Advertisment

ଅର୍ପଣ ରଥରୁ ସଂଗୃହୀତ ଗୁଆ, ଚାଉଳ ମହାପ୍ରଭୁଙ୍କ ସେବାରେ ଲାଗିବ: ସୁଆର ମହାସୁଆର ନିଯୋଗ ସମ୍ପାଦକ

ଭିକମଗା ଚାଉଳ ଶ୍ରୀମନ୍ଦିରକୁ ଯାଏନି। ଦାନ ଚାଉଳରେ ଅନ୍ନ, ଖେଚୁଡ଼ି ରାନ୍ଧି ମହାପ୍ରଭୁଙ୍କୁ ଅର୍ପଣ ପରମ୍ପରା ବିରୋଧୀ ବୋଲି ପୁରୀ ବିଧାୟକ କହିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Puri

Puri

ଅର୍ପଣ ରଥରୁ ସଂଗୃହୀତ ଗୁଆ, ଚାଉଳ କୁଆଡ଼େ ଯିବ ଓ କ’ଣ ହେବ ସେନେଇ ଅନ୍ତୋଷ ପ୍ରକାଶ ପାଇଥିଲା। ଏହି ସମୟରେ ଅର୍ପଣ ରଥରୁ ସଂଗୃହୀତ ଗୁଆ, ଚାଉଳ ମହାପ୍ରଭୁଙ୍କ ସେବାରେ ଲାଗିବ ବୋଲି ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର ଗଣମାଧ୍ୟମ ଆଗରେ କହିଛନ୍ତି। ଉଠିଥିବା ଅସନ୍ତୋଷକୁ ଚାପିବା ପାଇଁ ସୁଆର ମହାସୁଆର ନିଯୋଗ ସମ୍ପାଦକ ଏପରି ମନ୍ତବ୍ୟ ଦେଇଥିବା ଚର୍ଚ୍ଚା ହେଉଛି। 

Advertisment

ସେ କହିଛନ୍ତି, ଅର୍ପଣରଥରୁ ସଂଗୃହୀତ ଗୁଆ, ଚାଉଳ କୋଇଲି ବୈକୁଣ୍ଠରେ ଥିବା ନିଯୋଗ ଗୃହରେ ରଖାଯିବ। ଯେଉଁ ଭାବ ନେଇ ଭକ୍ତମାନେ ସେହି ଚାଉଳ ଓ ଗୁଆ ଦେଇଛନ୍ତି, ଆମେ ସେହି ଭାବ ନେଇ ମହାପ୍ରଭୁଙ୍କୁ ପାଖରେ ଭୋଗ ଲଗାଇବୁ। ବାରମିଶା ଚାଉଳ ହୋଇଥିଲେ ଖେଚୁଡ଼ି କରାଯିବ। ଯଦି ଚାଉଳ ଅବଢ଼ା ଉପଯୋଗୀ ହୋଇଥିବ, ରନ୍ଧା ଯାଇ ମହାପ୍ରସାଦ ହେବ।

ସେ ଆହୁରି କହିଛନ୍ତି, ମନ୍ଦିରରେ ପ୍ରତ୍ୟେକ ଦିନ ଅଟାର ବ୍ୟବହାର ହେଉଛି। ସେହି ଚାଉଳ ଅଟା କରାଯାଇ ବ୍ୟବହାର କରାଯିବ। ସେହି ଚାଉଳକୁ ମୁରୁଜ, ଝୋଟି ଓ ପ୍ରତିଦିନ ଆଳତିରେ ବ୍ୟବହାର କରାଯିବ।

Advertisment

ଚାଉଳରେ ଉଷୁନା ଚାଉଳ ମିଶିଥିବା ପ୍ରଶ୍ନ ଉଠୁଛି। ହେଲେ ଏହା ଠିକ୍ ନୁହେଁ। ମହାପ୍ରଭୁ କ’ଣ ଖାଆନ୍ତି ସମସ୍ତେ ଜାଣନ୍ତି। ସେଥିପାଇଁ ସମସ୍ତେ ଅରୁଆ ଚାଉଳ ଦେଇଥିବେ। ଉଷୁନା ଚାଉଳ ଦେଇ ନ ଥିବେ। ଏହା ମିଥ୍ୟା, ଅପବାଦ ପାଇଁ ଏପରି କରାଯାଉଛି। ସେହିପରି ସଂଗୃହୀତ ଶ୍ରୀଫଳ ବା ଗୁଆ ମହାପ୍ରଭୁଙ୍କ ବିଡ଼ିଆ ପାନ ପାଇଁ ବ୍ୟବହାର ହେବ ବୋଲି ନାରାୟଣ ମହାସୁଆର ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ସଂଗୃହୀତ ଚାଉଳ ଶ୍ରୀମନ୍ଦିର ଆସିବା ପ୍ରସଙ୍ଗରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ଭିକମଗା ଚାଉଳ ଶ୍ରୀମନ୍ଦିରକୁ ଯାଏନି। ଦାନ ଚାଉଳରେ ଅନ୍ନ, ଖେଚୁଡ଼ି ରାନ୍ଧି ମହାପ୍ରଭୁଙ୍କୁ ଅର୍ପଣ ପରମ୍ପରା ବିରୋଧୀ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ସାରା ରାଜ୍ୟରେ ବୁଲୁଥିଲା ଅର୍ପଣ ରଥ। ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଗୁଆ ଓ ଚାଉଳ ଆଦାୟ କରାଯାଉଥିଲା। ଏହି ଚାଉଳ ଓ ଗୁଆ ଶ୍ରୀକ୍ଷେତ୍ରରେ ନଯାଇ ବିଭିନ୍ନ ସ୍ଥାନରେ ରହିଥିଲା। ଶ୍ରୀକ୍ଷେତ୍ରକୁ ଗୁଆ, ଚାଉଳ ଓ ଦକ୍ଷିଣା ଟଙ୍କା କେବେ ଯିବ, ଏହି ଚାଉଳ କ’ଣ କରାଯିବ ତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା

Puri