Advertisment

ଆଜି ଶପଥ ନେବେ ରେବନ୍ତ ରେଡ୍ଡୀ, ଯୋଗଦେବେ ଗାନ୍ଧି ପରିବାର

ରେବନ୍ତଙ୍କ ସହ ଭଟ୍ଟୀ ବିକ୍ରମାରକା ମଲ୍ଲୁ ଏବଂ ଅନ୍ୟ 11 ନେତା ମଧ୍ୟ ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।

author-image
Debibandita Barick
ଅଦ୍ୟତନ ହୋଇଛି
Revanth Reddy & Sonia Gandhi

Revanth Reddy & Sonia Gandhi

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ନବ ନିର୍ବାଚିତ ଅନୁମୁଲା ରେବନ୍ତ ରେଡ୍ଡୀ। ଆଜି ମଧ୍ୟାହ୍ନ ଗୋଟାଏରେ ଲାଲ ବାହାଦୁର ଷ୍ଟାଡିୟମରେ ଶପଥ ସମାରୋହର ଆୟୋଜନ କରାଯାଇଛି। ରେବନ୍ତଙ୍କ ସହ ଭଟ୍ଟୀ ବିକ୍ରମାରକା ମଲ୍ଲୁ ଏବଂ ଅନ୍ୟ 11 ନେତା ମଧ୍ୟ ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।

Advertisment

ହାଇଦ୍ରାବାଦର ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ସଂସଦୀୟ ଦଳ (ସିପିପି) ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ସମେତ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖାଡଗେ, ସାଂସଦ ରାହୁଲ ଗାନ୍ଧି ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଯୋଗଦେବେ।

ସେହିପରି ଶପଥ ଗ୍ରହଣ ଉତ୍ସବରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ମଧ୍ୟ ସାମିଲ ହେବେ। ଏଥିସହ INDIA ମେଣ୍ଟ ଦଳର ନେତା ଏମ.କେ ଷ୍ଟାଲିନ, ଓମାର ଅବଦୁଲ୍ଲା, ଡି ରାଜା ଏବଂ ଡେରେକ ଓ’ବ୍ରାଇନ୍ ଉପସ୍ଥିତ ରହିବେ।

Advertisment

2014ରେ ଆନ୍ଧ୍ରପ୍ରଦେଶଠୁ ଅଲଗା ହେବା ପରେ ପ୍ରଥମ କରି ଏଠାରେ ସରକାର ଗଢିବାକୁ ଯାଉଛି କଂଗ୍ରେସ। ଦୁଇ ଦୁଇ ଥର ଗାଦି ଅକ୍ତିଆର କରିଥିବା କେସିଆରଙ୍କୁ ଚକମା ଦେବାରେ ମୁଖ୍ୟ ଭୂମିକା ନିଭାଇଥିଲେ ରେବନ୍ତ ରେଡ୍ଡୀ। 119 ଆସନ ବିଶିଷ୍ଟ ଏହି ବିଧାନସଭାରେ ଦଳ 64ଟି ଆସନ ପାଇଥିଲା।ମଙ୍ଗଳବାର ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ରେବନ୍ତ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। 

Revanth Reddy Revanth Reddy Oath Ceremony Telangana CM