କାହିଁକି କମିଲା ବିଜେପିର ଆସନ ସଂଖ୍ୟା? କାରଣ କହିଲା ଆରଏସଏସ୍‌

ସାଧାରଣ ନିର୍ବାଚନ ରେଜଲ୍ଟ ବାହାରିବା ପରେ ଅର୍ଥାତ ଜୁନ ମଧ୍ୟ ଭାଗରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଉତ୍ତର ପ୍ରଦେଶର ଗୋରଖପୁରକୁ ୫ ଦିନ ପାଇଁ ଯାଇଥିଲେ।

RSS

ଆରଏସଏସ

Hemant Lenka
  • Published: Saturday, 29 June 2024
  • Updated: 29 June 2024, 04:39 PM IST

ସାଧାରଣ ନିର୍ବାଚନରେ ବିଜେପି ଏକାକୀ ୨୪୦ଟି ଆସନ ଜିତିଥିଲେ ହେଁ ଉତ୍ତର ପ୍ରଦେଶରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ବିଜେପି ନେତୃତ୍ୱାଧୀନ ଏନଡିଏ ଏଠାରେ ୩୬ଟି ଆସନ ଜିତିଥିବା ବେଳେ ସପା ଓ କଂଗ୍ରେସ ଯୋଡ଼ି ୪୩ଟି ଆସନ ହାତେଇଛନ୍ତି। କହିବାକୁ ଗଲେ ଉତ୍ତର ପ୍ରଦେଶରେ ବିଜେପି ଲୋକସଭା ନିର୍ବାଚନରେ ପରାସ୍ତ ହୋଇଛି।

ଏବେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ) ବିଜେପିର ଉତ୍ତର ପ୍ରଦେଶ ପରାଜୟ ପଛର କାରଣ କହିଛି। ଆରଏସଏସ କହିଛି ଯେ ବିଜେପିର ଦଳିତ ଓ ପଛୁଆ ବର୍ଗ ଭୋଟ ବ୍ୟାଙ୍କକୁ କଂଗ୍ରେସ ଓ ସମାଜବାଦୀ ପାର୍ଟି ଭାଙ୍ଗିବାକୁ ସକ୍ଷମ ହୋଇଥିବାରୁ ଦଳକୁ ଉତ୍ତର ପ୍ରଦେଶରେ କମ ଆସନ ମିଳିଛି।

ଏହି ପ୍ରସଙ୍ଗ ଆରଏସଏସ୍‌ର ଗୋଟିଏ ବୈଠକରେ ଆଲୋଚନା ହୋଇଥିଲା। ଏଥିରେ ଆରଏସ୍‌ଏସ୍‌ର ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସାବଲେ ଯୋଗ ଦେଇ ବିଜେପିର ପ୍ରଦର୍ଶନକୁ ସମୀକ୍ଷା କରିଥିଲେ।

Also Read

ସାଧାରଣ ନିର୍ବାଚନରେ ବିଜେପି କେନ୍ଦ୍ରରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ଏକାକୀ ପାଇ ନାହିଁ। ତଥାପି ବିଜେପି ତା’ର ସହଯୋଗୀ ଦଳଗୁଡ଼ିକ ସହ ମିଶି କେନ୍ଦ୍ରରେ ସରକାର ଗଠନ କରିଛି। ବିଜେପିର ଏପରି ନୈରାଶ୍ୟଜନକ ପ୍ରଦର୍ଶନର ବିଭିନ୍ନ ଦିଗ ଉପରେ ଆରଏସଏସ ବୈଠକରେ ଆଲୋଚନା ହୋଇଛି।

ଆରଏସଏସ କହିଛି ଯେ ବିଜେପିର ଆସନ ସଂଖ୍ୟା ହ୍ରାସ ପାଇବା ପଛର କାରଣ ହେଲା ଯୁବଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷ। ବେକାରୀ ଓ ପେପର ଲିକ୍‌କୁ ନେଇ ଦେଶର ଯୁବଗୋଷ୍ଠୀ ବିଜେପି ଉପରେ ଅସନ୍ତୁଷ୍ଟ ରହିଛନ୍ତି। ଏଥିପାଇଁ ସଂଘ ପରିବାର ଏବେ ବେକାରୀ ପ୍ରସଙ୍ଗ ଉପରେ କାମ କରିବ ଓ ଦଳିତ ଏବଂ ପଛୁଆ ବର୍ଗର ଲୋକଙ୍କ ପାଖରେ ପହଞ୍ଚିବାକୁ ନିଷ୍ପତ୍ତି ନେଇଛି।

ଆରଏସ୍‌ଏସ୍‌ ପକ୍ଷରୁ କୁହାଯାଇଛି ଯେ “ଉତ୍ତର ପ୍ରଦେଶରେ ବିଜେପିର ପରାଜୟ ପଛର ମୁଖ୍ୟ କାରଣ ହେଲା ଦଳର ଭୋଟ ବ୍ୟାଙ୍କ ଭାଙ୍ଗିବା। ଦଳିତ ଓ ପଛୁଆ ବର୍ଗ ହେଉଛନ୍ତି ବିଜେପିର ଭୋଟ ବ୍ୟାଙ୍କ। କିନ୍ତୁ ଏହାକୁ ସପା-କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ଭାଙ୍ଗିବାକୁ ସକ୍ଷମ ହୋଇଛି।

ସଂଘ ଓ ବିଜେପି ବିଶ୍ୱାସ କରୁଛନ୍ତି ଯେ ଭୋଟ ବ୍ୟାଙ୍କ ଭାଙ୍ଗିଛି ଓ ଏହା ସପାକୁ ଫାଇଦା ଦେଇଛି। ଏହାକୁ ଦୃଷ୍ଟିରେ ରଖି ସଂଘ ଏବେ ଦଳିତ ଓ ପଛୁଆ ବର୍ଗଙ୍କୁ ଅଧିକ ଆକର୍ଷିତ ଏବଂ ନିଜ ପାଖକୁ ଆଣିବା ପାଇଁ ଫୋକସ କରିବ। ବିଭିନ୍ନ କାର୍ଯ୍ୟକ୍ରକ ଓ ଯୋଜନା ଏହି ବର୍ଗର ଲୋକଙ୍କ ପାଇଁ କାର୍ଯ୍ୟକାରୀ କରାଯିବ।”

ସାଧାରଣ ନିର୍ବାଚନ ରେଜଲ୍ଟ ବାହାରିବା ପରେ ଅର୍ଥାତ ଜୁନ ମଧ୍ୟ ଭାଗରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଉତ୍ତର ପ୍ରଦେଶର ଗୋରଖପୁରକୁ ୫ ଦିନ ପାଇଁ ଯାଇଥିଲେ। ଏହି ଗସ୍ତ ସମୟରେ ସେଠାରକାର ରାଜନୀତିକ ସ୍ଥିତି ଓ ସାମାଜିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଏହାପରେ ଜୁନ ୨୬ରୁ ଇଷ୍ଟର୍ଣ୍ଣ ରିଜନର ପଦାଧିକାରୀଙ୍କୁ ନେଇ ୪ ଦିନିଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ସୂତ୍ର ଅନୁସାରେ, ଆରଏସଏସ ପ୍ରଥମଥର ପାଇଁ ଯୁବଗୋଷ୍ଠୀ ପାଇଁ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଯୋଜନା ଉପରେ କାର୍ଯ୍ୟ କରିବ। ଆରଏସଏସ ପଦାଧିକାରୀମାନେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ବିଭିନ୍ନ ବ୍ୟବସାୟୀ ଓ ଶିଳ୍ପପତିଙ୍କ ସହ ଆଲୋଚନା କରିବେ। କଟେଜ ଇଣ୍ଡଷ୍ଟ୍ରୀ ଉପରେ ଅଧିକ ଫୋକସ କରାଯିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଆରଏସ୍‌ଏସ୍‌ ସ୍ୱଦେଶୀର ଅଧିକ ପ୍ରଚାର ପ୍ରସାର କରିବ। ସଂଘର ଜାତୀୟ ପରିଷଦ ବୈଠକରେ ଗୋଟିଏ ଜିଲ୍ଲା, ଗୋଟିଏ ଦ୍ରବ୍ୟର ପ୍ରଚାର ପାଇଁ ଅଧିକ ଫୋକସ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story