Advertisment

କଂଗ୍ରେସ ସାଂସଦଙ୍କ ‘ଅଲଗା ଦେଶ’ ବୟାନକୁ ନେଇ ବିବାଦ

କେନ୍ଦ୍ର ଠାରୁ କର୍ଣ୍ଣାଟକା ଆବଶ୍ୟକ ପାଣ୍ଠି ପାଉନାହିଁ। ତେଣୁ ଦକ୍ଷିଣ ଭାରତ ପାଇଁ ଅଲଗା ଦେଶ ଗଠନ ଦାବି ଛଡ଼ା ଆଉ କିଛି ଉପାୟ ନାହିଁ ବୋଲି ସେ କହିବା ପରେ ବିବାଦ ଦେଖାଯାଇଛି।

author-image
Hemant Lenka
Congress

Congress

ବିବାଦରେ କଂଗ୍ରେସର ଲୋକସଭା ସାଂସଦ ଡିକେ ସୁରେଶ। ସେ ଦେଇଥିବା ଅଲଗା ଦେଶ ବୟାନକୁ ନେଇ ବିବାଦ ଦେଖାଯାଇଛି। କେନ୍ଦ୍ର ଠାରୁ କର୍ଣ୍ଣାଟକା ଆବଶ୍ୟକ ପାଣ୍ଠି ପାଉନାହିଁ। ତେଣୁ ଦକ୍ଷିଣ ଭାରତ ପାଇଁ ଅଲଗା ଦେଶ ଗଠନ ଦାବି ଛଡ଼ା ଆଉ କିଛି ଉପାୟ ନାହିଁ ବୋଲି ସେ କହିବା ପରେ ବିବାଦ ଦେଖାଯାଇଛି।

Advertisment

ଆଜି ସଂସଦରେ ଉପସ୍ଥାପିତ ହୋଇଥିବା କାମଚଳା ବଜେଟ ଉପରେ ଡିକେ ସୁରେଶ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ବଜେଟରେ ଦକ୍ଷିଣ ଭାରତ ପ୍ରତି ଅନ୍ୟାୟ କରାଯାଇଛି। ଦକ୍ଷିଣ ଭାରତରେ ପହଞ୍ଚିବାକୁ ଥିବା ପାଣ୍ଠିକୁ ଜାଣିଶୁଣି ଉତ୍ତର ଭାରତକୁ ବାଣ୍ଟି ଦିଆଯାଉଛି। ତେଣୁ ଆମ ପାଖରେ ଅଲଗା ଦେଶ ଗଠନ ପାଇଁ ଦାବି ଛଡ଼ା ଆଉ କିଛି କାରଣ ନାହିଁ। କାରଣ ହିନ୍ଦୀ ରିଜନର ସବୁ କିଛି କି ଦକ୍ଷିଣ ଭାରତ ଉପରେ ଲଦି ଦିଆଯାଉଛି।”

ଡିକେ ସୁରେଶଙ୍କ ଏପରି ବୟାନକୁ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ ବିରୋଧ କରିଛନ୍ତି। ସେ କହିଛନ୍ତି, “ଗୋଟିଏ ପଟେ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧି ଦେଶକୁ ଏକାଠି କରିବା ନାଁରେ ଯୋଡ଼ୋ ଯାତ୍ରା କରୁଛନ୍ତି। ଅନ୍ୟପଟେ ଆମେ ଏମିତି ଜଣେ ସାଂସଦ ପାଇଛୁ ଯିଏ ଦେଶକୁ ଭାଙ୍ଗିବାକୁ କହୁଛନ୍ତି।

Advertisment

କଂଗ୍ରେସର ବିଭାଜନ ଶାସନ ନୀତି ଉପନିବେଶବାଦ ଠାରୁ ମଧ୍ୟ ଅଧିକ ଭୟଙ୍କର। କାନ୍ନାଡିଗାସ କେବେ ହେଲେ ଏମିତି ହେବାକୁ ଦେବେ ନାହିଁ। ଆମେ ସେମାନଙ୍କୁ ଲୋକସଭା ନିର୍ବାଚନରେ ଉଛିତ ଜବାବ ଦେବୁ। କଂଗ୍ରେସ ମୁକ୍ତ ଭାରତ ଲକ୍ଷ୍ୟକୁ ପୂରଣ କରିବୁ। କଂଗ୍ରେସ ଦକ୍ଷିଣ ଓ ଉତ୍ତର ଭାରତକୁ ଭାଗଭାଗ କରିବାକୁ ଚାହୁଁଛି।”

କର୍ଣ୍ଣାଟକା ବିଜେପିର ଆଉ ଜଣେ ନେତା ଆର ଅଶୋକ କହିଛନ୍ତି, “କଂଗ୍ରେସ ନେତା ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରା କରୁଥିବା ବେଳେ କର୍ଣ୍ଣାଟକାର କଂଗ୍ରେସ ନେତା ତଥା ସାଂସଦ ଡିକେ ସୁରେଶ ଭାରତ ତୋଡ଼ୋ କଥା କହୁଛନ୍ତି। ଏହା କଂଗ୍ରେସର ବିଭାଜନ ଶାସନ ନୀତିର ଅଂଶବିଶେଷ।

ଦେଶ ଗୋଟିଏ ବିଭାଜନକୁ ଦେଖି ସାରିଛି। ଏବେ ସେମାନେ ପୁଣି ଭାରତକୁ ବିଭାଜନ କରିବା କଥା କହୁଛନ୍ତି। ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତାର ସୁରକ୍ଷା ପାଇଁ ଶପଥ ନେଇଥିବା ଜଣେ ସାଂସଦଙ୍କ ଏପରି ବୟାନ କଂଗ୍ରେସର ବିଭାଜନ ମାନସିକତାକୁ ପ୍ରଦର୍ଶିତ କରୁଛି।”

ଅନ୍ୟପକ୍ଷରେ ଡିକେ ସୁରେଶଙ୍କ ଭାଇ ତଥା କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ପୂରା ଘଟଣାରେ ତାଳି ପକାଇବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, “ମୁଁ ଅଖଣ୍ଡ ଭାରତ ପାଇଁ ରହିଛି। ସେ (ଡିକେ ସୁରେଶ) କେବଳ ଲୋକଙ୍କ ମତାମତକୁ ଉପସ୍ଥାପନ କରିଛନ୍ତି। ଲୋକମାନେ ଅବହେଳିତ ହେଉଥିବାରୁ ଏକଥା ଭାବୁଛନ୍ତି।

ଦେଶ ଗୋଟିଏ। ଲୋକଙ୍କ ପ୍ରତି ଅନ୍ୟାୟ ହେଉଥିବାରୁ ସେ(ସୁରେଶ) ଏପରି କହିଛନ୍ତି। ଭାରତ ଏକାଠି ଓ ଏକ ହେବା ଦରକାର। ଆମେ ସମସ୍ତେ ଏକ। କଶ୍ମୀର ଠାରୁ କନ୍ୟାକୁମାରୀ ଆମେ ସମସ୍ତେ ଏକ। ପ୍ରତିଟି ଗାଁ ନ୍ୟାୟ ପାଇବା ଦରକାର।”

Bjp Congress Karnataka DK Shivakumar