ବିଜେଡିକୁ ଘାରିଛି ‘ଜୟନାରାୟଣ’ ଭୟ, କାହିଁକି କରୁଛି ବ୍ୟକ୍ତିଗତ କୁତ୍ସାରଟନା

ରାଜ୍ୟରେ ଫାଇଭ-ଟି କ’ଣ, କେଉଁଠି ସେ ବିଭାଗ ଅଛି, କାହା ଅଧୀନରେ ବିଭାଗ କାର୍ଯ୍ୟ କରୁଛି, ତା’ର କର୍ମଚାରୀ କିଏ, ଯଦି ବିଭାଗ ଅଛି ତା’ର ମନ୍ତ୍ରୀ କିଏ ଆଦି ପ୍ରଶ୍ନ ଜୟନାରାୟଣ କରିବାର ୧୦ମିନିଟ୍ ଭିତରେ ସରକାରୀ ମୁଖ୍ୟ ସଚେତକ ଗୃହ ଭିତରେ ସଙ୍ଗେସଙ୍ଗେ ଜବାବ ରଖି ଫାଇଭ-ଟି ଏକ ଚିନ୍ତାଧାରା ବୋଲି କହିଥିଲେ ।

Jayanarayan Mishra PhotoOR

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

Ordigital Desk
  • Published: Wednesday, 22 March 2023
  • Updated: 22 March 2023, 10:01 PM IST

Sports

Latest News

ବିଜେଡିକୁ ଏବେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଭୟ ଘାରିଛି। କ୍ରମାଗତ ଭାବେ ବିଜେଡି ନିଜର ଦଳର ବିଧାୟକ ଓ ମୁଖପାତ୍ରମାନଙ୍କ ମାଧ୍ୟମରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କୁ ବ୍ୟକ୍ତିଗତ ଶାଣିତ ସମାଲୋଚନା ଜାରି ରଖିଛି। କିନ୍ତୁ ଶ୍ରୀ ମିଶ୍ର ଯେଉଁ ସବୁ ପ୍ରସଙ୍ଗ ଉଠାଇ ସରକାରଙ୍କ ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇଛନ୍ତି, ତା’ର ଜବାବ ରଖିବାରେ ଶାସକ ବିଜେଡି ଏପର୍ଯ୍ୟନ୍ତ ସକ୍ଷମ ହୋଇନି। ତେବେ ଜୟନାରାୟଣଙ୍କୁ କାହିଁକି ବିଜେଡି ଏତେ ଭୟ କରୁଛି, ଏହା ପଛରେ କ’ଣ କାରଣ ରହିଛି, ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ବିଧାନସଭା ଅଧିବେଶନ ଆରମ୍ଭରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ  ବିଧାୟକ ପ୍ରଣବପ୍ରକାଶ ଦାସ ଓ ଫାଇଭ-ଟି ସଚିବଙ୍କ କଲ ରେକର୍ଡକୁ ଯାଂଚ ନିମନ୍ତେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମରେ ଦାବି କରିବା ପରଠୁ ବିଜେଡି ଚିହିଁକି ଉଠିଛି । ସେବେଠୁ ଶ୍ରୀ ମିଶ୍ର  ରାଜ୍ୟ ସରକାରଙ୍କ ‘ଫାଇଭ-ଟି’ ବ୍ୟବସ୍ଥା ସମ୍ପର୍କରେ ପ୍ରଶ୍ନ ଉଠାଇବାରେ ଲାଗିଥିବାବେଳେ ଶାସକ ବିଜେଡି ତା’ର ଜବାବ ଦେବାରେ ସକ୍ଷମ ହୋଇନି । ଯଦିଓ ଫାଇଭ-ଟି ଓ ଶାସନ ବ୍ୟବସ୍ଥାକୁ ନେଇ ଜୟନାରାୟଣ ଯେଉଁ ବୟାନ ଦେଉଛନ୍ତି ତା’ର ପ୍ରତିକ୍ରିୟା ବିଜେଡି ବିଧାୟକ ଓ ମୁଖପାତ୍ରମାନେ ନିୟମିତ ରଖୁଛନ୍ତି । କିନ୍ତୁ ଜୟନାରାୟଣ ଯେଉଁ ପ୍ରସଙ୍ଗ ଉଠାଉଛନ୍ତି ତା’କୁ ବିଜେଡି ଏଡ଼ାଇ ଯାଇ ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କୁୁ ‘ପାଗଳ’, ମାନସିକ ରୋଗୀ ଭଳି ବ୍ୟକ୍ତିଗତ ଆକ୍ଷେପ କରୁଛି । ଫାଇଭ-ଟି ଓ ନବ ହତ୍ୟା ମାମଲାରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଗଣମାଧ୍ୟମରେ ବୟାନ ଦେବା ମାତ୍ରେ ବିଜେଡି ଚିହିଁକି ଉଠିଛି । ଆଉ ଶ୍ରୀ ମିଶ୍ରଙ୍କ ବୟାନ ପ୍ରସାରଣ ଅବା ପ୍ରକାଶିତ ହେବାପରେ କାଳେ ତାହା ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବ ସେହି ଆଶଙ୍କାରେ ବିଭିନ୍ନ ସମୟରେ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବରିଷ୍ଠ ବିଧାୟକ ଅରୁଣ ସାହୁ ଓ ଲତିକା ପ୍ରଧାନ, ଦଳୀୟ ମୁଖପାତ୍ର ଶ୍ରୀମୟୀ ମିଶ୍ର ଓ ଲେନିନ ମହାନ୍ତି ପ୍ରମୁଖଙ୍କୁ ଦଳ ଆଗକୁ ଆଣିଛି ଓ ସେମାନଙ୍କ ମାଧ୍ୟମରେ ଜୟନାରାୟଣଙ୍କ ଚରିତ୍ର ହନନ ସହ ବ୍ୟକ୍ତିଗତ ଆକ୍ଷେପ କରାଇଛି ।

ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ନବଦାସ ହତ୍ୟା ମାମଲାର ତଦନ୍ତର ଦିଗକୁ ନେଇ ପ୍ରଶ୍ନ ସହ ସମ୍ବଲପୁରରେ ମହିଳା ପୁଲିସ ଅଧିକାରୀଙ୍କ ସହ ଧସ୍ତାଧସ୍ତିକୁ ନେଇ ବିଜେଡି ତାଙ୍କୁ କଟୂ ସମାଲୋଚନା କରିଥିଲା । ଦଳର ସାଧାରଣ ସମ୍ପାଦିକା ତଥା ମୁଖପାତ୍ର ଶ୍ରୀମୟୀ ମିଶ୍ରଙ୍କୁ ୩ଥର ଆଗକୁ ଆଣି ଜୟନାରାୟଣଙ୍କ ବିରୁଦ୍ଧରେ ଗଣମାଧ୍ୟମରେ ବିଜେଡି ବୟାନ ରଖିଥିଲା । ଜୟନାରାୟଣଙ୍କୁ ଅଭ୍ୟାସଗତ ଅପରାଧୀ ବୋଲି ଚିତ୍ରଣ କରି ବ୍ୟକ୍ତିଗତ ଆକ୍ଷେପ କରିବାକୁ ପଛାଇ ନଥିଲା । ତା’ପରେ ବିଧାନସଭା ଅଧିବେଶନ ଚାଲିଥିବାବେଳେ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଫାଇଭ-ଟି ସଚିବଙ୍କ କଲ ରେକର୍ଡ ଯାଂଚ ପାଇଁ ଶ୍ରୀ ମିଶ୍ର ଗଣମାଧ୍ୟମରେ ଦାବି କରିବା ପରେ ବିଜେଡି ଶିବିରରେ ଚାଂଚଲ୍ୟ ଖେଳିଯାଇଥିଲା । ଆଉ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କୁ ଆଗକୁ ଆଣି ବିଜେଡି ତାଙ୍କ ଦ୍ୱାରା ଗଣମାଧ୍ୟମରେ ବୟାନ ଜାରି କରିଥିଲା, ଯେଉଁଥିରେ ଜୟନାରାୟଣଙ୍କୁ ଅଭ୍ୟାସଗତ ଅପରାଧୀ ସହ ମାନସିକ ସ୍ଥିତି ଭଲ ନାହିଁ ବୋଲି ଦର୍ଶାଇବାକୁ ବିଜେଡି ପଛାଇ ନଥିଲା ।

Also Read

ରାଜ୍ୟରେ ଫାଇଭ-ଟି କ’ଣ, କେଉଁଠି ସେ ବିଭାଗ ଅଛି, କାହା ଅଧୀନରେ ବିଭାଗ କାର୍ଯ୍ୟ କରୁଛି, ତା’ର କର୍ମଚାରୀ କିଏ, ଯଦି ବିଭାଗ ଅଛି ତା’ର ମନ୍ତ୍ରୀ କିଏ ଆଦି ପ୍ରଶ୍ନ ଜୟନାରାୟଣ କରିବାର ୧୦ମିନିଟ୍ ଭିତରେ ସରକାରୀ ମୁଖ୍ୟ ସଚେତକ ଗୃହ ଭିତରେ ସଙ୍ଗେସଙ୍ଗେ ଜବାବ ରଖି ଫାଇଭ-ଟି ଏକ ଚିନ୍ତାଧାରା ବୋଲି କହିଥିଲେ । ଏହାର ଦୁଇଦିନ ପରେ ବିଜେଡି ନିଜର ବରିଷ୍ଠ ବିଧାୟକ ଅରୁଣ ସାହୁଙ୍କୁ ଆଗକୁ ଆଣି ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କୁ ପାଗଳ ବୋଲି କୁହାଇଥିଲା ଓ ବ୍ୟକ୍ତିଗତ କଟୂ ଆକ୍ଷେପ କରିବାକୁ ବି ଶ୍ରୀ ସାହୁ ପଛାଇ ନଥିଲେ । ଗତକାଲି ଅନୁରୂପ ଭାବେ ଫାଇଭ-ଟି କ’ଣ ସିଏମଓ କି ବୋଲି କହି ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପୁଣିଥରେ ସରକାରଙ୍କୁ ଅଡ଼ୁଆରେ ପକାଇବାରୁ ଦଳ ପକ୍ଷରୁ ବିଧାୟିକା ଲତିକା ପ୍ରଧାନଙ୍କୁ ଆଗକୁ ଆଣି ଜୟନାରାୟଣଙ୍କ ମାନସିକ ରୋଗ ରହିଛି ଓ ସେ ଏହାର ଚିକିତ୍ସା କରନ୍ତୁ, ସରକାର ଏଥିରେ ସହଯୋଗ କରିବେ ବୋଲି କହିଥିଲେ । ଆଜି ପୁଣି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କୁ ଓଡ଼ିଶାବିରୋଧୀ ନେତା ଭାବେ ଚିତ୍ରଣ କରିଛନ୍ତି । ବିରୋଧୀ ଦଳ ନେତା ଓଡ଼ିଶାରେ ଅରାଜକତାର ପ୍ରବକ୍ତା । ଓଡ଼ିଶାକୁ ନିନ୍ଦିତ କରିବାର କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ ବୋଲି ବିଜେଡି କହିଛି ।

ଅନ୍ୟପକ୍ଷରେ ନବ ଦାସ ହତ୍ୟା ଓ ଫାଇଭ-ଟି ବ୍ୟବସ୍ଥା ସଂକ୍ରାନ୍ତରେ ଜୟନାରାୟଣ ଯେଉଁ ସବୁ ପ୍ରସଙ୍ଗ ଉଠାଉଛନ୍ତି,ତା’ର ଜବାବ ବିଜେଡି ପକ୍ଷରୁ ଦିଆଯାଉନି । ଓଲଟା ଜୟନାରାୟଣଙ୍କୁ ମାନସିକସ୍ତରରେ ଆଘାତ ଦେବାକୁ ବ୍ୟକ୍ତିଗତ କୁତ୍ସାରଟନା କରାଯାଉଛି । ଯାହାକି ବିଜେଡିର ତାଙ୍କ ପ୍ରତି ରହିଥିବା ଭୟକୁ ପଦାରେ ପକାଇଛି । ଆଉ ସେଥିପାଇଁ ଦଳ ନିଜର ଜଣକ ପରେ ଜଣେ ନେତାଙ୍କୁ ଆଗକୁ ଆଣି ତାଙ୍କ ମୁହଁରେ ଜୟନାରାୟଣଙ୍କୁ କଟୂ ସମାଲୋଚନା କରିବାକୁ ପଛାଉ ନାହିଁ । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ‘ଫାଇଭ-ଟି’କୁ ନେଇ ଜୟନାରାୟଣ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରୁଛନ୍ତି । ଜୟନାରାୟଣଙ୍କୁ ମନାଇବା ଅବା ମ୍ୟାନେଜ କରିବାରେ ବିଫଳ ହେବାପରେ ଏବେ ତାଙ୍କୁ ଶାଣିତ ସମାଲୋଚନା କରି ତାଙ୍କ ଉପରେ ମାନସିକ ଚାପ ପକାଇବାକୁ ବିଜେଡି ରଣନୀତି କରିଥିବା ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story