସ୍ପଷ୍ଟ ଆଭାସ ମିଳିଛି।

ଅଦ୍ୟତନ ହୋଇଛି
 BjD

BjD

Advertisment

ନବୀନ ପଟ୍ଟନାୟକଙ୍କ ପରେ ବିଜେଡିର ମଙ୍ଗ କିଏ ଧରିବ? କାହାକୁ ନବୀନ ନିଜର ଉତ୍ତରାଧିକାରୀ କରିବେ? ଦୀର୍ଘଦିନ ଧରି ଲାଗି ରହିଥିବା ଏହି ଅସମାହିତ ପ୍ରଶ୍ନ ଉପରେ ଆଜି ବିରାମ ଲାଗିଛି । ଅବସରପ୍ରାପ୍ତ ଆଇଏଏସ୍ ଭିକେ ପାଣ୍ଡିଆନ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସେ ଆଜି ନବୀନ ନିବାସରେ ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ଆଉ ନବୀନ ତାଙ୍କୁ ହିଁ ନିଜର ଉତ୍ତରାଧିକାରୀ କରିବେ ବୋଲି ଏବେଠୁ ସ୍ପଷ୍ଟ ଆଭାସ ମିଳିଛି ।

Advertisment

ଗତ ଅକ୍ଟୋବର ୨୩ତାରିଖରେ ସର୍ବଭାରତୀୟ ପ୍ରଶାସନିକ ସେବା ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଭିକେ ପାଣ୍ଡିଆନ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ବିଧିବଦ୍ଧ ଭାବେ ଦଳରେ ସ୍ୱାଗତ କରିଛନ୍ତି । ବିଜେଡିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଏହି ମିଶ୍ରଣ ହୋଇଛି । ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରତାପ ଦେବ, ସ୍ନେହାଙ୍ଗିନୀ ଛୁରିଆ, ଉଷା ଦେବୀ, ବାସନ୍ତୀ ହେମ୍ବ୍ରମ, ମାନସ ମଙ୍ଗରାଜ, ସମୀର ଦାଶ, କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ତାଙ୍କୁ ଆଜି ଦଳର ଅନ୍ୟ କୌଣସି ପଦପଦବୀ ଦିଆଯାଇନାହିଁ । ପରବର୍ତ୍ତୀ ସମୟରେ ସେ ଦଳର ମଙ୍ଗ ଧରିବା ନେଇ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଘୋଷଣା କରିପାରନ୍ତି । ଦଳରେ ସାମିଲ ହେବା ପରେ ଶ୍ରୀ ପାଣ୍ଡିଆନ କହିଛନ୍ତି, ମହାପ୍ରଭୁଙ୍କ ଆର୍ଶୀବାଦ,ମୁଖ୍ୟମନ୍ତ୍ରୀ ମାର୍ଗ ଦର୍ଶନ ଓ ଦଳର ସମସ୍ତଙ୍କ ସହଯୋଗରେ ଓଡ଼ିଶାବାସୀଙ୍କ ପାଇଁ ନିଷ୍ଠା ଓ ନିଶ୍ୱାର୍ଥପର ଭାବେ କାର୍ଯ୍ୟ କରିବି।

Advertisment

ଆଜି ସେ ନବୀନ ନିବାସରେ ସାମିଲ ହେବାପରେ ଦଳର ବରିଷ୍ଠ ନେତାମାନଙ୍କ ଗହଣରେ ସେ ଶଙ୍ଖ ଭବନରେ ଯାଇଥିଲେ । ସେଠାରେ ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହାପରେ ସେ ମା’ ତାରାତାରିଣୀଙ୍କ ଦର୍ଶନ ପାଇଁ ଯିବେ ବୋଲି ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ଶ୍ରୀ ପାଣ୍ଡିଆନ ଚାକିରି ଛାଡ଼ିବା ପରେ ବିଜେଡିରେ ସାମିଲ ହେବେ ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ହୋଇ ଆସୁଥିଲା । ଗତ ଦୁଇ ସପ୍ତାହ ତଳେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ସରକାରୀ କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରକୃତ ଶିଷ୍ୟ ବୋଲି କହିବା ସହ ଯାହା ପୁଅ ନକରିପାରେ ତାହା ଶିଷ୍ୟ କରିପାରେ ବୋଲି କହିଥିଲେ । ସେବେଠୁ ପାଣ୍ଡିଆନ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଆଜି ତାଙ୍କର ମିଶ୍ରଣକୁ ନେଇ ଦଳର ବିଭିନ୍ନ ନେତାମାନେ ସ୍ୱାଗତ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୧୨ ମେ’ ୨୯ ପ୍ୟାରୀ ମହାପାତ୍ର ମିଡନାଇଟ୍ ଅପରେସନ ପରଠୁ ପାଣ୍ଡିଆନ ପ୍ରଚ୍ଛଦପଟ୍ଟରେ ରହି ଉଭୟ ଦଳ ଓ ସରକାରରେ ଦ୍ୱିତୀୟ କ୍ଷମତାକେନ୍ଦ୍ର ପାଲଟିଥିଲେ । ଗତମାସରେ ସେ ଚାକିରି ଛାଡ଼ିବା ପରେ ତାଙ୍କୁ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ ଶ୍ରୀ ପଟ୍ଟନାୟକ ଅବସ୍ଥାପିତ କରିଥିଲେ ।

BjD Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe