Advertisment

ଜାତିଭିତ୍ତିକ ଜନଗଣନାକୁ କିନ୍ତୁ ରଖି ସମର୍ଥନ କଲା ଆରଏସଏସ

ଆରଏସଏସର କହିବା କଥା ଯେ ସଂଗଠନ ଜାତି ଭିତ୍ତିକ ଜନଗଣନାକୁ ବିରୋଧ କରୁନାହିଁ। କିନ୍ତୁ ଜନଗଣନା ସମାଜର ବିକାଶ ପାଇଁ ହେବା ଦରକାର।

author-image
Hemant Lenka
RSS

RSS

କେନ୍ଦ୍ର ସରକାର ସମଗ୍ର ଦେଶରେ ଜାତି ଭିତ୍ତିକ ଜନଗଣନା ହେବ ନାହିଁ ବୋଲି କହୁଛନ୍ତି। ହେଲେ ବିରୋଧୀ ଜାତିଭତ୍ତିକ ଜନଗଣନା ପାଇଁ ଦାବି କରୁଛନ୍ତି। ଏସବୁ ଭିତରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ବା ଆରଏସଏସ କିନ୍ତୁ ରଖି ଜାତି ଭିତ୍ତିକ ଜନଗଣନା ସପକ୍ଷରେ ମତ ରଖିଛି।

Advertisment

ଆରଏସଏସର କହିବା କଥା ଯେ ସଂଗଠନ ଜାତି ଭିତ୍ତିକ ଜନଗଣନାକୁ ବିରୋଧ କରୁନାହିଁ। କିନ୍ତୁ ଜନଗଣନା ସମାଜର ବିକାଶ ପାଇଁ ହେବା ଦରକାର। ଏହାକୁ ନେଇ ରାଜନୀତିକ ମଧ୍ୟ କରାଯିବା କଥା ନୁହେଁ ବୋଲି ଆରଏସଏସ ପକ୍ଷରୁ କୁହାଯାଇଛି।

ଡିସେମ୍ବର ୧୯ରେ ଆରଏସଏସର ପଦାଧିକାରୀ ଶ୍ରୀଧର ଗାଡଗେ ଜାତି ଭିତ୍ତିକ ଜନଗଣନା ବିରୋଧରେ ମତ ରଖିଥିଲେ। ସେ କହିଥିଲେ ଯେ ଜାତି ଭିତ୍ତିକ ଜନଗଣନା କିଛି ଲୋକଙ୍କୁ ରାଜନୀତିକ ଫାଇଦା ଦେଇପାରେ।

Advertisment

ଏହା ନିର୍ଦ୍ଦିଷ୍ଟ ଜାତିଙ୍କ ଲୋକ ସଂଖ୍ୟା ସମ୍ପର୍କରେ ସୂଚନା ଦେବ। କିନ୍ତୁ ଏହା ସାମାଜିକ ବାଧ୍ୟତାମୂଳକ ନୁହେଁ। ଏଥିସହ ଜାତୀୟ ଏକତା ପାଇଁ ମଧ୍ୟ ଏହାର ଆବଶ୍ୟକ ନାହିଁ ବୋଲି ସେ କହିଥିଲେ।

ତାଙ୍କର ଏପରି ବୟାନ ପରେ କେନ୍ଦ୍ର ସରକାରଙ୍କ ଭଳି ଆରଏସଏସ ମଧ୍ୟ ଜାତି ଭିତ୍ତିକ ଜନଗଣନାକୁ ବିରୋଧ କରୁଥିବା କୁହାଯାଉଥିଲା। ଏସବୁ ଭିତରେ ଆରଏସଏସ୍‌ ପକ୍ଷରୁ ଗୋଟିଏ ବିବୃତି ଜାରି କରାଯାଇ ପୂରା ଘଟଣା ଉପରେ ସ୍ପଷ୍ଟୀକରଣ ଦିଆଯାଇଛି। ଆରଏସଏସର ପବ୍ଲିସିଟି ମୁଖ୍ୟ ସୁନୀଲ ଆମ୍ବେକର କହିଛନ୍ତି ଯେ ଯେତେବେଳେ ବି ଜାତି ଭିତ୍ତିକ ଜନଗଣନା କରାଯିବ ସେତେବେଳେ ବିବାଦ ବା ବିଭେଦତା ଯେମିତି ସୃଷ୍ଟି ନ ହେବ, ତା’କୁ ପ୍ରଥମେ ଗଣନାକାରୀ ନିଶ୍ଚିତ କରିବା ଦରକାର।

ସଂଗଠନ ସବୁବେଳେ ସଦଭାବ ଓ ସାମାଜିକ ନ୍ୟାୟ ଭିତ୍ତିରେ ଗୋଟିଏ ହିନ୍ଦୁ ସମାଜ ଗଠନ କରିବାକୁ ପ୍ରୟାସ କରି ଚାଲିଛି। ଏହି ସମୟରେ ସଂଗଠନ କୌଣସି ଭେଦଭାବ ଓ ଅସମାନତା ଯେମିତି ନ ହେବ, ତା’କୁ ମଧ୍ୟ ଦୃଷ୍ଟିରେ ରଖିଛି। ବର୍ତ୍ତମାନ ପୁଣିଥରେ ଗୋଟିଏ ଜାତି ଭିତ୍ତିକ ଜନଗଣନାର ଆଲୋଚନା ଆରମ୍ଭ ହୋଇଛି।

ଏହା ଉପରେ ଆମର ମତ ହେଲା ଯେ ଜାତି ଭିତ୍ତିକ ଜନଗଣନାକୁ ସମାଜର ସାମୂହିକ ବିକାଶ ପାଇଁ ବ୍ୟବହାର କରାଯିବା ଉଚିତ। ଜାତି ଭିତ୍ତିକ ଜନଗଣନା ବେଳେ ଯେମିତି ସାମାଜିକ ସଦଭାବ ଓ ଏକତା କୌଣସି କାରଣ ପାଇଁ ନ ଭାଙ୍ଗିବ, ତା’କୁ ସବୁ ପକ୍ଷ ନିଶ୍ଚିତ କରିବେ। ଏହା ସତ ଯେ ବିଭିନ୍ନ ପ୍ରକାରର ଐତିହାସିକ କାରଣ ପାଇଁ ସମାଜର ଅନେକ ବର୍ଗ ଏବେ ବି ଆର୍ଥିକ, ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ହୋଇ ରହିଛନ୍ତି।

ଏହି ପଛୁଆ ବର୍ଗର ବିକାଶ ଓ ସଶକ୍ତୀକରଣ ପାଇଁ ସରକାରମାନେ ବିଭିନ୍ନ ପ୍ରକାରର ଯୋଜନା ଓ ସ୍ୱତନ୍ତ୍ର ବ୍ୟବସ୍ଥା ସମୟକ୍ରମେ କରୁଛନ୍ତି। ଆରଏସଏସ୍‌ ଏହାକୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରୁଛି ବୋଲି ସୁନୀଲ ଆମ୍ବେକର ଜାରି କରିଥିବା ବିବୃତିରେ କହିଛନ୍ତି।

Rss Caste Census