ସମ୍ବିତଙ୍କ ନାଁରେ ଥାନାରେ ଏତଲା ଦେଲା ବିଜେପି

ବିଜେଡ଼ି ବିଧାୟକଙ୍କ ଏପରି ଧମକରେ ଭୋଟର ଭୟଭୀତ ହୋଇଥିବା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେପି ନେତା ଗତିକୃଷ୍ଣ ଶତପଥୀ।

ବିଧାୟକ ସମ୍ବିତ ରାଉତରାୟ (ଫାଇଲ ଫଟୋ)

  • Published: Friday, 31 May 2024
  • , Updated: 31 May 2024, 09:39 PM IST

ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ନାଁରେ ଏତଲା। କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛି ବିଜେପି। CCTNSରେ ଅଭିଯୋଗ କରିବା ସହ ବିଧାୟକଙ୍କୁ ଗିରଫ ପାଇଁ ଦାବି କରିଛି ବିଜେପି।

ଗତ ୮ ତାରିଖରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ସମ୍ବିତ ରାଉତରାୟ। କହିଥିଲେ ଘରେ ଘରେ ପଶି ବିଜେପି ବାଲାଙ୍କୁ ବାନ୍ଧିବୁ। ବିଜେଡ଼ି ବିଧାୟକଙ୍କ ଏପରି ଧମକରେ ଭୋଟର ଭୟଭୀତ ହୋଇଥିବା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେପି ନେତା ଗତିକୃଷ୍ଣ ଶତପଥୀ। ଥାନାରେ ଏତଲା ଦେବା ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ବି ହୋଇଛି। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ସମ୍ବିତ ରାଉତରାୟ।

Related story