Advertisment

ଏନଡିଏ ବୈଠକ: ଷ୍ଟେଜରେ ଜୟନ୍ତ ଚୌଧୁରୀଙ୍କୁ ମିଳିଲାନି ସିଟ, ପ୍ରଶ୍ନ ଉଠାଇଲେ ବିରୋଧୀ

ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଜୟନ୍ତ ଚୌଧୁରୀଙ୍କ ଆରଏଲଡି ୨ଟି ଆସନ ଜିତିଛି।

RLD

RLD

Advertisment

ଆରଏଲଡି ସୁପ୍ରିମୋ ଜୟନ୍ତ ଚୌଧୁରୀଙ୍କୁ ଏନଡିଏ ସଂସଦୀୟ ଦଳ ବୈଠକ ବେଳେ ଷ୍ଟେଜରେ ସିଟ୍‌ ନ ମିଳିବାକୁ ନେଇ ବିବାଦ ଦେଖା ଯାଇଛି। ସେ ଗୋଟିଏ ଦଳର ସୁପ୍ରିମୋ ହୋଇଥିବା ବେଳେ ଏନଡିଏର ସାଧାରଣ ସାଂସଦଙ୍କ ଭଳି ସମ୍ବିଧାନ ସଦନର ବେଞ୍ଚରେ ବସିଥିବା ବେଳର ଫଟୋ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ସମାଜବାଦୀ ପାର୍ଟି ଓ କଂଗ୍ରେସ ମିଳିତ ଭାବେ ଜୟନ୍ତ ଚୌଧୁରୀଙ୍କୁ କଟାକ୍ଷ କରିଛନ୍ତି।

Advertisment

ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓରେ ଦେଖିବାକୁ ମିଳିଛି ଯେ ଏନଡିଏରେ ଥିବା ଦଳଗୁଡ଼ିକର ମୁଖ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସମ୍ବିଧାନ ସଦନର ସମ୍ମୁଖ ଭାଗରେ ଥିବା ଷ୍ଟେଜରେ ବସିଛନ୍ତି।

ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଠାରୁ ଆରମ୍ଭ କରି ଜେଡିୟୁ ସୁପ୍ରିମୋ ନୀତୀଶ କୁମାର, ଏଲଜେପି(ଆର) ମୁଖ୍ୟ ଚିରାଗ ପାଶ୍ୱାନ ଓ ଅନ୍ୟ ବରିଷ୍ଠ ନେତାମାନେ ଷ୍ଟେଜରେ ରହିଛନ୍ତି। କିନ୍ତୁ ଜୟନ୍ତ ଚୌଧୁରୀଙ୍କୁ ସେଠାରେ ଦେଖିବାକୁ ମିଳି ନଥିଲା। ସେ ଷ୍ଟେଜ ସାମ୍ନାରେ ସାଧାରଣ ସାଂସଦମାନଙ୍କ ପାଇଁ ପଡ଼ିଥିବା ବେଞ୍ଚରେ ବସିଥିଲେ।

Advertisment

ଏହାକୁ ନେଇ ସମାଜବାଦୀ ପାର୍ଟି ସିଧାସଳଖ ଆରଏଲଡି ମୁଖ୍ୟ ଓ ବିଜେପିକୁ କଟାକ୍ଷ କରିଛି। ସମାଜବାଦୀ ପାର୍ଟିର ସାଂସଦ ରାଜୀବ ରାୟ କହିଛନ୍ତି, “ଜୟନ୍ତ ଚୌଧୁରୀଙ୍କୁ ଷ୍ଟେଜରେ ସିଟ ନ ଦେବା ମହାନ ଚାଷୀ ନେତା ଚୌଧୁରୀ ସାହେବ(ଚୌଧୁରୀ ଚରଣ ସିଂହ)ଙ୍କ ପ୍ରତି ଅପମାନ। କାରଣ ଜୟନ୍ତ ଚୌଧୁରୀ ହେଉଛନ୍ତି ଚୌଧୁରୀ ସାହେବଙ୍କ ନାତି।

ବିଜେପି ହେଉଛି ସେହି ଦଳ ଯିଏ ଚାଷୀମାନଙ୍କୁ ଦେଶଦ୍ରୋହୀ ଓ ଆତଙ୍କବାଦୀ କହିଥାଏ। ଯଦି ଜୟନ୍ତ ଚୌଧୁରୀ ଚାଷୀଙ୍କ ସମ୍ମାନ ପାଇଁ ଚିନ୍ତିତ, ସେ ଏପରି ଅପମାନକୁ ସହ୍ୟ କରିବା କଥା ନୁହେଁ।

ସମାଜବାଦୀ ପାର୍ଟିରେ ତାଙ୍କ ପ୍ରତି ବହୁତ ସମ୍ମାନ ରହିଛି। ନିଜର ଆତ୍ମସମ୍ମାନ ଓ ଚାଷୀଙ୍କ ସମ୍ମାନ ପାଇଁ ସେ ଏନଡିଏ ଛାଡ଼ି ଦେବା କଥା। ଇଣ୍ଡିଆ ମେଣ୍ଟକୁ ଆସିବାକୁ ଥିବା ସମସ୍ତଙ୍କୁ ସ୍ୱାଗତ କରାଯିବ। ଅଖିଲେଶ ଯାଦବଙ୍କ ପାଖକୁ ଆସୁଥିବା ସମସ୍ତଙ୍କୁ ସେ ଖୋଲା ବାହୁରେ ସ୍ୱାଗତ କରିବେ।”

ଉତ୍ତର ପ୍ରଦେଶର କଂଗ୍ରେସ ମୁଖ୍ୟ ଅଜୟ ରାଏ ମଧ୍ୟ ବିଜେପି ତା’ର ସହଯୋଗୀ ଦଳଗୁଡ଼ିକ ଅସମ୍ମାନ କରୁଥିବା ଅଭିଯୋଗ କରିଛନ୍ତି। ତେବେ ପୂରା ଘଟଣାରେ ଆରଏଲଡି ତାଳି ପକାଇବାକୁ ଚେଷ୍ଟା କରିଛି।

ଆରଏଲଡି ବିଧାୟକ ଅନୀଲ କୁମାର କହିଛନ୍ତି, “କ’ଣ ଇଣ୍ଡିଆ ବ୍ଲକ ଆମକୁ ସମ୍ମାନ ଦେଇଛି? ଗୋଟିଏ ସିଟ ଉପରେ କିମ୍ବା ତଳେ ବଡ଼ କଥା ନୁହେୱ। ଜଣେ ବଡ଼ ହୃଦୟର ସହ ରାଜନୀତି କରିବା ଦରକାର।

ଜଣେ କେବେ ହେଲେ ଛୋଟ ଛୋଟ ଘଟଣା ସମ୍ପର୍କରେ ଚିନ୍ତା କରିବା କଥା ନୁହେଁ। ଏନଡିଏର ଗୋଟିଏ ମୁଖ୍ୟ ଦଳ ହେଉଛି ଆରଏଲଡି ଓ ଦଳ ସବୁବେଳେ ସେଠାରେ ରହିବ।”

ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଜୟନ୍ତ ଚୌଧୁରୀଙ୍କ ଆରଏଲଡି ୨ଟି ଆସନ ଜିତିଛି।

RLD Jayant Chaudhary Lok Sabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe