Robert Vadra
କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା ସକ୍ରିୟ ରାଜନୀତିକୁ ଆସିବେ ବୋଲି ସଙ୍କେତ ଦେଇଛନ୍ତି। ଏଥିସହ
ରବର୍ଟ ଭଦ୍ରା ନ୍ୟୁଜ ଏଜେନ୍ସି ଏଏନଆଇକୁ କହିଛନ୍ତି, “ଆମେଠିର ଲୋକମାନେ ବର୍ତ୍ତମାନର ସାଂସଦ ସ୍ମୃତି ଇରାନୀଙ୍କ ଉପରେ ଅସନ୍ତୁଷ୍ଟ ରହିଛନ୍ତି। ସେମାନେ ଗାନ୍ଧି ପରିବାରର କୌଣସି ସଦସ୍ୟ ସେଠାକୁ ଫେରନ୍ତୁ ବୋଲି ଚାହୁଁଛନ୍ତି। ରାଏ ବରେଲୀ କିମ୍ବା ଆମେଠିକୁ ପ୍ରତିନିଧିତ୍ୱ କରୁଥିବା ନେତାମାନେ ସେଠାକାର ଲୋକଙ୍କ ବିକାଶ ଓ ସୁରକ୍ଷା ପାଇଁ କାମ କରିବା ଦରକାର।
ଭେଦଭାବର ରାଜନୀତି ସେମାନେ ନ କରିବା ଦରକାର। ଆମେଠିର ଲୋକମାନେ ବର୍ତ୍ତମାନର ସାଂସଦଙ୍କୁ ନେଇ ପ୍ରବଳ କ୍ଷବ୍ଧ ରହିଛନ୍ତି। ସେମାନେ ଭୁଲ କରି ଦେଇଛନ୍ତି ବୋଲି ଭାବୁଛନ୍ତି। କାରଣ ସାଂସଦ ନିୟମିତ ସେମାନଙ୍କ ପାଖକୁ ଯାଉ ନାହାନ୍ତି।
ସାଂସଦ ଜଣଙ୍କ ଉକ୍ତ ସ୍ଥାନର ବିକାଶ ଚାହୁଁନାହାନ୍ତି। ସେ କେବଳ ଗାନ୍ଧି ପରିବାର ବିରୋଧରେ ଅଭିଯୋଗ ଆଣୁଛନ୍ତି। ସେମାନଙ୍କୁ ଅପମାନିତ କରୁଛନ୍ତି ଓ କ୍ଷମତାର ଅପବ୍ୟବହାର କରୁଛନ୍ତି।”
ଭଦ୍ରା ଦାବି କରିଛନ୍ତି ଯେ “ଆମେଠି, ରାଏ ବରେଲୀ, ସୁଲତାନପୁର ଓ ଜଗଦୀଶପୁର ପାଇଁ ଗାନ୍ଧି ପରିବାର ବିଗତ ବର୍ଷ ବର୍ଷ ଧରି କାମ କରି ଚାଲିଛନ୍ତି। ଆମେଠିର ଲୋକମାନେ ସ୍ମୃତି ଇରାନୀଙ୍କୁ ନିର୍ବାଚିତ କରି ବଡ଼ ଭୁଲ କରି ଦେଇଥିବା ଭାବୁଛନ୍ତି। ସେମାନେ ପୁଣି ଗାନ୍ଧି ପରିବାରର ସଦସ୍ୟଙ୍କୁ ଚାହୁଁଛନ୍ତି।
ଏପରି କି ଯଦି ମୁଁ ସଂସଦର ସଦସ୍ୟ ହେବାକୁ ଲକ୍ଷ୍ୟ ରଖିଛି, ତା’ହେଲେ ସେମାନଙ୍କ ଆଶା ଅଛି ଯେ ମୁଁ ଉକ୍ତ ନିର୍ବାଚନୀ ମଣ୍ଡଳର ପ୍ରତିନିଧିତ୍ୱ କରେ। ଲୋକମାନେ ଜାଣିଛନ୍ତି ଯେ ଆମେ କେମିତି କାମ କରିଛୁ। ସେମାନେ ମୋତେ ସୋଶାଲ ମିଡିଆରେ ଯୋଗାଯୋଗ କରନ୍ତି। ସେମାନେ ମୋତେ ଅଫିସ ବାହାରେ ଦେଖା ହୁଅନ୍ତି ଓ ମୋ ଜନ୍ମଦିନକୁ ମଧ୍ୟ ପାଳ କରନ୍ତି।”
ପ୍ରଥମଥର ପାଇଁ ରବର୍ଟ ଭଦ୍ରା ସକ୍ରିୟ ରାଜନୀତିକୁ ଆସିବେ ବୋଲି ସଙ୍କେତ ଦେଇ ନାହାନ୍ତି। ୨୦୨୨ ଜୁଲାଇ ମାସରେ ମଧ୍ୟ ସେ ଲୋକମାନେ ଚାହିଁଲେ ରାଜନୀତି ମୈଦାନକୁ ଓହ୍ଲାଇବେ ବୋଲି କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1712242080.jpg)