Advertisment

ଦିଲ୍ଲୀରେ ରେଳମନ୍ତ୍ରୀଙ୍କୁ ଭେଟିଲେ ରାଜସ୍ୱମନ୍ତ୍ରୀ

ରେଳ ପ୍ରକଳ୍ପର ବାଧକ ସାଜିଥିବା ଜମି ଅଧିଗ୍ରହଣ ସମସ୍ୟା ଖୁବଶୀଘ୍ର ସମାଧାନ କରାଯିବ। ରେଳପଥର ବିକାଶ ଓ ପ୍ରକଳ୍ପ ଗୁଡିକ ଆଗକୁ ନେବା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପୂଜାରୀ କହିଛନ୍ତି।

BJP

BJP

Advertisment

ନୂଆଦିଲ୍ଲୀ ଗସ୍ତରେ ଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି। ଓଡ଼ିଶାରେ ରେଳ ପଥ ବିକାଶରେ ଦେଖାଦେଇଥିବା ସମସ୍ୟା ଓ ତା’ର ସମାଧାନ ସମ୍ପର୍କରେ ଉଭୟ ନେତାଙ୍କ ଭିତରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଭେଟ୍‌ଘାଟ ପରେ ଶ୍ରୀ ପୂଜାରୀ କହିଛନ୍ତି, ରେଳ ପ୍ରକଳ୍ପ ପାଇଁ ବାଧକ ସାଜିଥିବା ଜମି ଅଧିଗ୍ରହଣ ସମସ୍ୟାର ସମାଧାନ ଖୁବ୍‌ଶୀଘ୍ର କରାଯିବ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ଶାସନକୁ ଆସିବା ପରେ ପୂର୍ବୋଦ୍ୟୋୟ ଭାରତର ବିକାଶକୁ ପ୍ରଧାନ୍ୟ ଦେଇ ଆସୁଛନ୍ତି। ଏଥିସହ ଓଡ଼ିଶାର ବିକାଶକୁ ଅଗ୍ରାଧିକାର ଦେଉଛନ୍ତି। ବିଶେଷ ଭାବେ ରେଳବାଇ ବିକାଶ କ୍ଷେତ୍ରରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ। ରେଳଯାତ୍ରୀଙ୍କ ସୁବିଧା ଓ ଗମନାଗମନ ସହିତ ରେଳବାଇ ପରିବହନ ବ୍ୟବସ୍ଥାକୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ଗତ ୧୦ ବର୍ଷରେ ମୋଦି ସରକାର ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ ଦେଇଛନ୍ତି।

ଓଡ଼ିଶାର ବିଜେଡି ସରକାରରେ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଏକ ପ୍ରମୁଖ ସମସ୍ୟା ଥିଲା। ଏହି ପ୍ରସଙ୍ଗରେ ଆଗାମୀ ଦିନରେ ରେଳ ବିଭାଗ, ରାଜସ୍ୱ ବିଭାଗ, ଜଙ୍ଗଲ ବିଭାଗର ଅଧିକାରୀମାନଙ୍କ ସହିତ ସମସ୍ତ ପ୍ରକଳ୍ପର ଅଗ୍ରଗତି ବାବଦରେ ଏକ ସମୀକ୍ଷା ବୈଠକ କରାଯିବ। ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମସ୍ତ ବିଭାଗ ନିଜ ନିଜର କାର୍ଯ୍ୟ ସମାପନ କରିବା ଉପରେ ଗୁରୁତ୍ୱ ଦେଇଥିଲେ ବୋଲି ଦିଲ୍ଲୀରେ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଆଲୋଚନା କରିଛନ୍ତି।

Advertisment

ରେଳ ପ୍ରକଳ୍ପର ବାଧକ ସାଜିଥିବା ଜମି ଅଧିଗ୍ରହଣ ସମସ୍ୟା ଖୁବଶୀଘ୍ର ସମାଧାନ କରାଯିବ। ରେଳପଥର ବିକାଶ ଓ ପ୍ରକଳ୍ପ ଗୁଡିକ ଆଗକୁ ନେବା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପୂଜାରୀ କହିଛନ୍ତି। ଦିଲ୍ଲୀରେ ରହଣୀ ସମୟରେ ରାଜସ୍ୱମନ୍ତ୍ରୀ ଶ୍ରୀ ପୂଜାରୀ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ବିଜେପି ନେତୃବୃନ୍ଦଙ୍କୁ ଭେଟିଛନ୍ତି।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe