Advertisment

କ୍ଷମା ପ୍ରାର୍ଥନା କଲେ ସମ୍ବିତ; ୩ ଦିନ ଉପବାସ ରହି ପଶ୍ଚାତାପ କରିବେ

ଗତକାଲି ସମ୍ବିତ ପାତ୍ର ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ସମୟରେ ଭୁଲବଶତଃ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ଏକ ଶବ୍ଦ ତାଙ୍କ ପାଟିରୁ ବାହାରି ଯାଇଥିଲା।

ଅଦ୍ୟତନ ହୋଇଛି
Sambit patra

Sambit patra

Advertisment

ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପ୍ରତିକିୟା ଦେବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ଭୁଲବଶତଃ ଏକ ଶବ୍ଦ ତାଙ୍କ ପାଟିରୁ ବାହାରି ଯାଇଥିଲା। ଯାହାକୁ ନେଇ ବିବାଦ ଉପୁଜିଥିଲା। ଏହାକୁ ନେଇ ସ୍ପଷ୍ଟୀକଣ ରଖିଛନ୍ତି ସମ୍ବିତ ପାତ୍ର। ଏମିତିକି ଉକ୍ତ ଭୁଲ ପାଇଁ ମହାପ୍ରଭୁଙ୍କ ଚରଣରେ ଦଣ୍ଡବତ ହୋଇ କ୍ଷମା ମାଗୁଛି ବୋଲି ସମ୍ବିତ ସୋଶୋଲ୍ ମିଡିଆ ‘ଏକ୍ସ’ରେ ପ୍ରତିକିୟା ରଖିଛନ୍ତି। ଏହାସହ ଏଭଳି ଭୁଲର ପଶ୍ଚାତାପ ପାଇଁ ୩ ଦିନ ଉପବାସ ରହିବେ ବୋଲି ମଧ୍ୟ କହିଛନ୍ତି।

Advertisment

ଗତକାଲି ସମ୍ବିତ ପାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ ଶୋ’ରେ ଯୋଗ ଦେବା ଅବସରରେ ଭୁଲବଶତଃ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ଏକ ଶବ୍ଦ ତାଙ୍କ ପାଟିରୁ ବାହାରି ଯାଇଥିଲା। ସମ୍ବିତଙ୍କ ଏଭଳି ମନ୍ତବ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ୍ସରେ ଏକ ପୋଷ୍ଟ କରି ଏହା ମହାପ୍ରଭୁଙ୍କ ପ୍ରତି ଅପମାନ ବୋଲି କହିଥିଲେ। ସେହିଭଳି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏକ୍ସ’ରେ ଏହାକୁ ସମାଲୋଚନା କରିଥିଲେ। ସମ୍ବିତ ଏନେଇ ସ୍ପଷ୍ଟୀକରଣ ରଖିବା ସହ କ୍ଷମାପ୍ରାର୍ଥନା କରିଛନ୍ତି।

ସେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ହେଉଛନ୍ତି ପ୍ରଧାନମନ୍ତ୍ରୀ। ସେ ମହାପ୍ରଭୁଙ୍କୁ ବହୁତ ମାନନ୍ତି। ପ୍ରଧାନମନ୍ତ୍ରୀ ମହାପ୍ରଭୁଙ୍କୁ ଦର୍ଶନ କରି ଆର୍ଶୀବାଦ ଲୋଡ଼ିଛନ୍ତି। ଏହି ବିଷୟରେ ଉପସ୍ଥାପନ କରିବାକୁ ଯାଇ ଗୋଟିଏ ନ୍ୟୁଜ ଚ୍ୟାନେଲରେ ଭୁଲରେ ଓଲଟା କହିଦେଇଥିଲି। ଜଗନ୍ନାଥ ମୋଦିଙ୍କ ଭକ୍ତ ବୋଲି ମୁଁ କହି ଦେଇଥିଲି। ଏହା ବହୁତ ବଡ଼ ଭୁଲ୍ ମୁଁ ଜାଣିଛି। କିନ୍ତୁ ଅଜଣାତରେ ମୁଁ କହିଦେଇଥିଲି, ମୋର ହୃଦୟ ଭିତରେ ସେମିତି କିଛି ନ ଥିଲା। ଏଥିପାଇଁ ମୁଁ କ୍ଷମା ମାଗୁଛି। ଅଜଣାତରେ ବି ମହାପ୍ରଭୁଙ୍କୁ ବିଷୟରେ ଏପରି କହିବା ଠିକ୍ ନୁହେଁ। କିନ୍ତୁ ଅଜଣାତରେ ଏକ ବାକ୍ୟ ବାହାରି ଯାଇଛି, ସେଥିପାଇଁ ମୁଁ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ତାଙ୍କ ଚରଣ ତଳେ କ୍ଷମାପ୍ରାର୍ଥନା କରୁଛି। ମୁଁ ଏଥିପାଇଁ ୩ ଦିନ ଉପବାସ ରହି ପଶ୍ଚାତାପ କରିବି।

Advertisment

PM Modi Sambit Patra 2024 General Election Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe