Advertisment

Bihar Election: ୧୪୩ ଆସନରେ ଲଢ଼ିବ ଆରଜେଡି: ଶେଷ ଦିନରେ ଜାରି କଲା ପ୍ରାର୍ଥୀ ତାଲିକା

ମହାଗଠବନ୍ଧନରେ ସିଟ୍‌ ଶେୟାରିଂ ଫର୍ମୁଲାରେ ସହମତି ହୋଇପାରୁ ନଥିବାରୁ ଆରଜେଡି ବିଧିବଦ୍ଧ ଭାବେ ପ୍ରାର୍ଥୀ ତାଲିକା ଜାରି କରି ନଥିଲା। ତଥାପି ନିଜର ଆଶାୟୀ ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ ଦେଇଥିଲା।

author-image
Hemant Lenka
Bihar

ବିହାର

ବିହାର ବିଧାନସଭା ନିର୍ବାଚନ(Bihar Election) ପାଇଁ ଶେଷରେ ପ୍ରାର୍ଥୀ ତାଲିକା ଜାରି କରିଛି ଆରଜେଡି। ଆଜି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ଆଜି ଶେଷ ଦିନରେ ମୋଟ ୧୪୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି।

Advertisment

ମହାଗଠବନ୍ଧନରେ ସିଟ୍‌ ଶେୟାରିଂ ଫର୍ମୁଲାରେ ସହମତି ହୋଇପାରୁ ନଥିବାରୁ ଆରଜେଡି ବିଧିବଦ୍ଧ ଭାବେ ପ୍ରାର୍ଥୀ ତାଲିକା ଜାରି କରି ନଥିଲା। ତଥାପି ନିଜର ଆଶାୟୀ ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ ଦେଇଥିଲା। ସେମାନେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୬ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୧୧ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଏସବୁ ଭିତରେ ମୋଟ ୧୪୩ଟି ଆସନରେ ଆରଜେଡି ଲଢ଼ିବ ବୋଲି ମହାଗଠବନ୍ଧନରେ ନିଷ୍ପତ୍ତି ହୋଇଛି ଓ ସେହି ଅନୁସାରେ ଦଳ ପ୍ରାର୍ଥୀ ତାଲିକା ଜାରି କରିଛି। 

୨୦୨୦ ତୁଳନାରେ ଆରଜେଡି ଏଥର ଗୋଟିଏ ଆସନ ହରାଇଛି। ଦଳ ୨୦୨୦ରେ ୧୪୪ଟି ଆସନରେ ପ୍ରାର୍ଥୀ ଦେଇଥିଲା। କିନ୍ତୁ ଏଥର ଦଳ ୧୪୩ଟି ଆସନ ବୁଝାମଣା ଅନୁସାରେ ପାଇଛି। ତେଜସ୍ୱୀ ଯାଦବ ରାଘୋପୁର, ମାଧେପୁରାରୁ ଚନ୍ଦ୍ର ଶେଖର, ମୋକାମାରୁ ବୀଣା ଦେବୀ ଓ ଝାଝାରୁ ଉଦୟ ନାରାୟଣ ଚୌଧୁରୀ ଲଢ଼ିବେ।

Advertisment

ଅନ୍ୟପକ୍ଷରେ ମହାଗଠବନ୍ଧରେ ଥିବା କଂଗ୍ରେସ ଆଉ ୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏହାକୁ ମିଶାଇ ଦଳ ଏଯାଏ ୬୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଲାଣି। ମଧ୍ୟରାତ୍ରରେ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହେବା ପରେ ଦଳ ପକ୍ଷରୁ ଏପରି ଘୋଷଣା କରାଯାଇଛି।

ଏହାପୂର୍ବରୁ ଗୁରୁବାର କଂଗ୍ରେସ ୪୮ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ସେହିପରି ଶୁକ୍ରବାର ଆଉ ୬ ଜଣଙ୍କୁ ଦଳୀୟ ଟିକେଟ ନିର୍ବାଚନ ଲଢ଼ିବାକୁ ଦେଇଥିଲା। ଆରଜେଡି ଭଳି କଂଗ୍ରେସ ମଧ୍ୟ ନଭେମ୍ବର ୬ ଓ ୧୧ରେ ହେବାକୁ ଥିବା ଭୋଟ ପାଇଁ ନିଜର ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ ଦେଇଥିଲା। ସେମାନେ ଠିକଣା ସମୟରେ ନାମାଙ୍କନ ମଧ୍ୟ ଦାଖଲ କରିଛନ୍ତି। 

Bihar Election