Advertisment

ବିଜେଡିରେ ମିଶିଲେ ସମ୍ବଲପୁର ସାଂସଦଙ୍କ ପତ୍ନୀ ଓ ପୁଅ

ବିଜେପି ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ତଥା ଦେବଗଡ଼ର ରାଣୀ ଅରୁନ୍ଧତୀ ଦେବୀ ଆଜି ଅପରାହ୍ନରେ ସୋସିଆଲ ମିଡିଆ ମାଧ୍ୟମରେ ବିଜେପିରୁ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଥିଲେ

author-image
Ordigital Desk
Sambalpur

Sambalpur

ଦୀର୍ଘଦିନ ଧରି ବିଜେପିର ସାଂଗଠନିକ କାର୍ଯ୍ୟରେ ଅଲୋଡ଼ା ହୋଇ ରହିଥିବା ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ସେ ବିଜେପିରୁ ଇସ୍ତଫା ଦେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଅରୁନ୍ଧତୀଙ୍କ ସହ ତାଙ୍କ ପୁଅ ନମନ ଗଙ୍ଗଦେବ ବି ବିଜେଡିରେ ମିଶିଛନ୍ତି।

Advertisment

ସୂଚନା ଅନୁସାରେ ବିଜେପି ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ତଥା ଦେବଗଡ଼ର ରାଣୀ ଅରୁନ୍ଧତୀ ଦେବୀ ଆଜି ଅପରାହ୍ନରେ ସୋସିଆଲ ମିଡିଆ ମାଧ୍ୟମରେ ବିଜେପିରୁ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଥିଲେ । ଏହାପରେ ଭୁବନେଶ୍ୱରରେ ସେ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ।

ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସହ ସାଂସଦଙ୍କ ମତାନ୍ତର ଯୋଗୁ ଦୀର୍ଘଦିନ ଧରି ନିତେଶ ଗଙ୍ଗଦେବ ସାଂଗଠନିକ କାର୍ଯ୍ୟରେ ସମ୍ପୂର୍ଣ୍ଣ ଅଲୋଡ଼ା ହୋଇ ରହିଥିଲେ । ତାଙ୍କୁ ବିଜେପିର କୌଣସି ସାଂଗଠନିକ କାର୍ଯ୍ୟରେ ମଧ୍ୟ ଦେଖିବାକୁ ମିଳୁନଥିଲା । ଏପରିକି ତାଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ବିଜେଡିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇନଥିଲେ ମଧ୍ୟ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୁଦ୍ଧରେ ସମାନ୍ତରାଳ ସଂଗଠନ ଚଳାଇଥିଲେ । ଏହି ମିଶ୍ରଣ ଯୋଗୁ ବିଜେପି ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

Advertisment

ତେବେ ଏହି ମିଶ୍ରଣପର୍ବରେ ନିତେଶ ଗଙ୍ଗଦେବ ଅନୁପସ୍ଥିତ ଥିଲେ। ଶ୍ରୀ ଗଙ୍ଗଦେବ ଏବେ କେଉଁଠି ଅଛନ୍ତି ତାହା ଜଣାପଡ଼ିନି । ମାତ୍ର ତାଙ୍କୁ ଗତ ପଂଚାୟତ ନିର୍ବାଚନ ପରଠୁ ସାର୍ବଜନୀନ ଓ ରାଜନୀତିକ କାର୍ଯ୍ୟରେ ଦେଖିବାକୁ ମିଳୁନି।

BjD Bjp