ବିରୋଧୀ ମେଣ୍ଟ MVAରେ ଫାଟ! ସିନ୍ଦେଙ୍କୁ ଶରଦ ପାୱାରଙ୍କ ପ୍ରଶଂସା ପରେ ବଢ଼ିଲା ଚର୍ଚ୍ଚା

ଶରଦ ପାୱାରଙ୍କ ଏପରି ପ୍ରଶଂସାକୁ ସହଜରେ ଗ୍ରହଣ କରିପାରି ନାହିଁ ସହଯୋଗୀ ଶିବସେନା(ୟୁବିଟି)। କାରଣ ଉଦ୍ଧବ ଠାକରେଙ୍କ ଠାରୁ ଅଲଗା ହୋଇ ସିନ୍ଦେ ବିଜେପି ସହ ହାତ ମିଳାଇଥିଲେ।

Sharad

ସିନ୍ଦେ ଓ ଶରଦ ପାୱାର

Hemant Lenka
  • Published: Wednesday, 12 February 2025
  • Updated: 12 February 2025, 04:03 PM IST

Sports

Latest News

ମହାରାଷ୍ଟ୍ରର ବିରୋଧୀ ମେଣ୍ଟ ମହା ବିକାଶ ଅଘାଡି(ଏମଭିଏ)ରେ ସବୁ କିଛି ଠିକ ଠାକ ଚାଲି ନାହିଁ। କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପିକୁ ନେଇ ଗଠିତ ଏମଭିଏରେ ଫାଟ ସୃଷ୍ଟି ହୋଇଛି। ଏନସିପି ପ୍ରତିଷ୍ଠାତା ଶରଦ ପାୱାର ସମସ୍ତଙ୍କୁ ଚକିତ କରି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ପ୍ରଶଂସା କରିଛନ୍ତି। ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିବା ବେଳେ ଭଲ କାମ କରିଥିବା ଶରଦ ପାୱାର କହିଛନ୍ତି।

କିନ୍ତୁ ଶରଦ ପାୱାରଙ୍କ ଏପରି ପ୍ରଶଂସାକୁ ସହଜରେ ଗ୍ରହଣ କରିପାରି ନାହିଁ ସହଯୋଗୀ ଶିବସେନା(ୟୁବିଟି)। କାରଣ ଉଦ୍ଧବ ଠାକରେଙ୍କ ଠାରୁ ଅଲଗା ହୋଇ ସିନ୍ଦେ ବିଜେପି ସହ ହାତ ମିଳାଇଥିଲେ। ଉଦ୍ଧବ ସବୁବେଳେ ଶିବସେନା ଭାଙ୍ଗିବା ପଛରେ ସିନ୍ଦେ ରହିଥିବା କହୁଥିଲେ ହେଁ ଶରଦ ପାୱାରଙ୍କ ଏପରି ପ୍ରଶଂସା ନୂଆ ରାଜନୀତିକ ସମୀକରଣକୁ ଚର୍ଚ୍ଚା ଦେଇଛି।

Also Read

ଶରଦ ପାୱାର ମଙ୍ଗଳବାର ୯୮ତମ ଇଣ୍ଡିଆ ମରାଠୀ ଲିଟେରାରୀ କନଫରେନ୍ସରେ ସିନ୍ଦେଙ୍କୁ 'Mahadji Shinde Rashtra Gaurav Puraskar’ରେ ସମ୍ମାନୀତ କରିଥିଲେ। ଏହି କାର୍ଯ୍ୟକ୍ରମରେ ୮୪ ବର୍ଷୀୟ ପାୱାର ଖୋଲାଖୋଲି ଭାବେ ସିନ୍ଦେଙ୍କ ମୁଖ୍ୟମନ୍ତ୍ରିତ୍ୱ ବେଳେ ହୋଇଥିବା ବିକାଶମୂଳକ କାର୍ଯ୍ୟକ୍ରମର ଗୁଣଗାନ କରିଥିଲେ। ସେହିପରି ନିଜ ଜନ୍ମ ଜିଲ୍ଲା ସତାରାରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସେ ଖୁସି ବ୍ୟକ୍ତ ମଧ୍ୟ କରିଥିଲେ। ସିନ୍ଦେ ମଧ୍ୟ ନିଜ ଭାଷଣ ସମୟରେ ଶରଦ ପାୱାରଙ୍କୁ ପ୍ରଶଂସା କରିଥିଲେ। 

କିନ୍ତୁ ଶରଦ ପାୱାରଙ୍କ ଏପରି ଆଭିମୁଖ୍ୟକୁ ଉଦ୍ଧବ ଠାକରେ ନାସପନ୍ଦ କରିଥିବା ଜଣାପଡ଼ିଛି। ଉକ୍ତ କାର୍ଯ୍ୟକ୍ରମୁ ଶରଦ ପାୱାର ନ ଯାଇଥିଲେ ଭଲ ହୋଇଥାଆନ୍ତା। କାର୍ଯ୍ୟକ୍ରମରେ ଶରଦ ପାୱାର ଦେଇଥିବା ବୟାନ ଆଦୌ ଗ୍ରହଣୀୟ ନୁହେଁ ବୋଲି ଉଦ୍ଧବ ଠାକରେ ମତ ରଖିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।

ରାଜନୀତିରୁ ଉପରକୁ ଉଠି ଶରଦ ପାୱାର ପ୍ରଥମଥର ପାଇଁ ନିଜ ପ୍ରତିପକ୍ଷଙ୍କୁ ପ୍ରଶଂସା କରି ନାହାନ୍ତି। ଗତ ମାସରେ ସେ ୨୦୨୪ ମହାରାଷ୍ଟ୍ରରେ ବିଜେପିର ବଡ଼ ବିଜୟର ଶ୍ରେୟ ଆରଏସଏସକୁ ଦେଇଥିଲେ। ବାରମ୍ବାର ପ୍ରତିପକ୍ଷଙ୍କୁ ପାୱାରଙ୍କ ପ୍ରଶଂସା ଏମଭିଏରେ ମତ ପାର୍ଥକ୍ୟ ସୃଷ୍ଟି କରିବାରେ ଲାଗିଛି।

ନିକଟରେ ଶରଦ ପାୱାର ଦକ୍ଷିଣ ମୁମ୍ବାଇରେ ଦଳୀୟ କର୍ମୀଙ୍କ ଏକ ବୈଠକରେ କହିଥିଲେ, ଆରଏସଏସ କ୍ୟାଡର ସବୁବେଳେ ସଂଗଠନର ବିଚାରଧାରା ପ୍ରତି ଦୃଢ଼ ବିଶ୍ୱସ୍ତ ଥିବା ପ୍ରଦର୍ଶନ କରନ୍ତି। ସେମାନେ ବେଶ ବିଶ୍ୱସ୍ତ। ଆମେ ମଧ୍ୟ ସମେତି ଜଣେ ଜଣେ କ୍ୟାଡର ହେବା ଦରକାର। ଛତ୍ରପତି ଶାହୁ ମହାରାଜ, ମହାତ୍ମା ପୁଲେ, ବିଆର ଆମ୍ବେଦକର ଓ ଯଶବନ୍ତରାଓ ଚୌହାନଙ୍କ ବିଚାରଧାରା ପ୍ରତି ପ୍ରତିବଦ୍ଧତା ଦେଖାଇବା ଆମ କ୍ୟାଡରମାନଙ୍କ ପାଇଁ ଜରୁରୀ ବୋଲି ସେ କହିଥିଲେ। 

ନିକଟରେ ଶେଷ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏନସିପି(ଏସ୍‌ପି) ଆଶା ଅନୁସାରେ ପ୍ରଦର୍ଶନ କରି ପାରି ନଥିଲା। ଏପ୍ରିଲ-ମେ ମାସରେ ଅନୁଷ୍ଠି ଲୋକସଭା ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିଥିଲେ ହେଁ ବିଧାନସଭାରେ ଫେଲ ମାରିବା ଶରଦ ପାୱାରଙ୍କ ଚିନ୍ତାକୁ ବଢ଼ାଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story