Advertisment

ବିହାରରେ ଇଣ୍ଡିଆ ମେଣ୍ଟର ଆସନ ଭାଗବଣ୍ଟା; ଆରଜେଡିକୁ ୨୬, କଂଗ୍ରେସ ପାଇଲା ୯

ବିହାରର ୪୦ ଲୋକସଭା ଆସନ ପାଇଁ ଆଜି ଇଣ୍ଡି ମେଣ୍ଟ ମଧ୍ୟରେ ଭାଗବଣ୍ଟା ହୋଇଛି।

ଅଦ୍ୟତନ ହୋଇଛି
Rahul Gandhi & Tejashwi Yadav

Rahul Gandhi & Tejashwi Yadav

Advertisment

ବିହାରରେ ଇଣ୍ଡିଆ ମେଣ୍ଟର ଆସନ ଭାଗବଣ୍ଟା ହୋଇଛି। ୪୦ଟି ଲୋକସଭା ଆସନରୁ ୨୬ଟି ଆସନରେ ଆରଜେଡି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ କଂଗ୍ରେସ ୯ ଏବଂ ବାମପନ୍ଥୀ ଦଳକୁ ପାଞ୍ଚଟି ଆସନ ବଣ୍ଟନ କରାଯାଇଛି।

Advertisment

କଂଗ୍ରେସ କାତିହର, କିଶାନଗଞ୍ଜ, ପାଟନା ସାହେବ, ସାସାରାମ, ଭାଗଲପୁର, ପଶ୍ଚିମ ଚମ୍ପାରନ, ମୁଜାଫରପୁର, ସାମସ୍ତିପୁର ଏବଂ ମହାରାଜଗଞ୍ଜ ଆସନରୁ ପ୍ରାର୍ଥୀ ଦେବ ଏବଂ ବାମପନ୍ଥୀମାନେ ବେଗୁସରାଇ, ଖାଗରିଆ, ଆରହ, କରକାଟ ଏବଂ ନାଳନ୍ଦାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ବାକି 26ଟି ଆସନରେ ଆରଜେଡି ପ୍ରାର୍ଥୀ ଦେବ ବୋଲି ବୁଝାମଣା ହୋଇଛି।

ବିହାରର ୪୦ଟି ଆସନ ପାଇଁ ଲୋକସଭା ନିର୍ବାଚନ ଏପ୍ରିଲ ୧୯, ୨୬, ମେ ୭, ୧୩, ୨୦, ୨୫ ଏବଂ ଜୁନ୍ ୧ରେ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ।

Advertisment

ଅନ୍ୟପକ୍ଷରେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ)ର ସହଯୋଗୀ ଦଳ ମଧ୍ୟରେ ଆସନା ଭାଗବଣ୍ଟା ସରିଛି। ବିହାରରୁ ବିଜେପି ୧୭ ଲୋକସଭା ଆସନରେ ଲଢିବାକୁ ଥିବାବେଳେ ଜେଡି (ୟୁ) ୧୬ ଆସନରେ ପ୍ରାର୍ଥୀ ଦେବ। ସେହିପରି ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (HAM) ଏବଂ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (RLSP) ଯଥାକ୍ରମେ ଗୋଟିଏ ଲେଖାଏଁ ଆସନରେ ପ୍ରାର୍ଥୀ ଦେବେ ଏବଂ ଚିରାଗ ପାସୱାନଙ୍କ ନେତୃତ୍ୱାଧୀନ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ପାଞ୍ଚଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଏଠାରେ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ କେବଳ ଗୋଟିଏ ଆସନ ଜିତିଥିବାବେଳେ ଆରଜେଡି ଏବଂ ବାମ ଦଳ ଖାତା ଖୋଲିପାରି ନଥିଲେ। ଏନଡିଏ ମିଳିତ ମଞ୍ଚ ବିଜେପି ଏବଂ ଜନତା ଦଳ (ୟୁନାଇଟେଡ୍) ଜେଡି (ୟୁ) ଯଥାକ୍ରମେ ୧୭ ଏବଂ ୧୬ଟି ସିଟ୍ ଜିତିଥିଲେ।

Congress RJD INDIA Alliance INDIA Seat Sharing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe