Advertisment

ବିକଶିତ ଭାରତ ପାଇଁ ବିଶ୍ୱବନ୍ଧୁ ହେବା ଜରୁରୀ: ଏସ୍. ଜୟଶଙ୍କର

୧୦ ବର୍ଷରେ ଭାରତର ଭିତ୍ତିଭୂମି ଦୃଢ଼ ହୋଇଛି। ଏହି ଆଧାରରେ ଆଗାମୀ ୨୫ ବର୍ଷର ଯାତ୍ରା ସ୍ଥିର କରାଯିବ। ଭାରତ ଆଜି ଏପରି ଏକ ଦେଶ ଯେଉଁଠି ସମସ୍ତେ ନିବେଶ କରିବାକୁ ଚାହୁଁଛନ୍ତି ବୋଲି ଜୟଶଙ୍କର କହିଛନ୍ତି।

S. Jaishankar

S. Jaishankar

Advertisment

ବିକଶିତ ଭାରତ ପାଇଁ ବିଶ୍ୱବନ୍ଧୁ ହେବା ଜରୁରୀ। ଦୁଇଦିନିଆ ଓଡ଼ିଶା ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆଜି କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଏକଥା କହିଛନ୍ତି।

Advertisment

ସେ କହିଛନ୍ତି, ୧୦ ବର୍ଷରେ ଭାରତର ଭିତ୍ତିଭୂମି ଦୃଢ଼ ହୋଇଛି। ଏହି ଆଧାରରେ ଆଗାମୀ ୨୫ ବର୍ଷର ଯାତ୍ରା ସ୍ଥିର କରାଯିବ। ଭାରତ ଆଜି ଏପରି ଏକ ଦେଶ ଯେଉଁଠି ସମସ୍ତେ ନିବେଶ କରିବାକୁ ଚାହୁଁଛନ୍ତି ବୋଲି ଜୟଶଙ୍କର କହିଛନ୍ତି। ଏଥିସହ ୧୦ ବର୍ଷ ତଳେ ଆମେ କେବଳ ଆମଦାନୀ କରୁଥିଲୁ। ଏହା ଆମ ଇମେଜ ଥିଲା। ଏବେ ମେକ୍‌ ଇନ୍‌ ଇଣ୍ଡିଆ ଆମ ଇମେଜ୍। 3G, 4G ମେଡ୍‌ ଇନ୍‌ ଚାଇନା ଥିଲା। କିନ୍ତୁ 5G ମେକ୍ ଇନ୍ ଇଣ୍ଡିଆ ବୋଲି କହିଛନ୍ତି ଜୟଶଙ୍କର।

ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଜୟଶଙ୍କର କହିଛନ୍ତି, ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ସବୁଠାରୁ ଅର୍ଥନୈତିକ ଅଭିବୃଦ୍ଧି ଭାରତରେ ହେବ ବୋଲି ଅନ୍ତର୍ଜାତୀୟ ରିପୋର୍ଟ ପ୍ରକାଶ ପାଉଛି। ସେଥିପାଇଁ ଅନେକ ବିଦେଶ କମ୍ପାନୀ ଭାରତରେ ପୁଞ୍ଜି ନିବେଶ କରୁଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଉପରେ ବିଶେଷ ଧ୍ୟାନ ରଖାଯାଇଛି। ପ୍ରତିବର୍ଷ ୮ଟି ବିମାନବନ୍ଦର ନିର୍ମାଣ କରାଯାଉଥିବା ବେଳେ ପ୍ରତିଦିନ ୨୮ କିମି ଜାତୀୟ ରାଜପଥ ନିର୍ମାଣ ସହ ୧୪ କିମି ରେଳଟ୍ରାକ ମଧ୍ୟ ନିର୍ମାଣ ହେଉଛି। ମେକ୍‌ ଇନ ଇଣ୍ଡିଆ ମାଧ୍ୟମରେ ଭାରତ ଏବେ ବିଭିନ୍ନ ଦେଶକୁ ସାମଗ୍ରୀ ରପ୍ତାନୀ କରୁଛି। ସେଥିପାଇଁ ଦେଶର ଆର୍ଥିକ ଅଭିବୃଦ୍ଧି ମଧ୍ୟ ହେଉଛି। ଦେଶକୁ ଆଗକୁ ବଢିବାକୁ ହେଲେ ନୁଆ ଟେକ୍ନୋଲୋଜି ସହ ଉତ୍ପାଦନ ଵୃଦ୍ଧି କରିବାକୁ ପଡ଼ିବ ବୋଲି ଜୟଶଙ୍କର କହିଛନ୍ତି।

Advertisment

ମୋଦି ସରକାରଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିଲା କୋଭିଡ ସମୟରେ ବାହାର ଦେଶ ଉପରେ ନିର୍ଭର ନକରି ଭ୍ୟାକସିନ ଭାରତରେ ନିର୍ମାଣ କରିବା। କେବଳ ସେତିକି ନୁହେଁ, ସରକାର ତେଜସ୍‌ ଭଳି ଫାଇଟର ପ୍ଲେନ ନିର୍ମାଣ କରି ସାରା ବିଶ୍ୱରେ ପରିଚୟ ସୃଷ୍ଟି କରିଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ସଫଳ ଯୋଜନା ଓ ବୈଦଶିକ ନିତି ବାବଦରେ ମତାମତ ରଖିବା ସହ ଵୁଦ୍ଧିଜୀବୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ଜୟଶଙ୍କର।

କଟକରେ ଆୟୋଜିତ ବୁଦ୍ଧିଜୀବୀଙ୍କ ସମ୍ମିଳନୀ-ବିଶ୍ୱବନ୍ଧୁ ଭାରତ ବିଷୟ ଉପରେ ତାଙ୍କର ବିଦେଶ ଗସ୍ତରେ ଥିବା ଅନୁଭୂତି ଓ ନରେନ୍ଦ୍ର ମୋଦି ସରକାରଙ୍କ ସଫଳ ବିଚାର ଉପରେ ବକ୍ତବ୍ୟ ରଖିଛନ୍ତି ଜୟଶଙ୍କର। ଏହାପରେ ଅପରାହ୍ନରେ ସମ୍ବଲପୁରରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର।

Bjp Cuttack S Jaishankar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe