Advertisment

ବିଜେଡି ଛାଡ଼ିଲେ ସମୀର ଦାଶ

୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ। ଏଥର ଟିକେଟ କଟିବାରୁ ଅସନ୍ତୁଷ୍ଟ ଥିଲେ ସମୀର ଦାଶ।

author-image
Jitendra Garnayak
ଅଦ୍ୟତନ ହୋଇଛି
Sameer Dash

Sameer Dash

ବିଜେଡି ଛାଡ଼ିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

Advertisment

ଦଳ ଛାଡ଼ିଥିବା ନେଇ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି ସମୀର। ଏଥିରେ ସେ ଦଳ ଛାଡ଼ିବାର କାରଣ ସଂପର୍କରେ କହିଛନ୍ତି। ସେ କହିଛନ୍ତି, ୨୦୦୬ ମସିହାରୁ ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବରେ କାର୍ଯ୍ୟ କରିଆସୁଛି। ଆଜିର ଦିନରେ ରାଜ୍ୟ ବିଜୁ ଜନତା ଦଳର ନେତା ମୋ ଉପରେ ଆସ୍ଥା ହରାଇଛନ୍ତି। ନିମାପଡ଼ା, ଗୋପ ବିଜେଡି ସଂଗଠନ ଉପରେ ଆସ୍ଥା ହରାଇଛନ୍ତି। ନେତା ଯେହେତୁ ମୋ ଉପରେ ଆସ୍ଥା ହରାଇଛନ୍ତି, ତେଣୁ ଦଳରେ ରହିବା ମୋ ପାଇଁ ସମୀଚୀନ ହେଉ ନାହିଁ। ସୁତରାଂ ଦଳର ପ୍ରାଥମିକ ପଦରୁ ଆଜି ଇସ୍ତଫା ଦେଉଛି। 

୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ନିମାପଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସମୀର। ଏଥର ଟିକେଟ କଟିବାରୁ ସେ ଅସନ୍ତୁଷ୍ଟ ଥିଲେ। ନିମାପଡ଼ାରେ ସେ ବାରମ୍ବାର ଶକ୍ତି ପ୍ରଦର୍ଶନ କରିଥିଲେ। ତଥାପି ଦଳ ତାଙ୍କୁ ଗୁରୁତ୍ୱ ଦେଇ ନଥିଲା। ଓଲଟି ଦଳ ସମୀର ଙ୍କୁ ପ୍ରାୟ ଦୁଇ ସପ୍ତାହ ତଳେ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇ ନିମାପଡ଼ା ବିଧାନସଭା ଆସନ ପାଇଁ ଘୋଷିତ ଦଳୀୟ ଟିକେଟର ପୁନର୍ବିଚାର କରିବ ନାହିଁ ବୋଲି ସ୍ପଷ୍ଟ ସନ୍ଦେଶ ଦେଇଥିଲା। ବିଜେଡି ଏଥର ଦିଲ୍ଲୀପ ନାୟକଙ୍କୁ ନିମାପଡ଼ାରୁ ବିଧାୟକ ପ୍ରାର୍ଥୀ କରିଛି। 

Advertisment
BjD Samir Dash 2024 General Election Odisha Assembly Election 2024