Advertisment

ଇଣ୍ଡିଆ ବନାମ ଭାରତ ବିବାଦ: ଅଖଣ୍ଡ ଭାରତ କଥା ଉଠାଇଲେ ଆରଏସଏସ ମୁଖ୍ୟ

ନାଗପୁରରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଜଣେ ଛାତ୍ରଙ୍କ ପ୍ରଶ୍ନର ଉତ୍ତରରେ ମୋହନ ଭାଗବତ କହିଛନ୍ତି, ତୁମେ ବୃଦ୍ଧ ହେବା ପୂର୍ବରୁ ଅଖଣ୍ଡ ଭାରତ ବାସ୍ତବ ରୂପ ନେବ। ତୁମେ ବୃଦ୍ଧ ହେବା ଆଗରୁ ଏହାର ମୁଖସାକ୍ଷୀ ପାଲଟିବ। କାରଣ ପରିସ୍ଥିତି ସବୁ ସେହି ଦିଗରେ ଯାଉଛି।

RSS

RSS

Advertisment

ପୁଣିଥରେ ଅଖଣ୍ଡ ଭାରତ କଥା ଉଠାଇଛନ୍ତି ଆରଏସଏସ୍‌ ମୁଖ୍ୟ ମୋହନ ଭାଗବତ। ଖୁବଶୀଘ୍ର ଅଖଣ୍ଡ ଭାରତ ବାସ୍ତବ ରୂପ ନେବ ବୋଲି ସେ ଦାବି କରିଛନ୍ତି। ଗୋଟିଏ ପଟେ ଇଣ୍ଡିଆ ବନାମ ଭାରତ ନାଁ ପରବର୍ତ୍ତନକୁ ନେଇ ବିବାଦ ଚାଲିଥିବା ବେଳେ ଭାଗବତ ଅଖଣ୍ଡ ଭାରତ କଥା ଉଠାଇଛନ୍ତି।

Advertisment

ନାଗପୁରରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଜଣେ ଛାତ୍ରଙ୍କ ପ୍ରଶ୍ନର ଉତ୍ତରରେ ମୋହନ ଭାଗବତ କହିଛନ୍ତି, “ତୁମେ ବୃଦ୍ଧ ହେବା ପୂର୍ବରୁ ଅଖଣ୍ଡ ଭାରତ ବାସ୍ତବ ରୂପ ନେବ। ତୁମେ ବୃଦ୍ଧ ହେବା ଆଗରୁ ଏହାର ମୁଖସାକ୍ଷୀ ପାଲଟିବ। କାରଣ ପରିସ୍ଥିତି ସବୁ ସେହି ଦିଗରେ ଯାଉଛି।

ଯେଉଁମାନେ ଭାରତ ଠାରୁ ଅଲଗା ହୋଇଯାଇଥିଲେ ସେମାନେ ଏବେ ଭୁଲ କରିଥିବା ଅନୁଭବ କଲେଣି। ଆମେ ଭାରତର ପ୍ରକୃତିକୁ ଗ୍ରହଣ କରିବା ଦରକାର। ଏହା କେବଳ ଗୋଟିଏ ମ୍ୟାପ୍‌ରୁ ଗାର ଲିଭାଇବା କଥା ନୁହେଁ, ଏହା ଭାରତର ଅନ୍ତର୍ନିହିତ ଚରିତ୍ରକୁ ଗ୍ରହଣ କରିବା। ତେଣୁ ଥରେ ଏହାକୁ ଗ୍ରହଣ କରିନେଲେ, ଆଉ କୌଣସି ପରିବର୍ତ୍ତନର ଆବଶ୍ୟକ ନାହିଁ। ସବୁ କିଛି ଆପେଆପେ ଗୋଟିଏ ଭାରତ ମଧ୍ୟରେ ଏକାଠି ହୋଇଯିବ।”

Advertisment

ଦେଶର ନାଁ ଇଣ୍ଡିଆରୁ କେବଳ ଭାରତ ରଖିବା ନେଇ ବିବାଦ ଚାଲିଥିବା ବେଳେ ମୋହନ ଭାଗବତ ଆଜି ଏପରି ବୟାନ ଦେଇଛନ୍ତି। ଏହାପୂର୍ବରୁ ଗତ ସପ୍ତାହରେ ସେ ଇଣ୍ଡିଆ ବଦଳରେ ଭାରତ ଶବ୍ଦ ବ୍ୟବହାର କରିବାକୁ ମଧ୍ୟ କହିଥିଲେ।

ସେପ୍ଟେମ୍ବର ୧ରେ ଗୌହାଟୀରେ ଆୟୋଜିତ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ “ଆମ ଦେଶର ନାଁ ବର୍ଷ ବର୍ଷ ଧରି ଭାରତ ରହି ଆସିଛି। ଭାଷା ଯାହା ବି ହେଉ ନା କାହିଁକି, ନାଁ ସମାନ ରହିଛି। ଆମ ଦେଶ ହେଉଛି ଭାରତ। ଆମେ ଇଣ୍ଡିଆ ଶବ୍ଦର ବ୍ୟବହାର ବନ୍ଦ କରିବା ଦରକାର। ସବୁ କ୍ଷେତ୍ରରେ ଭାରତର ବ୍ୟବହାର କରାଯାଉ। ଏହାପରେ ହିଁ ପରିବର୍ତ୍ତନ ହେବ। ଆମକୁ ଆମ ଦେଶର ନାଁ ଭାରତ ବୋଲି କହିବାକୁ ହେବ ଓ ଏହାକୁ ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ପଡ଼ିବ।”

India Mohan Bhagawat Rss Bharat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe