Advertisment

ଆରଜେଡିର ପରିବର୍ତ୍ତନ ପତ୍ର: ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଦେବ ଲକ୍ଷେ ଟଙ୍କା

ଆରଜେଡି ପକ୍ଷରୁ ତେଜସ୍ୱୀ ଯାଦବ ଓ ବରିଷ୍ଠ ନେତାମାନେ ଏହି ପରବର୍ତ୍ତନ ପତ୍ର ଜାରି କରିଛନ୍ତି। ଦଳ ତା’ର ଇସ୍ତାହାରରେ ମୋଟ ୨୪ଟି ପ୍ରତିଶ୍ରୁତି ଦେଇଛି।

RJD

RJD

Advertisment

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଆଜି ବିରୋଧୀ ଆରଜେଡି ତା’ର ନିର୍ବାଚନୀ ଇସ୍ତାହାର ଜାରି କରିଛି। ପରିବର୍ତ୍ତନ ପତ୍ର ନାଁରେ ଦଳ ଘୋଷଣା କରିଥିବା ଇସ୍ତାହାରରେ ବଡ଼ବଡ଼ ପ୍ରତିଶ୍ରୁତି ସବୁ ଦେଇଛି।

Advertisment

ଯଦି ଦଳ ବିଜୟୀ ହେବ, ତା’ହେଲେ ବିହାରରେ ୫ଟି ଏୟାରପୋର୍ଟ ତିଆରି କରିବ। ସେହିପରି ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଆରଜେଡି ଗରିବ ପରିବାରର ‘ଭଉଣୀ’ଙ୍କୁ ଲକ୍ଷେ ଟଙ୍କା ଲେଖାଏ ଦେବ ବୋଲି କହିଛି। ଆରଜେଡି ପକ୍ଷରୁ ତେଜସ୍ୱୀ ଯାଦବ ଓ ବରିଷ୍ଠ ନେତାମାନେ ଏହି ପରବର୍ତ୍ତନ ପତ୍ର ଜାରି କରିଛନ୍ତି। ଦଳ ତା’ର ଇସ୍ତାହାରରେ ମୋଟ ୨୪ଟି ପ୍ରତିଶ୍ରୁତି ଦେଇଛି।

ଇସ୍ତାହାରରେ ଦଳ ୧ କୋଟି ଚାକିରି, ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା, ବିହାରକୁ ୧.୬୦ ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ମିଳିବ ବୋଲି କହିଛି। ସେହିପରି ପ୍ରତିରକ୍ଷା କ୍ଷେତ୍ରରେ ନିଯୁକ୍ତି ପାଇଁ ଏବେ ଲାଗୁ ହେଉଥିବା ୪ ବର୍ଷିଆ ଅଗ୍ନିବୀର ଯୋଜନାକୁ ଦଳ କ୍ଷମତାକୁ ଆସିଲେ ଉଚ୍ଛେଦ କରିବ। ଏହା ବଦଳରେ ୨୦୧୪ ପୂର୍ବରୁ ନିଯୁକ୍ତି ପାଇଁ ଲାଗୁ ହେଉଥିବା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ।

Advertisment

ଆରଜେଡି ଆହୁରି କହିଛି ଯେ ନିର୍ବାଚନରେ ବିଜୟୀ ହେଲେ ଲୋକଙ୍କୁ ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ ସିଲିଣ୍ଡର ଓ ୨୦୦ ୟୁନିଟ ଯାଏ ମାଗଣା ବିଜୁଳି ଦେବ। ବେକାରୀ ସମସ୍ୟା ଦୂର କରିବା ପାଇଁ ରେଳବାଇରେ ଚାକିରି ଯୋଗାଇ ଦିଆଯିବ।

ରେଳବାଇର ଘରୋଇ କରଣକୁ ଦଳ ବନ୍ଦ କରାଯିବ ମଣ୍ଡଳ କମିଶନର ସୁପାରିସକୁ ଦଳ ଲାଗୁ କରିବା ସହ ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଓ ଆଇନ ଶୃଙ୍ଖଳାର ଉନ୍ନତିକରଣ ଉପରେ ଫୋକସ କରିବ ବୋଲି କହିଛି।

ତେଜସ୍ୱୀ କହିଛନ୍ତି, “ଆମେ ଆମ ଦଳର ପରିବର୍ତ୍ତନ ପତ୍ର ଜାରି କରିଛୁ। ଏଥିରେ ୨୦୨୪ ପାଇଁ ୨୪ଟି ଜନ ବଚ୍ଚନ ରହିଛି। ଏହି ୨୪ ଜନ ବଚ୍ଚନକୁ ପୂରଣ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।

ଯଦି ଇଣ୍ଡିଆ ବ୍ଲକ କେନ୍ଦ୍ରରେ ସରକାର ଗଠନ କରିବ, ତା’ହେଲେ ମୋ ଦଳ ପୂର୍ଣ୍ଣେଆ, ଭାଗଲପୁର, ମୁଜାଫରପୁର, ଗୋପାଲଗଞ୍ଜ ଓ ରାକ୍ସାଉଲରେ ୫ଟି ଏୟାରପୋର୍ଟ ତିଆରି କରିବାକୁ ବ୍ୟବସ୍ଥା କରିବ। ଏହାଦ୍ୱାରା ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆସିପାରିବ।

ଏହାବାଦ ଆମେ ପୁରୁଣା ପେନସନ ଯୋଜନା ମଧ୍ୟ ଲାଗୁ କରିବୁ। ଆମେ ଦେଶକୁ ବେକାରୀ ମୁକ୍ତ କରିବାକୁ ଚାହୁଁଛୁ। ଯଦି ଆମେ କ୍ଷମତାକୁ ଆସିବୁ, ତା’ହେଲେ ଅଗଷ୍ଟ ୧୫ରୁ ହିଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।

ଆଜିକା ଦିନରେ ବେକାରୀ ସବୁଠାରୁ ବଡ଼ ଶତ୍ରୁ। କିନ୍ତୁ ବିଜେପି ଏ ବିଷୟରେ କିଛି ବି କହୁ ନାହିଁ। ସେମାନେ ୨ କୋଟି ଚାକିରି ଦେବେ ବୋଲି କହିଥିଲେ। କିନ୍ତୁ ଏହା କୁଆଡ଼େ ଗଲା?”

ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଆରଜେଡିର ଇସ୍ତାହାରକୁ ମିଥ୍ୟାର ଗନ୍ଥା ଘର ବୋଲି କୁହାଯାଇଛି। ଏହାପୂର୍ବରୁ କଂଗ୍ରେସ ଜାରି କରିଥିବା ନିର୍ବାଚନୀ ଇସ୍ତାହାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଛର ଗନ୍ଥା ଘର ବୋଲି କହିଥିଲେ।

Tejashwi Yadav Bihar RJD Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe