pentha
ପୁରୀ(ଓଡ଼ିଶା ରିପୋର୍ଟର): ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ଡା. ସମ୍ବିତ୍ ପାତ୍ରଙ୍କ ନିର୍ବାଚନ ପ୍ରଚାର ଜମିବାରେ ଲାଗିଛି। କେତେବେଳେ ଜଗନ୍ନାଥଙ୍କୁ ମୁଣ୍ଡରେ ଥୋଇ ତ କେତେବେଳେ ଗାଁରେ ଲୋକଙ୍କ ପାଦତଳେ ପଡି ମୁଣ୍ଡିଆ ମାରି ସେ ଜିଣୁଛନ୍ତି ଭୋଟରଙ୍କ ମନ।
ଇଂରାଜୀ ଓ ମାତୃଭାଷା ଓଡ଼ିଆ ସହ ୩ଟି ଭାରତୀୟ ଭାଷାରେ ପାରଙ୍ଗମ ଏହି ରାଜନେତା ଏଥର ନିଜ ନିର୍ବାଚନ ପ୍ରଚାରକୁ ଆହୁରି ଚର୍ଚ୍ଚିତ କରିଛନ୍ତି। ନିକଟରେ ପୁରୀର ପେଣ୍ଠକଟା ଅଞ୍ଚଳରେ ସମ୍ବିତ୍ଙ୍କୁ ନିର୍ବାଚନ ପ୍ରଚାର କରିବାର ଦେଖିବାକୁ ମିଳିଥିଲା। ଏହି ଅଞ୍ଚଳରେ ମତ୍ସଜୀବୀ ସମୁହ ବସବାସ କରୁଥିବା ବେଳେ ଅଧିକାଂଶ ଭୋଟର ତେଲଗୁ ଭାଷାଭାଷୀ। ଏଣୁ ତେଲୁଗୁ ଭୋଟ୍ ହାତେଇବାକୁ ସମ୍ବିତ୍ କରିଥିଲେ ନୂଆ ପ୍ରୟାସ୍।
ମାତୃଭାଷା ଓଡ଼ିଆରେ ଏହି ଲୋକଙ୍କ ସହ ଭାବ ଦିଆନିଆର ଆରମ୍ଭ କରିଥିଲେ ମଧ୍ୟ ତେଲୁଗୁରେ ଗୀତ ଗାଇ ସେ ମନ କିଣିଥିଲେ ଭୋଟରଙ୍କର। ଯାହାକୁ ଦେଖି ଉପସ୍ଥିତ ଲୋକେ ବେଶ୍ ଖୁସି ହୋଇଥିଲେ। ଏନେଇ ନିଜ ଟ୍ୱିଟର ପେଜରେ ଭିଡିଓ ମଧ୍ୟ ଅପଲୋଡ କରିଛନ୍ତି ସମ୍ବିତ୍।
ବିଜେପି ଜାତୀୟ ପ୍ରବକ୍ତା ଥିବା ସମ୍ବିତ ପାତ୍ର ହିନ୍ଦୀ, ଇଂରାଜୀ, ଓଡ଼ିଆ, ସଂସ୍କୃତ ସହ ତାମିଲି ଓ ତେଲୁଗୁ ଭାଷା ମଧ୍ୟ ଜାଣନ୍ତି। ତେବେ ତେଲୁଗୁ ଗୀତ ଗାଇବା ଅନ୍ଦାଜ ତାଙ୍କୁ ଅଧିକ ଚର୍ଚ୍ଚା ପରିସର ଭିତରକୁ ଟାଣିଛି ବୋଲି କୁହନ୍ତି ପୁରୀର ଭୋଟର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/04/pentha.jpg)