Advertisment

ସାଲୁଗା ପ୍ରଧାନ ହେଲେ ବିଧାନସଭା ଉପବାଚସ୍ପତି, କହିଲେ- ଗୃହର ଗରିମା ରକ୍ଷା କରିବି

ସାଲୁଗାଙ୍କୁ ସର୍ବସମ୍ମତି କ୍ରମେ ଉପବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Saluga Pradhan

Saluga Pradhan

Advertisment

ବିଧାନସଭାର ଉପବାଚସ୍ପତି ହେଲେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ । ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।

Advertisment

ସାଲୁଗାଙ୍କୁ ସର୍ବସମ୍ମତି କ୍ରମେ ଉପବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଗୃହ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ନିମନ୍ତେ ଉପବାଚସ୍ପତିଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ସାଲୁଗା ବିଧାନସଭାର ଗରିମା ଓ ନିରପେକ୍ଷତା ବଜାୟ ରଖିବେ ବୋଲି ଆଶା କରୁଛୁ । ସେହିପରି ଆଦିବାସୀ ବର୍ଗର ଜଣେ ନେତାଙ୍କୁ ଉପବାଚସ୍ପତି ଭାବେ ଚୟନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛି କଂଗ୍ରେସ ।

Advertisment

ଉପବାଚସ୍ପତି ରୂପେ ନିର୍ବାଚିତ ହେବା ପରେ ସାଲୁଗା ପ୍ରଧାନ ଗୃହର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି। ଏଥିସହ କହିଛନ୍ତି, ସମସ୍ତେ ମିଳିମିଶି ଗୃହର ମର୍ଯ୍ୟାଦା ରକ୍ଷା ପାଇଁ ଯତ୍ନବାନ ହେବା ।

ସୂଚନାଯୋଗ୍ୟ, ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂହ ଇସ୍ତଫା ଦେଇଥିବା ବେଳେ କିଏ ଏହି ଆସନ ଅଧିକାର କରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାପରେ ବିଜେଡି ଜି.ଉଦୟଗିରିର ଦୁଇ ଥରର ବିଧାୟକ ସାଲୁଗା ପ୍ରଧାନଙ୍କ ନାଁ  ଘୋଷଣା କରିଥିଲା। 

ଏହାପରେ ଗତକାଲି ସେ ଉପବାଚସ୍ପତି ପ୍ରାର୍ଥୀ ଭାବେ ଗତକାଲି ନାମାଙ୍କନ ଦାଖଲ କରିଥିଲେ।  ନାମାଙ୍କନ ଦାଖଲ ପରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ସାଲୁଗା ପ୍ରଧାନ କହିଥିଲେ ଉପବାଚସ୍ପତି ହେବା ପାଇଁ ମୋର ଯୋଗ୍ୟତା ରହିଛ। କାରଣ ମୁଁ ୨, ୨ ଥରର ବିଧାୟକ ।

Odisha Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe