Advertisment

ସରିଛି ସଚିନ-ସାରାଙ୍କ ଡିଭୋର୍ସ, ନାମାଙ୍କନ ଦାଖଲ ବେଳେ ଖୁଲାସା

ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପାଇଲଟ ଆଜି ରାଜସ୍ଥାନର ଟୋଙ୍କ୍ ବିଧାନସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Sachin Pilot & Sara Pilot

Sachin Pilot & Sara Pilot

କଂଗ୍ରେସ ନେତା ସଚିନ ପାଇଲଟଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ଚର୍ଚ୍ଚା। ପତ୍ନୀଙ୍କ ସହ ପାଇଲଟଙ୍କ ଛାଡ଼ପତ୍ର ହୋଇସାରିଛି। ଦୀର୍ଘଦିନ ହେବ ପତ୍ନୀ ସାରା ଅବଦୁଲ୍ଲାଙ୍କଠାରୁ ସଚିନ ଅଲଗା ରହୁଥିଲେ ମଧ୍ୟ ପ୍ରଥମ କରି ଏହାର ଖୁଲାସା ହୋଇଛି। ନାମାଙ୍କନ ଦାଖଲ ସମୟରେ ଏହାର ଖୁଲାସା କରିଛନ୍ତି ସଚିନ।

Advertisment

ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପାଇଲଟ ଆଜି ରାଜସ୍ଥାନର ଟୋଙ୍କ୍ ବିଧାନସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ନିର୍ବାଚନ ସତ୍ୟପାଠରେ ଉଭୟଙ୍କର ଛାଡ଼ପତ୍ର ହୋଇ ସାରିଥିବା ଉଲ୍ଲେଖ କରିଛନ୍ତି ସଚିନ। ୨୦୧୮ ବିଧାନସଭା ନିର୍ବାଚନରେ ପାଇଲଟ ତାଙ୍କ ସତ୍ୟପାଠରେ ସାରା ପାଇଲଟଙ୍କ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ତାଙ୍କ ସମ୍ପତ୍ତିର ବିବରଣୀ ମଧ୍ୟ ଦେଇଥିଲେ। କିନ୍ତୁ ଛାଡ଼ପତ୍ର ବାବଦରେ ଉଲ୍ଲେଖ କରି ନଥିଲେ। ପ୍ରଥମ କରି ୨୦୨୩ ସତ୍ୟପାଠରେ ଛାଡ଼ପତ୍ର ହୋଇସାରିଥିବା ଘୋଷଣା କରିଛନ୍ତି।

କହି ରଖୁଛୁ ଯେ, ସଚିନ ପାଇଲଟ ଜାମ୍ମୁ କାଶ୍ମୀରର ଭେଟେରାନ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ଝିଅ ସାରାଙ୍କୁ ବିବାହ କରିଥିଲେ। ୨୦୦୪ରେ ଉଭୟ ବିବାହ କରିଥିଲେ। ସେମାନଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି। ଉଭୟ ଅଲଗା ହୋଇଯାଇଥିବା ନେଇ ୨୦୧୪ରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏହା ଗୁଜବ କହି ଉଭୟ ଏହାକୁ ଖଣ୍ଡନ କରିଥିଲେ। ଏପରିକି ୨୦୧୮ ନିର୍ବାଚନ ସତ୍ୟପାଠରେ ମଧ୍ୟ  ପାଇଲଟଟ୍‌ ତାଙ୍କ ପତ୍ନୀଙ୍କ ବାବଦରେ ଉଲ୍ଲେଖ କରିଥିଲେ।

Advertisment
Sachin Pilot Sachin Sara Divorced Rajasthan Assembly Election