RSS
ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାରୀ କର୍ମଚାରୀମାନେ ଏଣିକି ଆରଏସଏସ୍ କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ପାରିବେ।
ଦୀର୍ଘ ୫୮ ବର୍ଷ ଧରି ସରକାରୀ କର୍ମଚାରୀ ଓ ଆରଏସଏସ ଲିଙ୍କ ଉପରେ ବ୍ୟାନ ଲାଗିଥିଲା। କିନ୍ତୁ ନିକଟରେ ଏହାକୁ କେନ୍ଦ୍ର ସରକାର ହଟାଇ ଦେଇଛନ୍ତି। ଏବେ ସରକାରୀ ବାବୁମାନେ ଆରଏସଏସ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇପାରିବେ।
ତେବେ କେନ୍ଦ୍ରର ଏପରି ନିଷ୍ପତ୍ତିକୁ କଂଗ୍ରେସ ନେତା ଜୟରାମ ରମେଶ ତୀବ୍ର ସମାଲୋଚନା କରିଛନ୍ତି। ଜୁଲାଇ ୯ରେ କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତିକୁ ଶେୟାର କରି ଜୟରାମ କହିଛନ୍ତି, ୧୯୬୬ରୁ ସରକାରୀ କର୍ମଚାରୀଙ୍କ ପାଇଁ ଆରଏସଏସ୍ କାର୍ଯ୍ୟକଳାପରେ ଭାଗ ନେଇ ନ ପାରିବାର ପ୍ରାବଧାନ ଥିଲା। ଏବେ କିନ୍ତୁ ଏହାକୁ ହଟାଇ ଦିଆଯାଇଛି।
ଆରଏସଏସ୍କୁ ୧୯୪୮ରେ ପ୍ରାଥମିକ ଭାବେ ବେଆଇନ ସଂଗଠନ ଭାବେ ବିବେଚିତ କରାଯାଇଥିଲା। ଏହା ଉପରେ ବ୍ୟାନ ମଧ୍ୟ ଲାଗିଥିଲା। ଏହାର ଜଣେ ସଦସ୍ୟ ନାଥୁରାମ ଗଡସେ ଜାତିର ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରିବା ପରେ ଏପରି ପଦକ୍ଷେପ ନିଆଯାଇଥିଲା।
ରମେଶ କହିଛନ୍ତି, “ସର୍ଦାର ପଟେଲ ଆରଏସଏସକୁ ୧୯୪୮ ମସିହା ଫେବୃଆରୀ ମାସରେ ବ୍ୟାନ କରିଥିଲେ। ଗାନ୍ଧିଜୀଙ୍କ ହତ୍ୟା ପରେ ଏପରି ପଦକ୍ଷେପ ନିଆଯାଇଥିଲା। ସଂଗଠନ ଭଲ କାମ କରିବାରୁ ବ୍ୟାନ ପ୍ରତ୍ୟାହାର ହୋଇଥିଲା। ତଥାପି ଆରଏସ୍ଏସ୍ କେବେ ହେଲେ ବି ନାଗପୁରରେ ତ୍ରିରଙ୍ଗା ଉଡ଼ାଇ ନଥିଲା।”
୧୯୬୬ରେ ପୁଣି ଗୋଟିଏ ନୂଆ ବ୍ୟାନ ଲାଗୁ ହୋଇଥିଲା। ଆରଏସଏସ୍ ଓ ଜମାତ –ଇ –ଇସଲାମ ସହ କୌଣସି ସରକାରୀ କର୍ମଚାରୀ ଯୋଡ଼ି ହୋଇ ପାରିବେ ନାହିଁ ବୋଲି କୁହାଯାଇଥିଲା। ଏବେ କେବଳ ଆରଏସଏସ ଲିଙ୍କ ବ୍ୟାନକୁ ପ୍ରତ୍ୟାହାର କରି ନିଆଯାଇଥିବାରୁ ରମେଶ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି, “୨୦୨୪ ଜୁନ ୪ ତାରିଖ ପରେ ଆତ୍ମଘୋଷିତ ନନ୍ ବାୟୋଲୋଜିକାଲ ପ୍ରଧାନମନ୍ତ୍ରୀ ଓ ଆରଏସ୍ଏସ୍ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।
୨୦୨୪ ଜୁଲାଇ ୯ରେ ୫୮ ବର୍ଷ ଧରି ଜାରି ରହିଥିବା ବ୍ୟାନକୁ ହଟାଇ ଦିଆଗଲା। ଏହି ନିୟମ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳ ସମୟରେ ମଧ୍ୟ ବଳବତ୍ତର ରହିଥିଲା। ଲାଗୁଛି ଏବେ ଅଫିସରମାନେ ହାଫପ୍ୟାଣ୍ଟ ପିନ୍ଧି ଅଫିସ ଆସି ପାରନ୍ତି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/RSS_1721646904.jpg)