Advertisment

ରେବନ୍ଥ ରେଡ୍ଡୀ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ, ୭ରେ ନେବେ ଶପଥ

ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।

ଅଦ୍ୟତନ ହୋଇଛି
Revanth Reddy

Revanth Reddy

Advertisment

ଚର୍ଚ୍ଚାରେ ଥିବା କଂଗ୍ରେସର ବଡ ଚେହେରା ଅନୁମୁଲା ରେବନ୍ଥ ରେଡ୍ଡୀ ହେବାକୁ ଯାଉଛନ୍ତି ତେଲଙ୍ଗାନା ମୁଖିଆ। ଦୁଇ ଦୁଇ ଥରର ବିଧାୟକ ତଥା ସାଂସଦ ଥିବା ରେବନ୍ଥ ହେବେ ମୁଖ୍ୟମନ୍ତ୍ରୀ। ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ୭ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

Advertisment

ତେଲଙ୍ଗାନା ବିଧାନସଭା ନିର୍ବାଚନରେ ପ୍ରମୁଖ ଭୂମିକା ନିଭାଇଥିଲେ ରେବନ୍ଥ। ମୁଖ୍ୟମନ୍ତ୍ରୀଙ୍କ ସହ ଡାଇରେକ୍ଟ ଫାଇଟ୍ ତାଙ୍କୁ ଏକ ବଡ ମାଇଲେଜ୍ ଦେଇଥିଲା। ଯଦି ଦଳ ସତ୍ତାକୁ ଆସେ ତେବେ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଥିଲା। କିନ୍ତୁ କାମାରେଡ୍ଡୀ ଆସନରୁ ଲଢୁଥିବା ବିଆରଏସ୍ ଓ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ଚକମା ଦେଇଥିଲେ ବିଜେପି ପ୍ରାର୍ଥୀ। 

ଦୁଇ ଦଳର ଦୁଇ ପୁରୁଖା ନେତା ଏହି ଆସନରୁ ପରାଜିତ ହୋଇଥିଲେ, ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏଠାରେ ବିଜେପି ପ୍ରାର୍ଥୀ କଟିପଲ୍ଲୀ ଭେଙ୍କଟ ରମଣ ରେଡ୍ଡୀ ରେବନ୍ଥଙ୍କ ସମେତ କେସିଆରଙ୍କୁ ଫେଲ୍ କରାଇ ଦେଇଥିଲେ। ଶେଷରେ କୋଡାଙ୍ଗଲା ବିଧାନସଭା ରେବନ୍ଥଙ୍କ ସମ୍ମାନ ବଞ୍ଚାଇଥିଲା।

Advertisment

କୋଡାଙ୍ଗଲା ଆସନରୁ ରେବନ୍ଥ ୩୨ ହଜାର ଭୋଟରେ ବିଜୟୀ ହୋଇଥିଲେ। ରେବନ୍ଥଙ୍କୁ ଏଠାରୁ ୧,୦୭,୪୨୯ ଭୋଟ୍ ମିଳିଥିବା ବେଳେ ବିଆରଏସର ନରେନ୍ଦ୍ର ରେଡ୍ଡୀଙ୍କୁ ୭୪,୮୯୭ ମିଳିଥିଲା। ଦକ୍ଷିଣ ରାଜ୍ୟରେ କଂଗ୍ରେସର ଏଣ୍ଟ୍ରି ସହ ଅନୁମୁଲା ରେବନ୍ଥ ରେଡ୍ଡୀ ହେବାକୁ ଯାଉଛନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ। 

ଖବର ଅନୁସାରେ, କଂଗ୍ରେସର ବରିଷ୍ଠ ନେତା ଉତ୍ତମ କୁମାର ରେଡ୍ଡୀ ଏବଂ ଭଟ୍ଟୀ ବିକ୍ରମାର୍କାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି।

Revanth Reddy Telangana Chief Minister Telangana CM Oath Ceremony
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe