Advertisment

ବିଭାଗ ବାଣ୍ଟିଲେ ରେବନ୍ଥ ରେଡ୍ଡୀ, ନିଜ ପାଖରେ ରଖିଲେ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ

ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ନିଜ ପାଖରେ ଗୁରୁତ୍ୱପୂର୍ଣ୍ଣ, ଗୃହ, ଆଇନ ଶୃଙ୍ଖଳା ଓ ମ୍ୟୁନସିପାଲ ଆଡମିନଷ୍ଟ୍ରେସନ ବିଭାଗ ରଖିଛନ୍ତି।

Congress

Congress

Advertisment

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ଥ ରେଡ୍ଡୀ ତାଙ୍କ ମନ୍ତ୍ରିମଣ୍ଡଳରେ ଥିବା ୧୧ ଜଣ ସଦସ୍ୟଙ୍କୁ ଆଜି ବିଭିନ୍ନ ବିଭାଗ ଆବଣ୍ଟନ କରିଛନ୍ତି। ଡିସେମ୍ବର ୭ରେ ରେବନ୍ଥଙ୍କ ସହ ମୋଟ ୧୨ ଜଣ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଆଜି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ଦେଇଛନ୍ତି। ଅଭିଜ୍ଞତା ଓ ବରିଷ୍ଠତା ଆଧାରରେ ମନ୍ତ୍ରୀମାନଙ୍କୁ ବିଭାଗ ମିଳିଛି।

Advertisment

ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ନିଜ ପାଖରେ ଗୁରୁତ୍ୱପୂର୍ଣ୍ଣ, ଗୃହ, ଆଇନ ଶୃଙ୍ଖଳା ଓ ମ୍ୟୁନସିପାଲ ଆଡମିନଷ୍ଟ୍ରେସନ ବିଭାଗ ରଖିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ମଲ୍ଲୁ ଭାଟ୍ଟି ବିକ୍ରମାର୍କାଙ୍କୁ ଅର୍ଥ, ଯୋଜନା ଓ ଶକ୍ତି ବିଭାଗ ମିଳିଛି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ବରିଷ୍ଠ ନେତା ତଥା ମନ୍ତ୍ରୀ ଏନ ଉତ୍ତମ କୁମାର ରେଡ୍ଡୀଙ୍କୁ ଜଳ ସେଚନ ଓ ସାଧାରଣ ବଣ୍ଟନ ବିଭାଗ ମିଳିଛି।

ମନ୍ତ୍ରୀ ହୋଇଥିବା ପୋଙ୍ଗୁଲେତି ଶ୍ରୀନିବାସ ରେଡ୍ଡୀ ରାଜସ୍ୱ, ହାଉସିଂ, ସୂଚନା ଓ ଲୋକସମ୍ପର୍କ  ବିଭାଗ ଦାୟିତ୍ୱ ପାଇଛନ୍ତି। ୨୦୧୮ ପୂର୍ବରୁ ଟିଆରଏସ୍‌ ସରକାରରେ ମନ୍ତ୍ରୀ ଥିବା ତୁମ୍ମାଲା ନାଗେଶ୍ୱର ରାଓ କଂଗ୍ରେସ ସରକାରରେ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତାଙ୍କୁ କୃଷି ବିଭାଗର ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି।

Advertisment

ୱାଇଏସ୍‌ଆର ସରକାରରେ ମନ୍ତ୍ରୀ ଥିବା କୋମାତିରେଡ୍ଡୀ ଭେଙ୍କଟ ରେଡ୍ଡୀଙ୍କୁ ସଡ଼କ, ବିଲଡ୍ଡିଂ ଓ ସିନେମାଟୋଗ୍ରାଫି, କିରଣ କୁମାର ରେଡ୍ଡୀ କ୍ୟାବିନେଟରେ ଉପ ମୁଖ୍ୟମନ୍ତ୍ରୀ ଭାବେ କାମ କରି ସାରିଥିବା ଡାମୋଦର ରାଜା ନରସୀମାଙ୍କୁ ସ୍ୱାସ୍ଥ୍ୟ, ମେଡିକାଲ ଓ ସାଇଇନ୍ସ ଟେକ୍ନୋଲୋଜି ୱିଙ୍ଗ୍ସର ମନ୍ତ୍ରୀ କରାଯାଇଛି।

ଡି ଶ୍ରୀଧର ବାବୁ ବିଧାନସଭା ବ୍ୟାପର ସହ ଶିଳ୍ପ ଓ ଆଇଟି ବିଭାଗ କଥା ବୁଝିବେ। ପଛୁଆ ବର୍ଗ କଲ୍ୟାଣ ଓ ପରିବହନ ବିଭାଗ ପୋନ୍ନାମ ପ୍ରଭାକରଙ୍କୁ ମିଳିଥିବା ବେଳେ ଜୁପାଲ୍ଲୀ କ୍ରିଷ୍ଣା ରାଓ ଅବକାରୀ, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପାଇଛନ୍ତି।

ରେବନ୍ଥ ସରକାରରେ ଥିବା ଦୁଇ ଜଣ ମହିଳାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି। କୋଣ୍ଡା ସୁରେଖା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ହୋଇଥିବା ବେଳେ ଡି ଅନସୂୟା ଓରଫ ସୀତାକ୍କା ପଞ୍ଚାୟତ ରାଜ, ଗ୍ରାମୀଣ ବିକାଶ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପାଇଛନ୍ତି। ରେବନ୍ଥଙ୍କ ମନ୍ତ୍ରିମଣ୍ଡଳରେ ଆଉ ୬ ଜଣ ସଦସ୍ୟ ସାମିଲ ହୋଇପାରିବେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ୧୧ ଜଣ ମନ୍ତ୍ରୀ ଭାବେ କାମ କରୁଛନ୍ତି।

Congress Telengana Revanth Reddy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe