Advertisment

ଉଡୁଛି ଖବର, ବିଜେଡି ଛାଡ଼ିବେ ରାଜା ସ୍ୱାଇଁ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ୍‌ ରାଜାଙ୍କୁ ନେଇ ଏବେ ଏମିତି କିଛି ଶୁଣିବାକୁ ମିଳୁଛି, ଯାହା ହୁଏତ ଆଠଗଡ଼ବାସୀଙ୍କ ପାଇଁ ଅପ୍ରତ୍ୟାଶିତ। ସବୁବେଳେ ବିଜେଡି ପାଇଁ ଚର୍ଚ୍ଚାରେ ରହୁଥିବା ରାଜା ଏଥର କୁଆଡେ ବିଜେପିରୁ ନିର୍ବାଚନ ଲଢ଼ି ପାରନ୍ତି ବୋଲି କିଛି ଅସମର୍ଥିତ ସୁତ୍ରରୁ ଶୁଣିବାକୁ ମିଳୁଛି। ଏକ ଇଂରାଜୀ ଖବରକାଗଜର ତଥ୍ୟ ମୁତାବକ ରାଜାଙ୍କ ଆସନ ଆଠଗଡ଼ରେ ସମୀକରଣ ପରିବର୍ତ୍ତନର ଆଭାସ ମିଳୁଛି। ଆଉ ସିଧାସଳଖ କୁହାଯାଉଛି ରାଜା ଏଥର […]

ଅଦ୍ୟତନ ହୋଇଛି
ଉଡୁଛି ଖବର, ବିଜେଡି ଛାଡ଼ିବେ ରାଜା ସ୍ୱାଇଁ !

raja-Edit

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ୍‌ ରାଜାଙ୍କୁ ନେଇ ଏବେ ଏମିତି କିଛି ଶୁଣିବାକୁ ମିଳୁଛି, ଯାହା ହୁଏତ ଆଠଗଡ଼ବାସୀଙ୍କ ପାଇଁ ଅପ୍ରତ୍ୟାଶିତ। ସବୁବେଳେ ବିଜେଡି ପାଇଁ ଚର୍ଚ୍ଚାରେ ରହୁଥିବା ରାଜା ଏଥର କୁଆଡେ ବିଜେପିରୁ ନିର୍ବାଚନ ଲଢ଼ି ପାରନ୍ତି ବୋଲି କିଛି ଅସମର୍ଥିତ ସୁତ୍ରରୁ ଶୁଣିବାକୁ ମିଳୁଛି। ଏକ ଇଂରାଜୀ ଖବରକାଗଜର ତଥ୍ୟ ମୁତାବକ ରାଜାଙ୍କ ଆସନ ଆଠଗଡ଼ରେ ସମୀକରଣ ପରିବର୍ତ୍ତନର ଆଭାସ ମିଳୁଛି। ଆଉ ସିଧାସଳଖ କୁହାଯାଉଛି ରାଜା ଏଥର ପଦ୍ମମୁହାଁ ହୋଇଛନ୍ତି।

Advertisment

ଥାର୍ଡ ଫ୍ଲୋର ସହ ତିକ୍ତ ସମ୍ପର୍କ ବୋଧହୁଏ ତାଙ୍କ ଟିକେଟ ପାଇବା ଦିଗରେ ବାଧକ ହୋଇଥାଇପାରେ। କିନ୍ତୁ ଏ କଥା ମଧ୍ୟ ଅନସ୍ୱୀକାର୍ଯ୍ୟ ଯେ, ବିଜେଡି ଅନ୍ୟ ଜଣଙ୍କୁ ଆଠଗଡ଼ ଗଡ଼ ସମ୍ଭାଳିବା ପାଇଁ ପ୍ରସ୍ତୁତ କରୁଛି। ସିଧା ସିଧା କହିବାକୁ ଗଲେ ପୁରୀ ଜିଲା କଂଗ୍ରେସର ପୂର୍ବତନ ସଭାପତି ତଥା ଛାତ୍ର ଜନତା ଦଳର ପୂର୍ବ ରାଜ୍ୟ ସଭାପତି ଉମାବଲ୍ଲଭ ରଥ ଏବେ ଆଠଗଡରେ କଂଗ୍ରେସ ସଙ୍ଗଠନ ସଜାଡୁ ଥିଲେ ହେଁ ସେ କୁଆଡେ ସେହି ସ୍ଥାନରୁ ଶଂଖ ଟିକେଟ ପାଇଁ ଥାର୍ଡ ଫ୍ଲୋର ଠିକାଦାରଙ୍କ ସହ ଡିଲ୍‌ କରି ସାରିଛନ୍ତି। ଆଉ ଏହି ସୂଚନା ପାଇବା ପରେ 'କଟକୀ ଷଣ୍ଢ' ରାଜା ବିଜେପିରେ ତାଙ୍କ ଚେରକୁ ମଜଭୁତ୍‌ କରି ଆଠଗଡ଼ରେ ପଦ୍ମ ଫୁଟାଇବାକୁ ପଣ କରିଥିବା ଚର୍ଚ୍ଚା ହେଉଛି।

୯୦ ମସିହାର ରାଜନୀତିକୁ ଜାଣିଥିବା ଲୋକେ କହୁଛନ୍ତି ଉମା ଛାତ୍ର ଜୀବନରୁ ଆଠଗଡ଼ ସହର ସହ ଓତଃପ୍ରୋତ ଭାବେ ଜଡ଼ିତ। ଏପରିକି ସେତେବେଳେ ସେ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଥିଲେ ହେଁ, ବିଜୁ ବାବୁଙ୍କ ତତ୍କାଳୀନ ଜଣେ ଅବୁଝା ପୁଅଙ୍କ ସହ ଚରମ ତିକ୍ତତା ଯୋଗୁ ଆଠଗଡ଼ ଆସନରୁ ରାଜାଙ୍କୁ ଟିକେଟ ମିଳିଥିଲା ଏବଂ ଏହାକୁ ଚ୍ୟାଲେଞ୍ଜ କରି ଉମା ସେତେବେଳେ ବିଦ୍ରୋହୀ ପ୍ରାର୍ଥୀ ସାଜିଥିଲେ।

Advertisment

ଆଠଗଡ଼ ଟାଉନ୍‌ରେ ଲୁଲୁ ରଥ ଭାବେ ପରିଚିତ ଉମା ବେଶ୍ କିଛି ଦିନ ଧରି ହାତପାର୍ଟି ନାଁରେ ନିଜ ପୁରୁଣା ସଙ୍ଗଠନକୁ ସକ୍ରିୟ କରିଛନ୍ତି ଏବଂ ଏହା ରଣେନ୍ଦ୍ରଙ୍କ ପାଇଁ ଘାତକ ସାଜିବାର ସମ୍ଭାବନା ରହିଛି। ବେଦାନ୍ତ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇ ରାଜ୍ୟବ୍ୟାପୀ ରଥଯାତ୍ରା କରିଥିବା ଉମାଙ୍କୁ ନିଜ ପକେଟ୍‌ରେ ରଖିବା ପାଇଁ ଥାର୍ଡ ଫ୍ଲୋର ଗତ ୪ ମାସ ତଳୁ ଏକ ଅଲିଖିତ ବୁଝାମଣା କରିଥିବା ଶୁଣାଯାଉଛି।

ଚର୍ଚ୍ଚା ହେଉଛି, ସେବେଠାରୁ ଉମାଙ୍କ ପାଇଁ ଥାର୍ଡ ଫ୍ଲୋର ତରଫରୁ ଏକ ବିଧିବଦ୍ଧ ପ୍ୟାକେଜ୍‌ ପ୍ରସ୍ତୁତ ହୋଇ ରହିଛି। ତେବେ ପ୍ୟାରୀମୋହନଙ୍କ ଅମଳରେ ରାଜେଶ ପ୍ରଭାକର ଭାୟା ଚକରା ଓରଫ ରମେଶ ରାଉତ ଦେଇ  ଶକ୍ତ ଝଟ୍‌କା ଖାଇବା ପରେ ବାସ୍ତବ ରାଜନୀତିକୁ ବୁଝିଥିବା ରାଜା ସ୍ୱାଇଁ ସେବେଠାରୁ ପଦ୍ମ ଦଳ ସହ ଭିତିରିଆ ସମ୍ପର୍କ ବଢ଼ାଇଥିବା ଶୁଣିବାକୁ ମିଳୁଛି।

ଆଉ ପ୍ୟାରୀଙ୍କ ଭଳି ଏବେ ଥାର୍ଡ ଫ୍ଲୋର ପୁଣି ଝଟ୍‌କା ଦେବା ପୂର୍ବରୁ ବେଳହୁଁ ସାବଧାନ ନୀତିରେ ରାଜା କେଉଁ ମୁହୂର୍ତ୍ତରେ ପଦ୍ମ ଗାଡ଼ିଆରେ ବୁଡ଼ ମାରି ପାରନ୍ତି ବୋଲି ଆକଳନ କରାଯାଉଛି। କିନ୍ତୁ ରାଜାଙ୍କ ବିଜେପି ପ୍ରବେଶ ଖବରକୁ ବୁଧବାର ଆଠଗଡ଼ରେ ସାମ୍ବାଦିକ ସମ୍ମିଳନୀ କରି ପଦ୍ମଦଳ ନେତା ବିଭୁତି ମିଶ୍ର ଏକ ମନଗଢା କାହାଣୀ  ବୋଲି କହିଛନ୍ତି।

କେବଳ ରାଜା ନୁହଁନ୍ତି, ବିଜେଡି ଟିକେଟରେ କଟକରୁ ଲଗାଦାର ଜିତି ଆସୁଥିବା ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ବିଜେପି ପ୍ରତି ଢଳୁଥିବା ଚର୍ଚ୍ଚା ହେଉଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe