Advertisment

ନିର୍ବାଚନ ଫଳାଫଳକୁ ନେଇ ସମ୍ବିତଙ୍କ ବିସ୍ଫୋରକ ବୟାନ

ଏଥର ନିର୍ବାଚନରେ ବିଜେଡି ମାତ୍ର ୫୧ଟି ଆସନ ଜିତିଥିବା ବେଳେ ଖୋଦ୍ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଆସନରେ ପରାଜିତ ହୋଇଥିଲେ।

ଅଦ୍ୟତନ ହୋଇଛି
Sambit Rautray

Sambit Rautray

Advertisment

ନିର୍ବାଚନ ଫଳାଫଳ ଆସିବାର ମାସକ ପରେ ଆଜି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ନେତା ତଥା ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ସେ କହିଛନ୍ତି, ନବୀନ ପଟ୍ଟନାୟକ ହାରିନାହାନ୍ତି। ତାଙ୍କୁ ହରାଇ ଦିଆଯାଇଛି। ତାଙ୍କୁ ସୁଚିନ୍ତିତ ଭାବେ ହରାଇ ଦିଆଯାଇଛି।

Advertisment

ସମ୍ବିତ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ଢୋଲ ଭିତରେ ମୂଷା ରହିଲେ। ମୂଷା କିଏ ଆପଣ ଜାଣିଥିବେ। ଆଜି ନହେଲେ କାଲି ସେ ମୂଷା କଢ଼ା ହେବେ। ସରକାର ବହୁତ କାମ କରିଛନ୍ତି। ତଥାପି ଲୋକ ଆମକୁ ହରାଇ ଦେଲେ। ହାରିବାର ଅନେକ କାରଣ ରହିଛି। ହାରିବା କାରଣ ପାଣ୍ଡିଆନ କି ପ୍ରଶ୍ନରେ ସମ୍ବିତଙ୍କ ଉତ୍ତର ଥିଲା ‘ହୋଇପାରେ’।

ଏଥର ନିର୍ବାଚନରେ ବିଜେଡି ମାତ୍ର ୫୧ଟି ଆସନ ଜିତିଥିବା ବେଳେ ଖୋଦ୍ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଆସନରେ ପରାଜିତ ହୋଇଥିଲେ। ତେବେ ସେ ହିଞ୍ଜିଳି ଆସନରୁ ବିଜୟୀ ହୋଇଥିଲେ। ଏହି ଆସନରେ ନବୀନ ମାତ୍ର ୪ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଥିଲେ।

Advertisment

ସୂଚନାଯୋଗ୍ୟ, ସମ୍ବିତଙ୍କୁ ଦଳ ଏଥର ପ୍ରାର୍ଥୀ କରି ନଥିଲା। ତାଙ୍କ ବଦଳରେ ତାଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କ ପ୍ରାର୍ଥୀ କରିଥିଲା। ତେବେ ସେ ହାରି ଯାଇଥିଲେ। ଏହି ଆସନରୁ ବିଜେପି ନେତା ସମ୍ପଦଚନ୍ଦ୍ର ସ୍ୱାଇଁ ବିଜୟୀ ହୋଇଛନ୍ତି।

BjD Sambit Routray
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe