ଚର୍ଚ୍ଚାରେ ଥିବା କଂଗ୍ରେସର ବଡ ଚେହେରା ଅନୁମୁଲା ରେବନ୍ଥ ରେଡ୍ଡୀ ହେବାକୁ ଯାଉଛନ୍ତି ତେଲଙ୍ଗାନା ମୁଖିଆ। ଦୁଇ ଦୁଇ ଥରର ବିଧାୟକ ତଥା ସାଂସଦ ଥିବା ରେବନ୍ଥ ହେବେ ମୁଖ୍ୟମନ୍ତ୍ରୀ। ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ୭ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।
ଦୁଇ ଦଳର ଦୁଇ ପୁରୁଖା ନେତା ଏହି ଆସନରୁ ପରାଜିତ ହୋଇଥିଲେ, ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏଠାରେ ବିଜେପି ପ୍ରାର୍ଥୀ କଟିପଲ୍ଲୀ ଭେଙ୍କଟ ରମଣ ରେଡ୍ଡୀ ରେବନ୍ଥଙ୍କ ସମେତ କେସିଆରଙ୍କୁ ଫେଲ୍ କରାଇ ଦେଇଥିଲେ। ଶେଷରେ କୋଡାଙ୍ଗଲା ବିଧାନସଭା ରେବନ୍ଥଙ୍କ ସମ୍ମାନ ବଞ୍ଚାଇଥିଲା।
କୋଡାଙ୍ଗଲା ଆସନରୁ ରେବନ୍ଥ ୩୨ ହଜାର ଭୋଟରେ ବିଜୟୀ ହୋଇଥିଲେ। ରେବନ୍ଥଙ୍କୁ ଏଠାରୁ ୧,୦୭,୪୨୯ ଭୋଟ୍ ମିଳିଥିବା ବେଳେ ବିଆରଏସର ନରେନ୍ଦ୍ର ରେଡ୍ଡୀଙ୍କୁ ୭୪,୮୯୭ ମିଳିଥିଲା। ଦକ୍ଷିଣ ରାଜ୍ୟରେ କଂଗ୍ରେସର ଏଣ୍ଟ୍ରି ସହ ଅନୁମୁଲା ରେବନ୍ଥ ରେଡ୍ଡୀ ହେବାକୁ ଯାଉଛନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ।
ଖବର ଅନୁସାରେ, କଂଗ୍ରେସର ବରିଷ୍ଠ ନେତା ଉତ୍ତମ କୁମାର ରେଡ୍ଡୀ ଏବଂ ଭଟ୍ଟୀ ବିକ୍ରମାର୍କାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।