Advertisment

ବେଦାନ୍ତ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ

ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ମାମଲାରେ ଉଭୟ ରାଜ୍ୟ ସରକାର ଓ ଅନୀଲ ଅଗ୍ରୱାଲ ଫାଉଣ୍ଡେସନକୁ ଜବରଦସ୍ତ ଝଟକା ଲାଗିଥିଲା।

ଅଦ୍ୟତନ ହୋଇଛି
Sambit patra and Jayadev Jena

Sambit patra and Jayadev Jena

Advertisment

ବେଦାନ୍ତ ବିଶ୍ୱ ବିଦ୍ୟାଳୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ। ମଙ୍ଗଳବାର ଏହି ରାୟ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ଓ କଂଗ୍ରେସ। ଆଉ ଏହାର ଜବାବ ଦେଇଛି ବିଜେଡି।

Advertisment

ବିଜେପି ନେତା ସମ୍ବିତ ପାତ୍ର କହିଛନ୍ତି, ଘରୋଇ କମ୍ପାନୀକୁ ଅହେତୁକ ଅନୁକମ୍ପା ନେଇ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ସାଧାରଣ ଲୋକଙ୍କ ସଂପତ୍ତିକୁ ଏକ କମ୍ପାନୀକୁ ଦେବା ଚିନ୍ତାର ବିଷୟ। ରାଜ୍ୟ ସରକାର କେବଳ ସଂପୃକ୍ତ ଘରୋଇ କମ୍ପାନୀ ପାଇଁ ଚିନ୍ତିତ ଥିଲେ। ୬ ହଜାର ଜମିହରା ଚାଷୀଙ୍କ ପାଇଁ ରାଜ୍ୟ ସରକାର ଚିନ୍ତିତ ନଥିଲେ। ସୁପ୍ରମକୋର୍ଟଙ୍କ ରାୟ ପରେ ଧର୍ମର ଜୟ ହୋଇଛି ବୋଲି ସମ୍ବିତ ପାତ୍ର କହିଛନ୍ତି।

ସେପଟେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ରାଜ୍ୟ ସରକାରଙ୍କୁ ବେଦାନ୍ତ ଝଟକା ଲାଗିନାହିଁ। ବରଂ ପୂର୍ଣ୍ଣଚ୍ଛେଦ ପଡ଼ିଲା। ଶ୍ରୀ ଜଗନ୍ନାଥଙ୍କ ଜମି ସହିତ ରାଜ୍ୟ ସରକାର ଖେଳ ଖେଳୁଥିଲେ। ବେଦାନ୍ତକୁ ଅନୁକମ୍ପା ଦେବା ପାଇଁ ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ରାଜ୍ୟ ସରକାର ଯାଇଥିଲେ। ଆଉ ଶୁଣାଣୀ କରି କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତାହା ସ୍ୱାଗତ ଯୋଗ୍ୟ କଥା ବୋଲି ଶ୍ରୀ ଜେନା କହିଛନ୍ତି।

Advertisment

ବିରୋଧୀଙ୍କୁ ଜବାବ ଦେଇଛନ୍ତି ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶରେ କ’ଣ ଦେଇଛନ୍ତି, ତାହା ଦେଖିଲେ କହିବି। ଆମେ ଯାହା କଲେ ମଧ୍ୟ ବିରୋଧୀ ଖରାପ ବୋଲି କହୁଛନ୍ତି। ବିରୋଧୀ ଆମର କୌଣସି କଥାକୁ ପ୍ରଶଂସା କରିନାହାନ୍ତି। ଆମେ ସାଧାରଣ ଲୋକଙ୍କ ପାଇଁ ଯେତେ କାମ କଲେ ମଧ୍ୟ ବିରୋଧୀଙ୍କୁ ଭଲ ଦେଖାଯିବ ନାହିଁ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି।

ଗତକାଲି ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ମାମଲାରେ ଉଭୟ ରାଜ୍ୟ ସରକାର ଓ ଅନୀଲ ଅଗ୍ରୱାଲ ଫାଉଣ୍ଡେସନକୁ ଜବରଦସ୍ତ ଝଟକା ଲାଗିଥିଲା। ବିଶ୍ୱ ବିଦ୍ୟାଳୟ ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ ପ୍ରକ୍ରିୟା ବେଆଇନ୍‌ ବୋଲି ହାଇକୋର୍ଟ ଯେଉଁ ରାୟ ଦେଇଥିଲେ, ସୁପ୍ରିମକୋର୍ଟ ତାହାକୁ କାଏମ ରଖିଥିଲେ। ସମୁଦାୟ ଘଟଣାକୁ ନେଇ କୋର୍ଟ ନାପସନ୍ଦ କରିବା ସହ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଥିଲେ।

Bjp BjD Odisha Congress Congress Bjp Odisha Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe