Advertisment

ନିର୍ବାଚନର ଠିକ ପୂର୍ବରୁ ୯ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲେ ଅଖିଲେଶ

ଦଳ ଭିତରେ ଟିକେଟ ବଣ୍ଟାକୁ ନେଇ ଏତେ ବିବାଦ ରହିଛି ଯେ ବାଧ୍ୟ ହୋଇ ଅଖିଲେଶ ଆଜି ୯ଟି ସ୍ଥାନରେ ପ୍ରାର୍ଥୀଙ୍କ ଟିକେଟ ବଦଳାଇଛନ୍ତି।

SP

SP

Advertisment

ଆଉ କିଛି ଦିନ ପରେ ଦେଶରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଭୋଟ ପଡ଼ିବ। ଏପ୍ରିଲ ୧୯ରୁ ଦେଶରେ ଲୋକସଭା ନିର୍ବାଚନ ଆରମ୍ଭ ହୋଇଯିବ। ଏହାପୂର୍ବରୁ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଦ୍ୱନ୍ଦ୍ୱରେ ପଡ଼ିବାରେ ଲାଗିଛି।

Advertisment

ଦଳ ଭିତରେ ଟିକେଟ ବଣ୍ଟାକୁ ନେଇ ଏତେ ବିବାଦ ରହିଛି ଯେ ବାଧ୍ୟ ହୋଇ ଅଖିଲେଶ ଆଜି ୯ଟି ସ୍ଥାନରେ ପ୍ରାର୍ଥୀଙ୍କ ଟିକେଟ ବଦଳାଇଛନ୍ତି। ପୂର୍ବରୁ ଟିକେଟ ପାଇଥିବା ନେତାଙ୍କ ଠାରୁ ଏହାକୁ ଆଣି ଅନ୍ୟମାନଙ୍କୁ ଦିଆଯାଇଛି।

ଦ୍ୱିତୀୟ ଥର ପାଇଁ ଆଜି ଦଳ ମୀରଟ ଆସନରେ ପ୍ରାର୍ଥୀ ବଦଳାଇଛି। ସପା ପ୍ରଥମେ ଏହି ଆସନ ପାଇଁ ଭାନୁ ପ୍ରତାପ ସିଂହଙ୍କୁ ବାଛିଥିଲା। ୨୦୦୪ରୁ ବିଜେପି ଏଠାରେ ଜିତି ଆସୁଥିବା ବେଳେ ଶ୍ରୀ ସିଂହଙ୍କ ପ୍ରାର୍ଥିତ୍ୱକୁ ସପା କର୍ମୀମାନେ ବିରୋଧ କରିଥିଲା। ବିରୋଧ ଯୋଗୁ ସାରଧାନାର ବିଧାୟକ ଅତୁଲ ପ୍ରଧାନଙ୍କୁ ଟିକେଟ ମିଳିଥିଲା। ହେଲେ ଆଜି ମୀରଟରୁ ସୁନିତା ବର୍ମା ଲଢ଼ିବେ ବୋଲି ସପା ପକ୍ଷରୁ ଘୋଷଣା କରାଯାଇଛି।

Advertisment

୨୦୧୯ରେ ସୁନିତା ଓ ତାଙ୍କ ସ୍ୱାମୀ ତଥା ଦୁଇ ଥରର ବିଧାୟକ ଯୋଗେଶ ବର୍ମାଙ୍କୁ ବିଏସ୍‌ପିରୁ ବହିଷ୍କୃତ କରାଯାଇଥିଲା। ସୁନିତା ଆଜି ସପା ପକ୍ଷରୁ ମୀରଟ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। କୌତହଳର ବିଷୟ ହେଲା ଶ୍ରୀ ପ୍ରଧାନ ହିଁ ବର୍ମାଙ୍କୁ ସପାକୁ ଆଣିଥିଲେ।

କିନ୍ତୁ ୨୦୨୨ ବିଧାନସଭା ନିର୍ବାଚନ ପରେ ଦୁଇ ଜଣଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ପ୍ରଧାନ ସାରଧାନା ଆସନରୁ ବିଜୟୀ ହୋଇଥିବା ବେଳେ ସୁନିତା ହସ୍ତିନାପୁର ଆସନରୁ ହାରି ଯାଇଥିଲେ। ପ୍ରଧାନଙ୍କ ଅସହଯୋଗୁ ସୁନିତା ପରାସ୍ତ ହୋଇଥିବା କୁହାଯାଇଥିଲା।

ସୁନିତା ଦଳିତ ସଂପ୍ରଦାୟର। ମୀରଟରେ ୪ ଲକ୍ଷରୁ ଅଧିକ ଦଳିତ ଭୋଟର ଅଛନ୍ତି। ତେଣୁ ସପା ଏହାକୁ ଦୃଷ୍ଟିରେ ରଖି ସୁନିତାଙ୍କୁ ପ୍ରାର୍ଥୀ କରିଛି। ମୀରଟରେ ସୁନିତାଙ୍କ ମୁକାବିଲା ବିଜେପି ନୂଆ ମୁହଁ ତଥା ଅଭିନେତା ଅରୁଣ ଗୋଭିଲଙ୍କ ସହ ହେବ।

ମୀରଟ ବ୍ୟତୀତ ମୋରଦାବାଦ, ରାମପୁର ଓ ବଦାଓଁରେ ମଧ୍ୟ ସପା ଦ୍ୱନ୍ଦ୍ୱରେ ପଡ଼ି ପ୍ରାର୍ଥୀ ବଦଳାଇଛି। ମୋରଦାବାଦରେ ଦଳ ଏସ୍‌ଟି ହାସନଙ୍କୁ ପ୍ରଥମେ ପ୍ରାର୍ଥୀ କରିଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ରୁଚି ବୀରା ସପାର ପ୍ରାର୍ଥୀ ହୋଇଛନ୍ତି। ଉଭୟ ଉକ୍ତ ଆସନରୁ ସପା ଟିକେଟରେ ନାମାଙ୍କନ ଭରିଥିଲେ। ତେବେ ଶେଷ ମୁହୂର୍ତ୍ତରେ ବୀରଙ୍କ ପ୍ରାର୍ଥିତ୍ୱକୁ ଦଳର ମୋହର ମିଳିଛି।

ରାମପୁର ହେଉଛି ଭେଟରାନ ଆଜମ ଖାନଙ୍କ ଗଡ଼। ସେ ଜେଲରେ ଥିବାରୁ କାହାକୁ ପ୍ରାର୍ଥୀ କରାଯିବ, ସେନେଇ ଦଳ ଚିନ୍ତାରେ ଥିଲା। ଅସିମ ରାଜା ନାମାଙ୍କନ ଦାଖଲ କରିବା ପରେ ସେ ହିଁ ସପା ଟିକେଟ ପାଇଥିବା ସ୍ପଷ୍ଟ ହୋଇଛି।

ବାଦାଓଁରେ ଅଖିଲେଶ ଯାଦବଙ୍କ ସମ୍ପର୍କୀୟ ଭାଇ ଧର୍ମେନ୍ଦ୍ରଙ୍କୁ ପ୍ରଥମେ ଟିକେଟ ମିଳିଥିଲା। ଉକ୍ତ ଆସନ ତାଙ୍କ ଦାଦା ଶିବପାଲ ଯାଦବ ମଧ୍ୟ ଚାହୁଁଥିଲେ। ପରବର୍ତ୍ତୀ ଅବସ୍ଥାରେ ଶିବପାଲ ନିଜ ପୁଅ ଆଦିତ୍ୟ ପାଇଁ ଲବି ଆରମ୍ଭ କରିଥିଲେ। ବଦାଓଁ ବିବାଦ ଏଯାଏ ସରିନି। ତଥାପି ଶିବପାଲ ଯାଦବଙ୍କ ଉପରେ ସବୁ କିଛି ରହିଛି। ତେଣୁ ସେ ପୁଅ ଆଦିତ୍ୟଙ୍କୁ ଏଠାରେ ପ୍ରାର୍ଥୀ କରିପାରନ୍ତି।

ଭାଘପତ, ବିଜନୋର, ଗୌତମ ବୁଦ୍ଧ ନଗର, ମିସ୍ରିଖ, ସମ୍ବଲ ଓ ମଧ୍ୟପ୍ରଦେଶର ଖାଜୁରାହୋରେ ମଧ୍ୟ ସପା ପ୍ରାର୍ଥୀ ବଦଳାଇଛି। ସପା ଉତ୍ତର ପ୍ରଦେଶରେ କଂଗ୍ରେସ ସହ ଡିଲ କରିଛି। ଦଳ ଏଠାରେ ୬୩ଟି ଆସନରେ ପ୍ରାର୍ଥୀ ଦେବ।

Akhilesh Yadav Samajwadi Party Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe