Advertisment

ପ୍ରଧାନ ବିଚାରପତିଙ୍କ ଘରେ ପ୍ରଧାନମନ୍ତ୍ରୀଙ୍କ ଗଣେଶ ପୂଜା

ଗଣେଶ ପୂଜା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଘରେ ପୂଜାର୍ଚ୍ଚନା କରିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
DY Chandrachud, PM Modi

DY Chandrachud, PM Modi

ଗଣେଶ ପୂଜା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଘରେ ପୂଜାର୍ଚ୍ଚନା କରିଛନ୍ତି। ଏହାକୁ ନେଇ ବିରୋଧୀ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଏହା ଲୋକଙ୍କ ମନରେ ନ୍ୟାୟିକ ନିରପେକ୍ଷତା ଉପରେ ସନ୍ଦେହ ସୃଷ୍ଟି କରିପାରେ ବୋଲି ଶିବସେନା (ୟୁବିଟି) ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି। 

Advertisment

ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ସମ୍ବିଧାନର ଜଣେ ରକ୍ଷକ ରାଜନେତାଙ୍କୁ ଭେଟିବା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିପାରେ। ଏଥିସହ ସେ ଏକାଧିକ ମାମଲା ଉପରେ ସୁପ୍ରିମକୋର୍ଟର ରାୟ ଏବଂ ବିଚାର ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରିଛନ୍ତି।

ସଞ୍ଜୟ ରାଉତ କହିଛନ୍ତି,  "EVMକୁ କ୍ଲିନ୍ ଚିଟ୍ ମିଳିବା, ମହାରାଷ୍ଟ୍ରରେ ଚାଲିଥିବା ସମ୍ବିଧାନ ବିରୋଧୀ ସରକାରଙ୍କ ଶୁଣାଣି 3 ବର୍ଷ ହେଲା ତାରିଖ ପରେ ତାରିଖ ମିଳିବା, ପଶ୍ଚିମବଙ୍ଗ ଦୁଷ୍କର୍ମ ମାମଲାରେ ନିଜଆଡ଼ୁ ହସ୍ତକ୍ଷେପ କରିବା କିନ୍ତୁ ମହାରାଷ୍ଟ୍ର ଦୁଷ୍କର୍ମ ମାମଲାରେ କୌଣସି ପ୍ରତିକ୍ରିୟା ନ ରଖିବା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନର ତାରିଖ ପରେ ତାରିଖ ଘୁଞ୍ଚିବା, ଏସବୁ କାହିଁକି ଘଟୁଛି, ବୁଝିଯା'ନ୍ତୁ... ଭାରତ ମାତା କି ଜୟ!!!!"

Advertisment

ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଘରେ ପୂଜାର୍ଚ୍ଚନା କରିବା ସମୟର ଫଟୋ ଶେଆର କରି ଏପରି କହିଛନ୍ତି। ଏଥିସହ ପ୍ରଧାନ ବିଚାରପତି ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଦଳକୁ ବାଚସ୍ପତି ପ୍ରକୃତ ଶିବସେନା ଭାବରେ ଦେଇଥିବା ମାନ୍ୟତା ମାମଲାରୁ ନିଜ ଆଡ଼ୁ ଦୂରେଇ ରୁହନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି।  

ସେପଟେ ବିଜେପି ବିରୋଧୀଙ୍କ ଏପରି ଇଙ୍ଗିତକୁ ଖଣ୍ଡନ କରି ପ୍ରଧାନମନ୍ତ୍ରୀଙ୍କ ଗସ୍ତ କେବଳ ଗଣେଶ ପୂଜା ଉତ୍ସବରେ ସୀମିତ ଥିଲା, ଏହା ଆମ ସଂସ୍କୃତିର ଏକ ଅଂଶ ବୋଲି କହିଛି।

ପ୍ରକାଶ ଥାଉକି, ଗଣେଶ ପୂଜା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋଶାଲ ମିଡିଆ ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଘରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ପୋଷ୍ଟ ପରେ ବିରୋଧୀ ନ୍ୟାୟିକ ପ୍ରକ୍ରିୟାରେ ଥିବା ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। 

PM Modi Sanjay Raut Chief Justice Ganpati Puja DY Chandrachud