‘ଗୋଡି ମାଟି ସବୁ ଜିତିଲେ, ଆପଣ ହାରିଲେ’ | BJD Leader Sambit Routray | Debasish Samantray |Odisha Reporter
ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ପ୍ରତ୍ୟାଖ୍ୟାନ ମନ୍ତବ୍ୟ ପରେ ଚିହିଁକିଲେ ଦାମୋଦର ରାଉତଙ୍କ ପୁଅ ତଥା ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। କହିଲେ, ଆମ ପରିବାର ନୁହେଁ, ଲୋକ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ୨୦୧୯ରେ ୭୦ ହଜାର ଭୋଟ ପାଇଥିଲି, ଏଥର ପତ୍ନୀ ୭୦ ହଜାର ପାଇଲେ । ଯେତିକି ଭୋଟ ୨୦୧୯ରେ ପାଇଥିଲି, ସେତିକି ଭୋଟ ଏଥର ପାଇଲୁ, ପ୍ରତ୍ୟାଖ୍ୟାନ ହେଲୁ କେମିତି। ସମ୍ବିତ ଆହୁରି କହିଛନ୍ତି, କଟକ ବିଜେଡିର ଗଡ଼, ୨୦୧୯ରେ ଦେବାଶିଷ ବାବୁ ସେଠୁ ହାରିଲେ। ଏଥର ପରିଚାଳନା ଦାୟିତ୍ବ ନେଇଥିଲେ, ସେଠି ଦଳର ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଲା। ୨୦୧୯ରେ ମାଟି ଗୋଡ଼ି ସବୁ ଜିତିଲେ, କିନ୍ତୁ ଦେବାଶିଷ ବାବୁ ହାରିଗଲେ। ପାରାଦୀପରୁ ପ୍ରତିନିଧିତ୍ବ କରିବା ଆଶା ସଫଳ ହେଉନଥିବାରୁ ତାଙ୍କ ରାଗ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us