Advertisment

ସଙ୍କଟରେ ସୁନକଙ୍କ ପ୍ରଧାନମନ୍ତ୍ରୀ ପଦ

ସୋମବାର ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ କ୍ୟାବିନେଟ୍‌ରେ ଗୃହ ମନ୍ତ୍ରୀ ଦାୟିତ୍ୱରେ ଥିବା ସୁଏଲ୍ଲା ବ୍ରେବରମ୍ୟାନ୍‌ଙ୍କୁ ବରଖାସ୍ତ କରିଥିଲେ।

author-image
Madhupriya Mistry
Rishi Sunak

Rishi Sunak

ସଙ୍କଟରେ ଋଷି ସୁନକଙ୍କ ପ୍ରଧାନମନ୍ତ୍ରୀ ପଦ। ମନ୍ତ୍ରୀ ମଣ୍ଡଳ ଅଦଳବଦଳ ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଅଡୁଆ ବଢ଼ିଛି। ତାଙ୍କ ବିରୋଧରେ ଅସିଛି ଅନାସ୍ତା ପ୍ରସ୍ତାବ। ଆଭ୍ୟନ୍ତରୀଣ ତଥା ଗୃହ ମନ୍ତ୍ରୀ ସୁଏଲ୍ଲା ବ୍ରେବରମ୍ୟାନଙ୍କୁ ପଦରୁ ହଟାଇବା ପରେ ଏବେ ସୁନକ ପ୍ରଥମ ଅବିଶ୍ୱାସ ପତ୍ରର ସମ୍ମୁଖୀନ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ବିଶ୍ୱସ୍ତ ଟୋରୀ ସାଂସଦ ଆଣ୍ଡ୍ରେୟା ଜେନକିନସ ସୁନକଙ୍କ ସ୍ଥାନରେ ଜଣେ ପ୍ରକୃତ କଞ୍ଜରଭେଟିଭ ପାର୍ଟି ନେତାଙ୍କୁ ନିଯୁକ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତି।

Advertisment

'ବହୁତ ହୋଇଗଲା…। ଏବେ ଋଷି ସୁନକଙ୍କ ଯିବା ସମୟ ଆସିଛି…।' ସୋଶାଲ ମିଡିଆରେ ଅନାସ୍ତା ପ୍ରସ୍ତାବର ଚିଠି ସେଆର କରି ଟୋରୀ ସାଂସସ ଏଭଳି ଲେଖିଛନ୍ତି। ଏଥିସହ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ନେତା ବୋରିସ ଜନସନଙ୍କଠାରୁ ମୁକ୍ତି ପାଇବାକୁ ସୁନକଙ୍କୁ ଦୋଷୀ କରିଛନ୍ତି ଜେନ୍‌କିନ୍ସ।

ବ୍ରେବରମ୍ୟାନଙ୍କ ବହିଷ୍କାର ଖବର ଆସିବାର ପରେ ଟୋରୀ ସାଂସଦମାନେ ସୁନକଙ୍କୁ ନିନ୍ଦା କରିଥିଲେ। ସତ କହିବାରୁ ତାଙ୍କୁ ବହିଷ୍କାର କରାଯାଇଛି ବୋଲି ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସରେ ପୋଷ୍ଟ କରି ସେ ଲେଖିଥିଲେ।

Advertisment

ଉଲ୍ଲେଖଯୋଗ୍ୟ, ଗତକାଲି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ କ୍ୟାବିନେଟ୍‌ରେ ଗୃହ ମନ୍ତ୍ରୀ ଦାୟିତ୍ୱରେ ଥିବା ସୁଏଲ୍ଲା ବ୍ରେବରମ୍ୟାନ୍‌ଙ୍କୁ ବରଖାସ୍ତ କରିଥିଲେ। ପାଲେଷ୍ଟାଇନ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ତାଙ୍କୁ ପଦରୁ ହଟାଯାଇଥିଲା। ସୁଏଲ୍ଲା ବ୍ରେବରମ୍ୟାନ୍‌ଙ୍କୁ ଗୃହ ମନ୍ତ୍ରୀ ପଦରୁ ହଟାଇବା ପରେ ବ୍ରିଟେନ୍‌ ସରକାର ବଡ଼ ଧରଣର ମନ୍ତ୍ରୀ ଅଦଳବଦଳ କରିଥିଲେ। ସୁଏଲ୍ଲା ବ୍ରେବରମ୍ୟାନଙ୍କ ସ୍ଥାନରେ ଋଷି ସୁନକ ଜେମ୍ସ କ୍ଲେବରଲିଙ୍କୁ ଗୃହ ମନ୍ତ୍ରୀ ଦାୟିତ୍ୱ ଦେଇଥିଲେ। ସେହିପରି ଡେଭିଡ୍‌ କାମେରନ୍‌ଙ୍କୁ ଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ କରାଇଥିଲେ।

Rishi Sunak No-Confidence Letter Tory MP