Advertisment

ନଦୀ ଗୁଡ଼ିକୁ ହତ୍ୟା କରିଦିଆଯାଉଛି: ବିଜୟ ମହାପାତ୍ର

‘ଛତିଶଗଡ଼ ପାଣି ଅଟାଇବା ଯୋଗୁ ଓଡ଼ିଶାବାସୀ କ୍ଷତିଗ୍ରସ୍ତ ହୋଇଛନ୍ତି। ନା ହୀରାକୁଦ ଡ୍ୟାମରେ ପାଣି ଅଛି ନା ନଈରେ ପାଣି ଅଛି। କେଉଁଠାରେ ପାଣିନାହିଁ। ଯେଉଁ ପାଣି ରହିଛି, ତାହା କୌଣସି କାମରେ ଲାଗୁନି।’

Bijay Mohapatra

Bijay Mohapatra

Advertisment

ଆଗାମୀ ଦିନରେ ପାଣି ଉତ୍କଟ ସମସ୍ୟା ହେବାକୁ ଯାଉଛି। ନଦୀ ଗୁଡ଼ିକୁ ଜୀଅନ୍ତା ହତ୍ୟା କରିଦିଆଯାଉଛି। ଯାହାର ପରିଣାମ ଲୋକେ ଭୋଗୁଛନ୍ତି। ଆଜି ଏପରି କହିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର। ମହାନଦୀ ଟ୍ରିବ୍ୟୁନାଲ୍ ଆସିବା ପୂର୍ବରୁ ସେ ଆଜି ବାଲିଅନ୍ତା, ବାଲିପାଟଣା, ନୀମାପଡ଼ା ଅଞ୍ଚଳ ବୁଲି ମହାନଦୀ ଓ କାଠଯୋଡ଼ିର ଶାଖା ନଈ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଛନ୍ତି।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି, ନଦୀକୁ ମାଆ ବୋଲି ସମ୍ୱୋଧିତ କରୁଛୁ। କାରଣ ସେହି ନଦୀ ଆମକୁ ପିଇବା ପାଇଁ, ବଞ୍ଚିବା ପାଇଁ, ଚାଷ ପାଇଁ ପାଣି ଦେଉଛି। ହେଲେ ସେହି ନଦୀକୁ ହତ୍ୟା କରାଯାଉଛି। ସରକାରଙ୍କ ଆଖି ଆଗରେ ନଦୀ ସମସ୍ୟା ଅତି ନିମ୍ନରେ ରହିଛି। ଏହା ଅତି ଦୁଃଖଦାୟକ ଘଟଣା ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ମହାପଦୀ ପାଣି ସମସ୍ୟା ନେଇ ବିଜୟ ମହାପାତ୍ର କହିଛନ୍ତି, ଛତିଶଗଡ଼ ପାଣି ଅଟାଇବା ଯୋଗୁ ଓଡ଼ିଶାବାସୀ କ୍ଷତିଗ୍ରସ୍ତ ହୋଇଛନ୍ତି। ନା ହୀରାକୁଦ ଡ୍ୟାମରେ ପାଣି ଅଛି ନା ନଈରେ ପାଣି ଅଛି। କେଉଁଠାରେ ପାଣିନାହିଁ। ଯେଉଁ ପାଣି ରହିଛି, ତାହା କୌଣସି କାମରେ ଲାଗୁନି। ପରିସ୍ଥିତି ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଏଥିପ୍ରତି ସରକାରୀ କଳ ବା ସରକାରଙ୍କ ଚିନ୍ତା ନାହିଁ। ଏପରି ସମୟରେ ମହାନଦୀ ଟ୍ରିବ୍ୟୁନାଲ୍‌ ଓଡ଼ିଶା ଗସ୍ତ କରୁଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଟ୍ରିବ୍ୟୁନାଲ ଗଢ଼ିବାକୁ ୫ ବର୍ଷରୁ ଅଧିକ ସମୟ ବିତିଗଲାଣି। ଓଡ଼ିଶାବାସୀ ନ୍ୟାୟ ପାଇପାରିଲେ ନାହିଁ। ଆଜି ମଧ୍ୟ ନ୍ୟାୟ ମିଳିବ କି ନାହିଁ ସନ୍ଦେହ। ତଥାପି ଟ୍ରିବ୍ୟୁନାଲ୍‌ ପାଖରେ ଓଡ଼ିଶାର ସମସ୍ତଙ୍କ ଦାବି ରଖାଯିବା ଦରକାର। ସିଏ ଧନୁଆର ବନ୍ୟା ନିୟନ୍ତ୍ରଣ ହେଉ ବା ମହାନଦୀ ଓ କାଠଯୋଡ଼ିର ଜଳ ସମସ୍ୟା ହେଉ। ଯଦି ସବୁ ସମସ୍ୟାକୁ ବଳିଷ୍ଠ ଯୁକ୍ତି ସହ ଟ୍ରିବ୍ୟୁନାଲ୍‌ ପାଖରେ ଉପସ୍ଥାପନ କରିପାରିବା, ମୁଁ ଭାବବୁଛି ସମସ୍ୟାର ସମାଧାନ ହୋଇପାରିବ ବୋଲି ବିଜୟ କହିଛନ୍ତି।

Advertisment

ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି

BjD Bjp Bijay Mohapatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe