Advertisment

ବିବାଦର ନାଁ ରୋହିତ ଶର୍ମା! ବ୍ୟାକଫୁଟରେ କଂଗ୍ରେସ

ରୋହିତ ଶର୍ମାଙ୍କୁ ନେଇ ବିବାଦ ବଢ଼ୁଥିବା ବେଳେ କଂଗ୍ରେସ ହାଇକମାଣ୍ଡ ପୂରା ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି। ଶାମା ମହମ୍ମଦଙ୍କୁ ତୁରନ୍ତ ରୋହିତ ଶର୍ମା ସମ୍ପର୍କରେ କରିଥିବା ସୋଶାଲ ମିଡିଆ ପୋଷ୍ଟକୁ ଡିଲେଟ କରିବାକୁ କୁହାଯାଇଛି।

Congress

Congress

Advertisment

ଲଜ୍ଜାଜନକ ଓ ବିବାଦୀୟ ସ୍ଥିତିର ସମ୍ମୁଖୀନ ହୋଇଚି କଂଗ୍ରେସ। ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ପ୍ରତି କଂଗ୍ରେସ ମୁଖପାତ୍ର ଶାମା ମହମ୍ମଦ ଦେଇଥିବା ବୟାନ ବିବାଦ ସୃଷ୍ଟି କରିଛି। ରୋହିତଙ୍କ ଫିଟନେସ ଉପରେ ଶାମା ଉଠାଇଥିବା ପ୍ରଶ୍ନ କଂଗ୍ରେସକୁ ଅଡ଼ୁଆ ପରିସ୍ଥିତିରେ ପକାଇଛି। ସୋଶାଲ ମିଡିଆରେ ଅନେକ ଲୋକ ଟ୍ରୋଲ କରିବାରେ ଲାଗିଛନ୍ତି।

Advertisment

ରୋହିତ ଶର୍ମାଙ୍କୁ ନେଇ ବିବାଦ ବଢ଼ୁଥିବା ବେଳେ କଂଗ୍ରେସ ହାଇକମାଣ୍ଡ ପୂରା ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି। ଶାମା ମହମ୍ମଦଙ୍କୁ ତୁରନ୍ତ ରୋହିତ ଶର୍ମା ସମ୍ପର୍କରେ କରିଥିବା ସୋଶାଲ ମିଡିଆ ପୋଷ୍ଟକୁ ଡିଲେଟ କରିବାକୁ କୁହାଯାଇଛି। ଏହି ନିର୍ଦ୍ଦେଶ ପରେ ଶାମା ମହମ୍ମଦ ତୁରନ୍ତ ‘ରୋହିତ ଜଣେ ମେଦବୁହୁଳ କ୍ରୀଡ଼ା ବିତ’ ପୋଷ୍ଟକୁ ହଟାଇ ଦେଇଛନ୍ତି।

ରୋହିତଙ୍କ ନେତୃତ୍ୱରେ ଭାରତୀୟ ଟିମ ଏବେ ଚାମ୍ପିୟନ୍ସ ଟ୍ରଫି ଖେଳୁଛି। ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ଥିବା ଭାରତ ଆସନ୍ତାକାଲି ଅଷ୍ଟ୍ରେଲିଆକୁ ସେମି ଫାଇନାଲରେ ଭେଟିବ। ଏହାପୂର୍ବରୁ ଦଳ ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲା। ଏହାକୁ ମ୍ୟାଚ୍‌କୁ ମଧ୍ୟ ଭାରତ ୪୫ ରନରେ ଜିତି ନେଇଛି। ସ୍ପିନ ବୋଲର ବରୁଣ ଚକ୍ରବର୍ତ୍ତୀ ନିଜର ଚାମ୍ପିୟନ୍ସ ଟ୍ରଫି ଡେବ୍ୟୁ ମ୍ୟାଚ୍‌ରେ ୫ ୱିକେଟ ଦଖଲ କରି ଇତିହାସ ରଚିଛନ୍ତି।

Advertisment

ତେବେ ଗତକାଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ରୋହିତ ଫିଲ୍ଡି କରିବା ବେଳେ ନିୟନ୍ତ୍ରଣ ହରାଇ ପଡ଼ି ଯାଇଥିଲେ। ଏହାକୁ ସୋଶାଲ ମିଡିଆରେ ଗୋଟିଏ ପୋଷ୍ଟ କରି ଶାମା ମହମ୍ମଦ କଟାକ୍ଷ କରିଥିଲେ। ସେ କହିଥିଲେ ଯେ “ ରୋହିତ ଶର୍ମା ଜଣେ ମେଦବୁହଳ କ୍ରୀଡ଼ାବିତ! ତାଙ୍କୁ ଓଜନ କମାଇବାର ଅଛି। ସେହିପରି ଆଜି ଯାଏ ଭାରତ ପାଇଥିବା ସମସ୍ତ ଅଧିନାୟକଙ୍କ ତୁଳନାରେ ରୋହିତ ସବୁଠାରୁ ଅପ୍ରଭାବିତ କରିବା ଭଳି କ୍ୟାପ୍ଟେନ।”

ବାସ ଏହାକୁ ନେଇ କଂଗ୍ରେସ ଓ ଶାମାଙ୍କୁ ସୋଶାଲ ମିଡିଆରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଫ୍ୟାନ୍ସ ରୋହିତଙ୍କ ନେତୃତ୍ୱରେ କେମିତି ପ୍ରଦର୍ଶନ କରୁଛି ବୋଲି ଶାମାଙ୍କୁ ଜଣାଇଛନ୍ତି। ବିଜେପି ମଧ୍ୟ ସୁଯୋଗ ହାତ ଛଡ଼ା ନ କରି ଶାମାଙ୍କ ପୋଷ୍ଟକୁ କଂଗ୍ରେସର ଏମର୍ଜେନ୍ସି ମାନସିକତା ବୋଲି କହିଛନ୍ତି।

ସୋମବାର ସକାଳୁ ଶାମା ମହମ୍ମଦ ଏହା ଉପରେ ସ୍ପଷ୍ଟୀକରଣ ଦେବାକୁ ଚେଷ୍ଟା କରିଥିଲେ। ସେ ନିଜର ବୟାନକୁ ସାମାନ୍ୟ ବୋଲି କହିବା ସହ ଗଣତନ୍ତ୍ରରେ ନିଜର ବାକ ସ୍ୱାଧୀନତାକୁ ସଙ୍କୋଚିତ କରିବାର କାରଣ ବୁଝି ପାରୁ ନଥିବା କହିଛନ୍ତି। କିନ୍ତୁ ତାଙ୍କର ଏପରି ବୟାନ କଂଗ୍ରେସକୁ ଅଡ଼ୁଆ ପରିସ୍ଥିତିରୁ ବାହାର କରିପାରିନି। ଏଥିପାଇଁ ଦଳ ପୂରା ଘଟଣାରେ ତାଳି ପକାଇବାକୁ ଚେଷ୍ଟା କରିଛି।

କଂଗ୍ରେସ ଶାମା ମହମ୍ମଦଙ୍କ ବୟାନ ଠାରୁ ନିଜକୁ ଦୂରେଇ ରଖିଛି। ଏଥିସହ ତାଙ୍କୁ ପୋଷ୍ଟ ଡିଲେଟ କରିବାକୁ କହିଥିଲା। ନିର୍ଦ୍ଦେଶ ପାଇବା ପରେ ଶାମା ପୋଷ୍ଟକୁ ଡିଲେଟ କରି ଦେଇଛନ୍ତି। କିନ୍ତୁ ସେ ଏଯାଏ ନିଜ ପୋଷ୍ଟ ପାଇଁ କ୍ଷମା ମାଗି ନାହାନ୍ତି।

ବରିଷ୍ଠ କଂଗ୍ରେସ ନେତା ପବନ ଖେଡା କହିଛନ୍ତି ଯେ ଶାମା ମହମ୍ମଦଙ୍କ ବୟାନ କଂଗ୍ରେସର ପକ୍ଷ ଉପସ୍ଥାପନ କରୁ ନାହିଁ। ଏଥିରେ କଂଗ୍ରେସର କୌଣସି ଭୂମିକା ନାହିଁ। ଏଥିସହ ସେ ରୋହିତ ଶର୍ମାଙ୍କୁ କିମ୍ବଦନ୍ତୀ କ୍ରିକେଟର ବୋଲି କହିଛନ୍ତି।

ବିଜେପି ଏହି ପ୍ରସଙ୍ଗରେ କଂଗ୍ରେସକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ଏହାକୁ ଦଳ ପକ୍ଷରୁ ଲଜ୍ଜାଜନକ ବୋଲି କୁହାଯାଇଛି। ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି, “ ଭାରତୀୟ ରାଜନୀତିରେ ଫେଲ ମାରିବା ପରେ କ’ଣ ସେମାନେ ରାହୁଲ ଗାନ୍ଧି ଏବେ କ୍ରିକେଟ ଖେଳନ୍ତୁ ବୋଲି ଚାହୁଁଛନ୍ତି କି? କଂଗ୍ରେସ ନେତାଙ୍କ ବୟାନ ଦଳର ଏମର୍ଜେନ୍ସି ମାନସିକତାକୁ ଦର୍ଶାଉଛି। ଏପରି ବୟାନ ଭାରତୀୟ କ୍ରିକେଟ ଟିମକୁ ସମର୍ଥନ କରୁଥିବା ପ୍ରତିଟି ଦେଶଭକ୍ତଙ୍କ ପ୍ରତି ଅପମାନ।”

ଅନ୍ୟପକ୍ଷରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ୱାସିମ ଆକ୍ରମ. ପୂର୍ବତନ ଭାରତୀୟ କ୍ରିକେଟର ଅତୁଲ ୱାସନ, ବିସିସିଆଇ ଓ ଅନ୍ୟମାନେ ରୋହିତଙ୍କୁ ସମର୍ଥନ କରିଛନ୍ତି। ଭାରତ ପାଇଁ ୨୦୨୪ରେ ରୋହିତ ଟି-୨୦ ବିଶ୍ୱକପ ଜିତିଥିଲେ। ତାଙ୍କ ନେତୃତ୍ୱରେ ଭାରତ ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ପହଞ୍ଚିଥିଲା। ରୋହିତ ଜଣେ ବିସ୍ଫୋରକ ବ୍ୟାଟର। ତାଙ୍କ ଭଳି ଜଣେ କ୍ରିକେଟରଙ୍କୁ ଶରୀରକୁ ନେଇ କଟାକ୍ଷ କରିବା କଂଗ୍ରେସ ପାଇଁ ମହଙ୍ଗା ପଡ଼ିଛି।

Bcci Rohit Sharma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe