Advertisment

ପାଣ୍ଡିଆନଙ୍କୁ ସମୀରଙ୍କ କଡ଼ା କାଉଣ୍ଟର

ଚାବି ଯିଏ ହଜେଇଛି, ସିଏ ରତ୍ନ ଚୋରି କରିଛି

politics

politics

Advertisment

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଜେଡି ନେତା ଭି. କେ. ପାଣ୍ଡିଆନଙ୍କୁ ବିଜେପି ନେତା ସମୀର ମହାନ୍ତିଙ୍କ କଡ଼ା କାଉଣ୍ଟର। ସମୀର କହିଛନ୍ତି, ପାଣ୍ଡିଆନ୍ ବାବୁ ସ୍ପଷ୍ଟ କରନ୍ତୁ ରତ୍ନ ଭଣ୍ଡାର ଚାବି ଚୋରି ହୋଇନି, ବରଂ ସୁରକ୍ଷିତ ରହିଛି।

Advertisment

ଚାବି ଯିଏ ହଜେଇଛି, ସିଏ ରତ୍ନ ଚୋରି କରିଛି। ରତ୍ନ ଚୋରି ହୋଇନି ବୋଲି ପାଣ୍ଡିଆନ୍ ସ୍ପଷ୍ଟ କରିବା ଦରକାର। ୨୦୧୮ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦେବାକୁ ଯେଉଁ ଦିନ ଧାରଣା ଦେଲା ସେଦିନ ରାତିରେ ହିଁ ମିଳିଲା ଡୁପ୍ଲିକେଟ୍ ଚାବି। ଯାହା ସନ୍ଦେହ ସୃଷ୍ଟି କରିଛି। ଡୁପ୍ଲିକେଟ ଚାବି କିଏ ତିଆରି କଲା ବୋଲି ପ୍ରଶ୍ନ କରିଛନ୍ତି ସମୀର ମହାନ୍ତି।

ଗତକାଲି କଟକରେ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ କହିଥିଲେ, ଲୋକ କହୁଛନ୍ତି ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି। ଏହାପରେ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ପାଣ୍ଡିଆନ୍ କହିଥିଲେ, ରତ୍ନଭଣ୍ଡାର ଚାବି କେଉଁଠି ଅଛି ଅନୁସନ୍ଧାନ କରି ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ଜଣାଇବା ଉଚିତ। କାରଣ ତାଙ୍କ ଅଧୀନରେ ବହୁ ବିଭାଗ ରହିଛି।

Advertisment
Bjp BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe