Advertisment

ନିର୍ବାଚନ ସରିବା ପରେ ମଣିପୁର ସମ୍ପର୍କରେ ବଡ଼ କଥା କହିଲେ ଆରଏସଏସ ମୁଖ୍ୟ

ନିର୍ବାଚନ ସରିବା ଓ କେନ୍ଦ୍ରରେ ମୋଦି ୩.୦ ସରକାର ଗଠନ ହେବା ପରେ ଭାଗବତ ମଣିପୁର ବିବାଦ ତୁରନ୍ତ ସମାଧାନ ହେବା ଦରକାର ବୋଲି କହିଛନ୍ତି।

Mohan Bhagbat

Mohan Bhagbat

Advertisment

ପ୍ରାୟ ଗୋଟିଏ ବର୍ଷ ହେଲା ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଜଳୁଥିବା ମଣିପୁର ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ଆରଏସଏସ୍‌ ମୁଖ୍ୟ ମୋହନ ଭାଗବତ। ଗତବର୍ଷ ମେ’ ମାସରୁ ଏଠାରେ ହିଂସା ଲାଗି ରହିଥିବା ବେଳେ ଶତାଧିକ ଲୋକ ପ୍ରାଣ ହରାଇ ସାରିଲେଣି।

Advertisment

ସେହିପରି ଲକ୍ଷାଧିକ ଲୋକ ହିଂସାରେ ପ୍ରଭାବିତ ହୋଇ ସରକାରୀ ଆଶ୍ରୟ ସ୍ଥଳରେ ରହିଛନ୍ତି। କେନ୍ଦ୍ର ସରକାର ମଣିପୁର ବିବାଦର ସାମଧାନ କରିବାରେ ବିଫଳ ହୋଇଥିବା ବେଳେ ଆଜି ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଭାଗବତ।

ନିର୍ବାଚନ ସରିବା ଓ କେନ୍ଦ୍ରରେ ମୋଦି ୩.୦ ସରକାର ଗଠନ ହେବା ପରେ ଭାଗବତ ମଣିପୁର ବିବାଦ ତୁରନ୍ତ ସମାଧାନ ହେବା ଦରକାର ବୋଲି କହିଛନ୍ତି। ମହାରାଷ୍ଟ୍ରର ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋହନ ଭାଗବତ କହିଛନ୍ତି, “ଗୋଟିଏ ବର୍ଷ ହେଲାଣି ମଣିପୁର ଶାନ୍ତି ପାଇଁ ଅପେକ୍ଷା କରି ରହିଛି। ଗଲା ୧୦ ବର୍ଷ ହେଲା ରାଜ୍ୟ ଶାନ୍ତିପୂର୍ଣ୍ଣ ଭାବେ ରହିଥିଲେ।

Advertisment

କିନ୍ତୁ ହଠାତ୍‌ ରାଜ୍ୟରେ ପୁଣିଥରେ ବନ୍ଧୁକ ସଂସ୍କୃତି ବୃଦ୍ଧି ପାଇଛି। ଅଗ୍ରାଧିକାର ଭିତ୍ତିରେ ବିବାଦର ସାମାଧାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଅର୍ଥନୀତି, ପ୍ରତିରକ୍ଷା, କ୍ରୀଡ଼ା, ସଂସ୍କୃତି, ଟେକ୍ନୋଲଜି ଆଦିରେ ଭଲ ପ୍ରଦର୍ଶନ କରିଛେ। ଏହାର ଅର୍ଥ ନୁହେଁ ଯେ ଆମେ ସବୁ ଚ୍ୟାଲେଞ୍ଜକୁ ଅତିକ୍ରମ କରିଯାଇଛେ।”

ସେ ଆହୁରି କହିଛନ୍ତି, ସର୍ବସମ୍ମତିରେ ଆଗକୁ ବଢ଼ିବା ହେଉଛି ଆମର ସଂସ୍କୃତି। ସର୍ବସମ୍ମତି ସୃଷ୍ଟି କରିବାକୁ ସଂସଦ ଗଠନ କରାଯାଇଥିଲା। ସର୍ବସମ୍ମତି ଗଠନ କରିବାକୁ ନିର୍ବାଚନ ଗୋଟିଏ ପ୍ରକ୍ରିୟା। ସଂସଦରେ ଯେକୌଣସି ପ୍ରଶ୍ନ ଉପସ୍ଥାପନ କରିବା ପାଇଁ ଏପରି ବ୍ୟବସ୍ଥା କରାଯାଇଛି।

ଲୋକମାନେ ଯେଉଁ ଭଳି ପରସ୍ପରକୁ ଦୁର୍ବ୍ୟବହାର କରୁଛନ୍ତି, ଟେକ୍ନୋଲଜିର ଅପବ୍ୟବହାର କରୁଛନ୍ତି ଓ ନିର୍ବାଚନ ପ୍ରଚାର ବେଳେ ଯେଉଁଭଳି ମିଥ୍ୟା ଖବର ପ୍ରଚାର କରୁଛନ୍ତି, ତା’ହା ଆଦୌ ଠିକ ନୁହେଁ। ଏହା ଗଣତନ୍ତ୍ର ପାଇଁ ମଧ୍ୟ ଶୁଭଙ୍କର ନୁହେଁ ବୋଲି ଭାଗବତ ମତ ରଖିଛନ୍ତି। 

୨୦୨୩ ମସିହା ମେ’ ମାସରୁ ମଣିପୁରରୁ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଛି। ଇତି ମଧ୍ୟରେ ସେଠାରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଅନେକ ଲୋକଙ୍କ ଘର ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ସେମାନେ ବାସହରା ହୋଇଯାଇଛନ୍ତି।

Rss Manipur Violence Manipur Incident RSS Chief Mohan Bhagbat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe