Advertisment

‘ବିପର୍ଯ୍ୟୟ ବେଳେ ଭୀରୁମାନେ ହିଁ ଡଙ୍ଗାରୁ ଡେଇଁପଡ଼ନ୍ତି’

ସମ୍ୱିତ ଅଭିଯୋଗର ଜବାବ ଦେଇଛନ୍ତି ପ୍ରକାଶ ବେହେରା। ସେ କହିଛନ୍ତି, ସମ୍ବିତ ଦଳରେ ଜଣେ ଅଲୋଡ଼ା ବ୍ୟକ୍ତି। ପ୍ରଥମେ ନିଜ ନିର୍ବାଚନ ମଣ୍ଡଳୀ ଓ ନିଜ ଦଳ ସ୍ଥିତି କ’ଣ ଦେଖନ୍ତୁ।

Sambit

Sambit

Advertisment

ଗତ କିଛି ଦିନ ଧରି ବିଜେଡି କନ୍ଦଳ ନିଆଁରେ ପୁଣି ଘିଅ ଢାଳି ଥିଲେ ସମ୍ବିତ ରାଉତରାୟ। ପ୍ରକାଶ ବେହେରା ଦଳ ଛାଡ଼ିବା ପ୍ରସଙ୍ଗରେ ସେ କହିଥିଲେ, ବିପର୍ଯ୍ୟୟ ବେଳେ ଭୀରୁମାନେ ହିଁ ଡଙ୍ଗାରୁ ଡେଇଁ ପଡ଼ନ୍ତି। ଯାହାର ଜବାବ ଦେଇଛନ୍ତି ପ୍ରକାଶ ବେହେରା।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ସମ୍ବିତ ରାୟତରାୟ କହିଛନ୍ତି, ପ୍ରକାଶ କେବେ ବିଜେଡିରେ ନଥିଲେ। ସେ କଂଗ୍ରେସରୁ ବିଜେପି ଓ ସେଠାରୁ ବିଜେଡିକୁ ଆସିଥିଲେ। ତାଙ୍କୁ ଦଳ ସମ୍ମାନଜନକ ବାରବାଟୀ କଟକରୁ ପ୍ରାର୍ଥୀ କରିଥିଲା। ସେତେବେଳେ ଆମର କିଛିଟା ଭୁଲ୍ ଲୋକ, ଭୁଲ୍ ନିଷ୍ପତ୍ତି ନେଇଥିଲେ। ସେବେର ପରିସ୍ଥିତି ଦେଖି ଶୀର୍ଷ ନେତୃତ୍ୱ ସେଭଳି ନିଷ୍ପତ୍ତି ନେଇଥିବେ। କିନ୍ତୁ ସେ ନିଷ୍ପତ୍ତି ଲୋକଙ୍କ ଆଖିକୁ ଓ ଆମ ଆଖିକୁ ଠିକ୍‌ ଲାଗୁନଥିଲା। ଏବେ ଆମଦାନୀ ନେତା ଧୀରେ ଧୀରେ ସେମାନଙ୍କ ରଙ୍ଗ ଦେଖାଉଛନ୍ତି ବୋଲି ସମ୍ବିତ କହିଛନ୍ତି। ବିପର୍ଯ୍ୟୟ ବେଳେ ଭୀରୁମାନେ ହିଁ ଡଙ୍ଗାରୁ ଡେଇଁପଡ଼ନ୍ତି ବୋଲି କହିଛନ୍ତି ସମ୍ବିତ ରାଉତରାୟ।

ସମ୍ୱିତ ଅଭିଯୋଗର ଜବାବ ଦେଇଛନ୍ତି ପ୍ରକାଶ ବେହେରା। ସେ କହିଛନ୍ତି, ସମ୍ବିତ ଦଳରେ ଜଣେ ଅଲୋଡ଼ା ବ୍ୟକ୍ତି। ପ୍ରଥମେ ନିଜ ନିର୍ବାଚନ ମଣ୍ଡଳୀ ଓ ନିଜ ଦଳ ସ୍ଥିତି କ’ଣ ଦେଖନ୍ତୁ। ସମ୍ବିତ ଏଭଳି ବାଚାଳାମୀ ନକରି ତାଙ୍କ ହାଇକମାଣ୍ଡଙ୍କୁ ପଚାରନ୍ତୁ ବୋଲି ପ୍ରକାଶ କହିଛନ୍ତି।

Advertisment
BjD Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe