Advertisment

ରାହୁଲ ଗାନ୍ଧିକୁ ପ୍ରଶଂସା କଲେ ସୈଫ ଅଲୀ ଖାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାହୁଲ ଗାନ୍ଧି ଓ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରୁ କିଏ ସାହାସୀ ଓ କିଏ ଭାରତର ଭବିଷ୍ୟତର ନେତୃତ୍ୱ ନେଇ ପାରିବେ ବୋଲି ସୈଫଙ୍କୁ କାର୍ଯ୍ୟକ୍ରମରେ ପ୍ରଶ୍ନ କରାଯାଇଥିଲା।

Rahul Gandhi

Rahul Gandhi

Advertisment

ବଲିଉଡ ଅଭିନେତା ସୈଫ ଅଲୀ ଖାନ ଖୋଲାଖୋଲି ଭାବେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ପ୍ରଶଂସା କରିଛନ୍ତି। ରାହୁଲ ଗାନ୍ଧି ଜଣେ ସାହାସୀ ରାଜନେତା ଭାବେ କେମିତି ସମାଲୋଚନାକୁ ହ୍ୟାଣ୍ଡେଲ କରିବାକୁ ହୁଏ ସେକଥା ଜାଣିଥିବା ସୈଫ କହିଛନ୍ତି। ମୁଁ ଜଣେ ସାହାସୀ ଓ ସଚ୍ଚୋଟ ରାଜନେତାଙ୍କୁ ପସନ୍ଦ କରେ ବୋଲି ସୈଫ ଇଣ୍ଡିଆ ଟୁଡେ କନକ୍ଲେଭରେ କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାହୁଲ ଗାନ୍ଧି ଓ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରୁ କିଏ ସାହାସୀ ଓ କିଏ ଭାରତର ଭବିଷ୍ୟତର ନେତୃତ୍ୱ ନେଇ ପାରିବେ ବୋଲି ସୈଫଙ୍କୁ କାର୍ଯ୍ୟକ୍ରମରେ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ସେ ସମସ୍ତ ୩ ରାଜନେତା ସାହାସୀ ବୋଲି କହିଥିଲେ। ଏହାପରେ ରାହୁଲ ଗାନ୍ଧି ପୂର୍ବରୁ ସହିଥିବା ଅସମ୍ମାନକୁ କେମିତି ବଦଳାଇ ପାରିଛନ୍ତି, ସେକଥା ମଧ୍ୟ ସୈଫ କହିଛନ୍ତି।

ସେ କହିଛନ୍ତି, “ମୁଁ ଭାବୁଛି ରାହୁଲ ଗାନ୍ଧି ଯାହା ସବୁ କରିଛନ୍ତି, ସେସବୁ ମଧ୍ୟ ବେଶ ପ୍ରଭାବଶୀଳୀ। ଏମିତି ଗୋଟିଏ ସମୟ ଥିଲା ସେ ଯାହା କରୁଥିଲେ ଓ ସେ ଯାହା କହୁଥିଲେ, ତା’କୁ ଲୋକମାନେ ତାଚ୍ଛଲ୍ୟ କରୁଥିଲେ। ମୁଁ ଭାବୁଛି ସେସବୁକୁ ରାହୁଲ ଗାନ୍ଧି ଅତ୍ୟନ୍ତ କଷ୍ଟ ପରିଶ୍ରମ କରି ଚମତ୍କାର ଢଙ୍ଗରେ ବଦଳାଇ ପାରିଛନ୍ତି।” ସୈଫଙ୍କ ଏପରି ବୟାନର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ତେବେ ସୈଫ ରାଜନୀତିରେ ଯୋଗ ଦେବାକୁ ଚାହୁଁ ନାହାନ୍ତି କିମ୍ବା ସେ କେଉଁ ରାଜନେତାଙ୍କୁ ସମର୍ଥନ କରନ୍ତି, ତା’ର ଉତ୍ତର ନିର୍ଦ୍ଦିଷ୍ଟ ଭାବେ ଦେଇ ନାହାନ୍ତି। ସେ କହିଛନ୍ତି, “ମୁଁ ମୋ ଦୃଷ୍ଟିରେ ସବୁବେଳେ ଅଣ ରାଜନୀତିକ ବ୍ୟକ୍ତି ଭାବେ ରହିବାକୁ ଚାହେଁ। ମୁଁ ଭାବୁଛି ଦେଶ ବେଶ ସ୍ପଷ୍ଟ ଭାବେ ସବୁ କିଛି କହି ସାରିଛି। ମୁଁ ଗୋଟିଏ ଜିନିଷ ପାଇଁ ବହୁତ ଖୁସି, ସେଇଟା ହେଲା ଦେଶରେ ଗଣତନ୍ତ୍ର ବଞ୍ଚିଛି ଓ ଏହା ଠିକ ବାଟରେ ଚାଲିଛି। ମୁଁ ଜଣେ ରାଜନେତା ନୁହେଁ। ମୁଁ ରାଜନେତା ହେବାକୁ ଚାହେଁ ନାହିଁ।”

Rahul Gandhi Saif Ali Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe