Advertisment

ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କଲେ ସୁରେଶ ପୂଜାରୀ

ଗଣମାଧ୍ୟମକୁ ସେ କହିଛନ୍ତି, ନ୍ୟାୟିକ ତଦନ୍ତ କଥା କହୁଛନ୍ତି, ତାହାହେଲେ କନ୍ଧମାଳ ତଦନ୍ତ ରିପୋର୍ଟ କୁଆଡ଼େ ଗଲା? ନବୀନ ବାବୁଙ୍କ ବେଳେ ୨୪ ନ୍ୟାୟିକ ତଦନ୍ତ ହେଲା। ସେ ସବୁ ରିପୋର୍ଟ କାହିଁ। ଗତ୨୪ ବର୍ଷର ସରକାର ଚାହିଁଥିଲେ ହିଂସାମୁକ୍ତ ଓଡ଼ିଶା ଗଠନ ହୋଇପାରିଥାନ୍ତା।

BJD

BJD

Advertisment

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଏବଂ ନିର୍ଯାତନା ଘଟଣାରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଦ୍‌ବେଗ  ପ୍ରକାଶ କରିଥିଲେ। ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଥିଲେ। ତେବେ ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

Advertisment

ଗଣମାଧ୍ୟମକୁ ସେ କହିଛନ୍ତି, ନ୍ୟାୟିକ ତଦନ୍ତ କଥା କହୁଛନ୍ତି, ତାହାହେଲେ କନ୍ଧମାଳ ତଦନ୍ତ ରିପୋର୍ଟ କୁଆଡ଼େ ଗଲା? ନବୀନ ବାବୁଙ୍କ ବେଳେ ୨୪ ନ୍ୟାୟିକ ତଦନ୍ତ ହେଲା। ସେ ସବୁ ରିପୋର୍ଟ କାହିଁ। ଗତ୨୪ ବର୍ଷର ସରକାର ଚାହିଁଥିଲେ ହିଂସାମୁକ୍ତ ଓଡ଼ିଶା ଗଠନ ହୋଇପାରିଥାନ୍ତା। ନବୀନ ଆଦର୍ଶ ଥାନା କରୁଥିଲେ। ଆମ ସରକାର ଆଦର୍ଶ ପୁଲିସ ପାଇଁ ଚେଷ୍ଟା କରିବ। ନବୀନ ଯଦି ତାଙ୍କ ସମୟରେ ବୁଝୁଥାନ୍ତେ, ତାହାହେଲେ ଆଜି ନାରୀ ନିର୍ଯାତନା ହୋଇନଥାନ୍ତା। ନିଜେ ରାଜଧର୍ମ ପାଳନ କଲେନି, ଏବେ ଶହେ ଦିନର ସରକାରକୁ ପାଠ ପଢ଼ାଉଛନ୍ତି ବୋଲି ଶ୍ରୀ ପୂଜାରୀ କହିଛନ୍ତି।

ଭରତପୁର ଥାନା ଘଟଣାକୁ ନେଇ ଆଜି ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଥିଲେ। କହିଥିଲେ, ଥାନାରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଜଣେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନା ହାଜତରେ ଦିଆଯାଇଥିବା ନିର୍ଯାତନା ନିନ୍ଦନୀୟ। ତେଣୁ ସେହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ନବୀନ କହିଥିଲେ।

Advertisment
Bhubaneswar BjD Bjp Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe