Advertisment

ଅଖିଳେଶଙ୍କ ଅଲ୍ଟିମେଟମ୍‌, କଂଗ୍ରେସ ଅଧିକ ସିଟ୍‌ ମାଗିଲେ ହେବନି ମେଣ୍ଟ

ସିଟ୍‌ ଭାଗବଣ୍ଟାକୁ ନେଇ ନିଷ୍ପତ୍ତି ହେବା ପରେ ହିଁ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଖିଳେଶ ସାମିଲ ହେବେ ବୋଲି କହିଛନ୍ତି।

ଅଦ୍ୟତନ ହୋଇଛି
Akhilesh Yadav

Akhilesh Yadav

Advertisment

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ସିଟ୍‌ ଭାଗବଣ୍ଟାକୁ ନେଇ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟରେ ଜାରି ରହିଛି ଟଣାଓଟରା। ଇଣ୍ଡି ଆଲାଏନ୍ସର ସହଯୋଗୀ ଦଳ ରାଷ୍ଟ୍ରିୟ ଲୋକ ଦଳ (ଆରଏଲଡି) ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗଦେବା ପରେ ପୁଣିଥରେ ଉତ୍ତରପ୍ରଦେଶରେ ଆସନ ଭାଗବଣ୍ଟା ଗଣିତ ବିଗିଡିଯାଇଛି। ଏହାରି ଭିତରେ କଂଗ୍ରେସକୁ ଅଲ୍ଟିମେଟମ ଦେଇଛି ସାମଜବାଦୀ ପାର୍ଟି। ଉତ୍ତରପ୍ରଦେଶରେ ଅଧିକ ସିଟ୍‌ ମାଗିଲେ ଇଣ୍ଡିଆ ସହ ମେଣ୍ଟ ହେବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ସପା ଅଧ୍ୟକ୍ଷ ଅଖିଳେଶ ସିଂହ ଯାଦବ।

Advertisment

ସୂତ୍ର ଅନୁଯାୟୀ ସମାଜବାଦୀ ପାର୍ଟି କଂଗ୍ରେସକୁ ଉତ୍ତରପ୍ରଦେଶରେ ୧୫ଟି ସିଟ୍‌ ଅଫର୍‌ କରିଛି। ଏହି ତାଲିକା ଧରାଇ ଏହା ତୁମର ଅନ୍ତିମ ତାଲିକା ବୋଲି କଂଗ୍ରେସକୁ କହିଛି ସପା। ଯଦି ଏହି ୧୫ଟି ଆସନକୁ ନେଇ କଂଗ୍ରେସ ରାଜ ହୁଏ ତେବେ ଉତ୍ତରପ୍ରଦେଶରେ ଇଣ୍ଡିଆ ଅଲାଏନ୍ସ ସହ ମେଣ୍ଟ ହେବ। ଯଦି କଂଗ୍ରେସ ଏହାଠାରୁ ଗୋଟିଏ ବି ସିଟ୍‌ ଅଧିକ ମାଗେ ତେବେ ସପା ଏହାକୁ ଗ୍ରହଣ କରିବ ନାହିଁ ବୋଲି କହିଛି।

ଏହି ୧୫ଟି ଆସନକୁ ନେଇ ସହମତି ଅଛି ନା ନାହିଁ ସେ ନେଇ ଆଜି ସମାଜବାଦୀ ପାର୍ଟିକୁ ଉତ୍ତର ଦେବ କଂଗ୍ରେସ। ସିଟ୍‌ ଭାଗବଣ୍ଟାକୁ ନେଇ ନିଷ୍ପତ୍ତି ହେବା ପରେ ହିଁ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଖିଳେଶ ସାମିଲ ହେବେ ବୋଲି କହିଛନ୍ତି। 

Advertisment

ପୂର୍ବରୁ ଅଖିଳେଶ ରାଏବରେଲିରେ ନ୍ୟାୟ ଯାତ୍ରାରେ ସାମିଲ ହେବାକୁ ନେଇ କଂଗ୍ରେସ ମହାସଚିବ ଜୟରାମ ରମେଶ ସୂଚନା ଦେଇଥିଲେ। କିନ୍ତୁ ସିଟ୍‌ ଭାଗବଣ୍ଟା ଫାଇନାଲ ନ ହେବା ଯାଏ କଂଗ୍ରେସର କୌଣସି ବି କାର୍ଯ୍ୟକ୍ରମରେ ଅଖିଳେଶ ସାମିଲ ହେବେ ନାହିଁ ବୋଲି ସୂତ୍ରରୁ ସୂଚନା ମିଳିଛି। 

ଉତ୍ତରପ୍ରଦେଶରେ କଂଗ୍ରେସକୁ ୧୧ଟି ସିଟ୍ ଦେବାକୁ ସମାଜବାଦୀ ପାର୍ଟି ପୂର୍ବରୁ ଘୋଷଣା କରିଥିଲା ଏବେ ସପା କଂଗ୍ରେସକୁ ୧୫ଟି ସିଟ୍‌ ଦେବାକୁ ରାଜି ହୋଇଛି। କିନ୍ତୁ କଂଗ୍ରେସ ୨୦ରୁ ୨୨ଟି ସିଟ୍ ଦାବି କରୁଛି। ସେଥିପାଇଁ ସିଟ୍ ଭାଗବଣ୍ଟାକୁ ନେଇ କୌଣସି ନିଷ୍କର୍ସ ବାହାରି ପାରୁନାହିଁ। 

Akhilesh Yadav Congress Samajwadi Party Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe