Advertisment

ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ଅଭଦ୍ର ଟିପ୍ପଣୀ

ଗୃହରେ ଉଭୟ ମହିଳା ଓ ପୁରୁଷ ସଦସ୍ୟ ଥିବା ବେଳେ ନୀତୀଶ କୁମାର ନିଜର ମତ ରଖିଥିଲେ। ଏହା ଶୁଣି ମହିଳା ସଦସ୍ୟମାନେ ଲାଜରେ ନିଜର ମୁହଁକୁ ତଳକୁ ମଧ୍ୟ କରି ଦେଇଥିଲେ। ନୀତୀଶ କୁମାରଙ୍କ ଏପରି ମନ୍ତବ୍ୟକୁ ବିଜେପି ଅଭଦ୍ର ଓ ଅସଭ୍ୟ ବୋଲି କହିଛି।

author-image
Hemant Lenka
Nitish kumar

Nitish kumar

ଅଡ଼ୁଆରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସେ ବିଧାନସଭାରେ ଅତ୍ୟନ୍ତ ଅଭଦ୍ର ଟିପ୍ପଣୀ କରିଛନ୍ତି। ଛୁଆ କେମିତି ଜନ୍ମ ହୁଏ ଓ ଝିଅ ପାଠ ପଢ଼ିଥିଲେ, ଏହାକୁ କେମିତି ରୋକି ପାରିବ ସେବିଷୟରେ ନୀତୀଶ କୁମାର ବିସ୍ତୃତ ଭାବେ ଭାଷଣ ଦେଇଛନ୍ତି। ସେ ଏପରି କଥା ସବୁ କହିଛନ୍ତି ଯେ ଯାହା ଏଠାରେ କହିବା ମଧ୍ୟ ମୁସ୍କିଲ।

Advertisment

ଗୃହରେ ଉଭୟ ମହିଳା ଓ ପୁରୁଷ ସଦସ୍ୟ ଥିବା ବେଳେ ନୀତୀଶ କୁମାର ନିଜର ମତ ରଖିଥିଲେ। ଏହା ଶୁଣି ମହିଳା ସଦସ୍ୟମାନେ ଲାଜରେ ନିଜର ମୁହଁକୁ ତଳକୁ ମଧ୍ୟ କରି ଦେଇଥିଲେ। ନୀତୀଶ କୁମାରଙ୍କ ଏପରି ମନ୍ତବ୍ୟକୁ ବିଜେପି ଅଭଦ୍ର ଓ ଅସଭ୍ୟ ବୋଲି କହିଛି।

ନୀତୀଶ କୁମାର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଝିଅମାନଙ୍କ ଶିକ୍ଷିତ ହେବା ଦରକାର ବୋଲି କହିଛନ୍ତି। ଏହାଦ୍ୱାରା ବିବାହ ପରେ ସେ ତାଙ୍କ ସ୍ୱାମୀଙ୍କୁ ଛୁଆ କରିବା ବେଳେ ବୁଝାଇ ପାରିବେ ବୋଲି ନୀତୀଶ କୁମାର ମତ ରଖିଛନ୍ତି। ଏ ବିଷୟରେ କହିବା ବେଳେ ସେ ଛୁଆ କେମିତି ହୁଏ ଓ ଜଣେ ଶିକ୍ଷିତ ଝିଅ କେମିତି ଛୁଆ କରିବା ବେଳେ ସ୍ୱାମୀଙ୍କୁ ବୁଝାଇ ପାରିବେ, ସେ ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ। ଏକଥା ଶୁଣି ତାଙ୍କ ପାଖରେ ବସିଥିବା ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ସ୍ମିତ ହାସ୍ୟ ଦେଇଥିଲେ।

Advertisment

ହେଲେ ବିଜେପି ସଦସ୍ୟମାନେ ଏହାକୁ ଦୃଢ଼ ବିରୋଧ କରିଛନ୍ତି। ବିହାର ବିଜେପି ପକ୍ଷରୁ ଟ୍ୱିଟ କରି ନୀତୀଶ କୁମାରଙ୍କ ବୟାନକୁ ନିନ୍ଦା କରାଯାଇଛି। ଦଳ କହିଛି ଯେ “ଭାରତୀୟ ରାଜନୀତିରେ ନୀତୀଶ କୁମାରଙ୍କ ଠାରୁ ଅତ୍ୟନ୍ତ ଅଭଦ୍ର ଓ ଅସଭ୍ୟ ନେତା କେହି ନାହାନ୍ତି। ଯାହା ଜଣାପଡ଼ୁଛି ନୀତୀଶ ବାବୁଙ୍କ ମୁଣ୍ଡରେ ଆଡଲ୍ଟ ବି ଗ୍ରେଡ ଫିଲ୍ମର ଭୂତ ପଶି ଯାଇଛି। ତାଙ୍କର ଦୁଇ ଅର୍ଥ ବୋଧକ ମନ୍ତବ୍ୟ ଉପରେ ବ୍ୟାନ ଲାଗିବା ଦରକାର। ସେ ନିଜ ପାଖରେ ରଖିଥିବା ଲୋକଙ୍କ ପ୍ରଭାବରେ ଏମିତି କହୁଛନ୍ତି।”

ନୀତୀଶ କୁମାରଙ୍କ ବୟରନକୁ ସହଯୋଗୀ କଂଗ୍ରେସ ମଧ୍ୟ ପରୋକ୍ଷରେ ବିରୋଧ କରିଛି। କଂଗ୍ରେସ ବିଧାୟକ ପ୍ରତିମା ଦାସ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସମ୍ଭବତଃ କିଛି ନିର୍ଦ୍ଦିଷ୍ଟ ଶବ୍ଦ ପ୍ରୟୋଗ କରିବାର ନଥିଲା। ଆମ ସମାଜ କିଛି ନିର୍ଦ୍ଦିଷ୍ଟ ଶବ୍ଦର ବ୍ୟବହାର ସର୍ବସାଧାରଣରେ ପ୍ରୟୋଗ କରିବା ଉପରେ ବ୍ୟାନ ଲଗାଇଛି ବୋଲି ସେ କହିଛନ୍ତି।

Bihar Nitish Kumar