Advertisment

ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ରାଜନୀତିକ ବିବାଦ

ଜାନୁଆରୀ ୨୨ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଧାର୍ମିକ ନେତା ଓ ଅଭିନେତାଙ୍କୁ ନିମନ୍ତ୍ରଣ କରାଯାଇଛି। କିନ୍ତୁ ବିରୋଧୀ ଦଳ ନେତାଙ୍କୁ ଦିଆଯାଇଥିବା ନିମନ୍ତ୍ରଣ ଓ ସେମାନଙ୍କ ଆଭିମୁଖ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ayodhya

ayodhya

Advertisment

ଆସନ୍ତାମାସରେ ଅଯୋଧ୍ୟାରେ ନିର୍ମାଣ ହୋଇଥିବା ଭବ୍ୟ ରାମ ମନ୍ଦିରର ଗର୍ଭଗୃହରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବେ। ତେବେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ଏହାକୁ ନେଇ ରାଜନୀତିକ ବିବାଦ ଦେଖିବାକୁ ମିଳିଛି। ଆସନ୍ତାବର୍ଷ ଲୋକସଭା ନିର୍ବାଚନ ଥିବା ବେଳେ ବିଜେପି ରାମ ମନ୍ଦିର କାର୍ଡ ଖେଳିବା ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରୁ ସ୍ପଷ୍ଟ ଭାରି ହୋଇପଡ଼ୁଛି। ତେଣୁ ବିରୋଧୀ ଏହାକୁ ନେଇ ବିଜେପିକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। 

Advertisment

ଜାନୁଆରୀ ୨୨ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଧାର୍ମିକ ନେତା ଓ ଅଭିନେତାଙ୍କୁ ନିମନ୍ତ୍ରଣ କରାଯାଇଛି। କିନ୍ତୁ ବିରୋଧୀ ଦଳ ନେତାଙ୍କୁ ଦିଆଯାଇଥିବା ନିମନ୍ତ୍ରଣ ଓ ସେମାନଙ୍କ ଆଭିମୁଖ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସିପିଆଇ(ଏମ) ନେତା ବ୍ରିନ୍ଦା କରାତ ୨୨ ତାରିଖ ରାମ ମନ୍ଦିର କାର୍ଯ୍ୟକ୍ରକୁ ରାଜନୀତିକରଣ କରାଯାଉଥିବାରୁ ତାଙ୍କ ଦଳ ଏଥିରେ ସାମିଲ ହେବନି ବୋଲି କହିଛନ୍ତି। ସେ କହିଛନ୍ତି, “ଆମେ କାର୍ଯ୍ୟକ୍ରମକୁ ଯିବୁ ନାହିଁ। ଆମେ ଧାର୍ମିକ ବିଶ୍ୱାସକୁ ସମ୍ମାନ କରୁ। କିନ୍ତୁ ସେମାନେ(ବିଜେପି) ଧାର୍ମିକ କାର୍ଯ୍ୟକ୍ରମକୁ ରାଜନୀତି ସହ ଯୋଡ଼ିଛନ୍ତି। ଧର୍ମକୁ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରିବା କିମ୍ବା ଏହାକୁ ରାଜନୀତିକ ଏଜେଣ୍ଡା କରିବା ଠିକ ନୁହେଁ।”

Advertisment

୨୦୨୪ରେ ରାମ ମନ୍ଦିରକୁ ମୁଖ୍ୟ ଅସ୍ତ୍ର କରିବା ମୁଡରେ ଥିବା ବିଜେପି ପକ୍ଷରୁ କରାତଙ୍କ ଏପରି ବୟାନର ଦୃଢ଼ ଜବାବ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖି କହିଛନ୍ତି, “ନିମନ୍ତ୍ରଣପତ୍ର ସମସ୍ତଙ୍କ ପାଖକୁ ପଠାଯାଇଛି। କିନ୍ତୁ ଭଗବାନ ରାମ ଯେଉଁମାନଙ୍କୁ ଡାକିବେ, କେବଳ ସେମାନେ ହିଁ ଆସିବେ।”

କେବଳ ବାମପନ୍ଥୀ ନେତାମାନେ ରାମ ମନ୍ଦିର ନିମନ୍ତ୍ରଣକୁ ଅଗ୍ରାହ୍ୟ କରି ନାହାନ୍ତି। ପୂର୍ବତନ କଂଗ୍ରେସ ନେତା କପିଲ ଶିବଲ କହିଛନ୍ତି, “ଭଗବାନ ରାମ ମୋ ହୃଦୟରେ ଅଛନ୍ତି। ତେଣୁ ମୁଁ ଭାବୁଛି କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାର ଆବଶ୍ୟକ ନାହିଁ।

ନିର୍ବାଚନ ପୂର୍ବରୁ ବିଜେପି ଶକ୍ତିପ୍ରଦର୍ଶନ କରିବାର ଏହା ଏକ ମାଧ୍ୟମ। ମୁଁ ଆପଣଙ୍କୁ ଯାହା ବି କହିଛି ମୋ ହୃଦୟରୁ କହିଛି। କାରଣ ଏସବୁ ଜିନିଷକୁ ମୁଁ ଖାତିର କରେନାହିଁ। ଯଦି ରାମ ମୋ ହୃଦୟରେ ଅଛନ୍ତି, ତା’ହେଲେ ମୋ ଯାତ୍ରାରେ ସେ ମୋତେ ରାସ୍ତା ଦେଖାଇବେ। ଏହାର ଅର୍ଥ ମୁଁ କିଛି ଭଲ କାମ କରିଛି।”

କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀ, ସୋନିଆ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ରାମ ମନ୍ଦିର କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମିଳିଛି। କିନ୍ତୁ ରାହୁଲ ଗାନ୍ଧିଙ୍କୁ ନିମନ୍ତ୍ରଣ ମିଳିଛି କି ନାହିଁ, ସେକଥା ଜଣାପଡ଼ିନି।

କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ନିମନ୍ତ୍ରଣ ମିଳିବା କଥାକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, “ଆମେ ଆମ ଦଳର ଆଭିମୁଖ୍ୟ ଜଣାଇବୁ। ଜାନୁଆରୀ ୨୨ରେ ଆପଣମାନେ ସବୁ କିଛି ଜାଣିପାରିବ। ସେମାନେ ଆମକୁ ଡାକିଛନ୍ତି। ନିମନ୍ତ୍ରଣମାନେ ସେମାନଙ୍କ ନିକଟରେ କୃତଜ୍ଞ। ଦେଖାଯାଉ ଆଗକୁ କ’ଣ ହେଉଛି।”

Bjp Congress Uttar Pradesh Ayodhya Ram Mandir Ayodhya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe