Advertisment

ଲୋକସଭାରେ ସିଟିଂ ବ୍ୟବସ୍ଥାକୁ ନେଇ ବିବାଦ: ସରକାରଙ୍କୁ ଏମିତି କହିଲେ ବିରୋଧୀ

ପ୍ରତି ୨୮ ଜଣ ସାଂସଦ ଥିବା ଦଳକୁ ଆଗଧାଡ଼ିରେ ଗୋଟିଏ ଆସନ ମିଳିବା କଥା। ଏହି ଫର୍ମୁଲା ଅନୁସାରେ, ଟିଏମସିକୁ ଛାଡ଼ି ଇଣ୍ଡିଆ ବ୍ଲକକୁ ଆଗ ଧାଡ଼ିର ୭ଟି ଆସନ ଦିଆଯାଇଥିଲା।

SP

SP

Advertisment

ଲୋକସଭାର ପ୍ରଥମ ଧାଡ଼ିରେ ଥିବା ସିଟ ଆବଣ୍ଟନକୁ ନେଇ ବିବାଦ ଦେଖାଯାଇଛି। ସିଟିଂ ବ୍ୟବସ୍ଥାରେ ପରିବର୍ତ୍ତନ କରି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ନିଜ ପ୍ରତିଶ୍ରୁତିରୁ ଓହରି ଯାଇଥିବା କଂଗ୍ରେସ ଅଭିଯୋଗ କରିଛି। ସେହିପରି ବିରୋଧୀ ମେଣ୍ଟ ଇଣ୍ଡିଆରେ ବିଭ୍ରାଟ ସୃଷ୍ଟି କରିବା ପାଇଁ ବିଜେପି ସିଟିଂ ବ୍ୟବସ୍ଥା ବଦଳାଇଥିବା ସମାଜବାଦୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି।

Advertisment

କଂଗ୍ରେସର ସୂତ୍ର ଅନୁସାରେ, ପ୍ରତି ୨୮ ଜଣ ସାଂସଦ ଥିବା ଦଳକୁ ଆଗଧାଡ଼ିରେ ଗୋଟିଏ ଆସନ ମିଳିବା କଥା। ଏହି ଫର୍ମୁଲା ଅନୁସାରେ, ଟିଏମସିକୁ ଛାଡ଼ି ଇଣ୍ଡିଆ ବ୍ଲକକୁ ଆଗ ଧାଡ଼ିର ୭ଟି ଆସନ ଦିଆଯାଇଥିଲା।

ଏହି ସିଟ ଗୁଡ଼ିକ ମଧ୍ୟରୁ ଗୋଟିଏ ବିରୋଧୀ ଦଳର ନେତାଙ୍କ ପାଇଁ ସଂରକ୍ଷିତ ହୋଇ ରହିବ। ସେହିପରି କଂଗ୍ରେସ ୩ଟି, ସପାକୁ ୨ଟି ଓ ଡିଏମକେର ସାଂସଦ ଗୋଟିଏ ଆସନରେ ବସିବେ।

Advertisment

ତେବେ କଂଗ୍ରେସ ଏବେ ଦାବି କରିଛି ଯେ କେନ୍ଦ୍ର ସରକାର ଇଣ୍ଡିଆ ବ୍ଲକରେ ଥିବା ସପାର ଗୋଟିଏ ଆସନ ଆଗ ଧାଡ଼ିରୁ ହଟାଇ ଦେଇଛନ୍ତି। ଫୈଜାବାଦ ସାଂସଦ ଅୱଧେଶ ପ୍ରସାଦଙ୍କ ସିଟକୁ ଦ୍ୱିତୀୟ ଧାଡ଼ିକୁ କାଢ଼ି ନିଆଯାଇଛି।

ଏହି ସଂଶୋଧିତ ସିଟିଂ ବ୍ୟବସ୍ଥାକୁ ଉଭୟ କଂଗ୍ରେସ ଓ ସପା ପକ୍ଷରୁ ବିରୋଧ କରାଯାଇଛି। ବିଭାଗୀୟ ମନ୍ତ୍ରୀଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇଛି।

ସପା ସାଂସଦ ଡିମ୍ପଲ ଯାଦବ କହିଛନ୍ତି ଯେ ଦଳ ପକ୍ଷରୁ ଏହି ପ୍ରସଙ୍ଗ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଅବଗତ କରାଯାଇଛି ଓ ତାଙ୍କୁ ଆଗ ଧାଡ଼ିରେ ଦଳ ପାଇଁ ଆଉ ଗୋଟିଏ ସିଟର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି।

ଅଖିଲେଶ ଯାଦବ କହିଛନ୍ତି ଯେ ସିଟିଂ ବ୍ୟବସ୍ଥାକୁ ନେଇ ସେ କଂଗ୍ରେସ ଉପରେ ଅସନ୍ତୁଷ୍ଟ ନାହାନ୍ତି। ବରଂ ବିଜେପି ଇଣ୍ଡିଆ ବ୍ଲକରେ ଫାଟ ସୃଷ୍ଟି କରିବା ପାଇଁ ଏପରି କରିଛି। ବିରୋଧୀ ଏକାଠି ହୋଇ ରୁହନ୍ତୁ ବୋଲି ବିଜେପି ଚାହୁଁ ନଥିବା ସେ ଅଭିଯୋଗ କରିଛନ୍ତି।

ଶୀତ ଅଧିବେଶନ ଆରମ୍ଭ ହେବା ଆଗରୁ ଲୋକସଭାରେ ସିଟିଂ ବ୍ୟବସ୍ଥା ଚୂଡ଼ାନ୍ତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ପୂର୍ବର ଭଳି ୧ନଂରେ ଅପରିବର୍ତ୍ତିତ ରହିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ୨ନଂ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ୩ନଂରେ ଆସନରେ ବସିବେ।

ନୂଆ କରି ୱାୟନାଡରୁ ସାଂସଦ ହୋଇଥିବା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପାଇଁ ୪ର୍ଥ ଧାଡ଼ିରେ ଆସନ ଦିଆଯାଇଥିବା ବେଳେ ରାହୁଲ ଗାନ୍ଧିଙ୍କ ସିଟ ସଂଖ୍ୟା ହେଉଛି ୪୯୮। ସପା ସାଂସଦ ଅଖିଲେଶ ଯାଦବଙ୍କୁ ୩୫୫ ଓ ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ୩୫୪ ନମ୍ବର ଆସନ ଦିଆଯାଇଛି।

Lok Sabha Session Lok Sabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe